Vastu Shastra- ଏହି ୫ ଟି ଜିନିଷ ଭୁଲରେ ବି ତଳେ ରଖିବେ ନାହିଁ, ହୋଇଥାଏ ବହୁତ ଅଶୁଭ, ଭଗବାନ ଆପଣଙ୍କ ଉପରେ ହୁଅନ୍ତି କ୍ରୋଧିତ

ବାସ୍ତୁ ଶାସ୍ତ୍ର ଅନୁସାରେ ପୂଜା ପାଠ କରିବାର ବହୁତ ପ୍ରକାରର ନିୟମ ବର୍ଣ୍ଣିତ ହୋଇଛି । ଏହାକୁ ପାଳନ କଲେ ପୂଜା ପାଠ ସଫଳ ହୋଇଥାଏ । ଶାସ୍ତ୍ର ଅନୁସାରେ ପୂଜା ପାଠରେ ବ୍ୟବହାର କରୁଥିବା ଜିନିଷକୁ ସଠିକ ଉପାୟରେ ବ୍ୟବହାର କରିବା ଆବଶ୍ୟକ । ଏହି ଜିନିଷ ଗୁଡିକୁ ତଳେ ରଖିବା ଅନୁଚିତ । ଏହାଦ୍ୱାରା ପୂଜା ସଫଳ ହୋଇନଥାଏ ଏହାସହ ଆପଣଙ୍କୁ ପାପର ଭାଗିଦାର ହେବାକୁ ପଡିଥାଏ । ତେବେ ଆସନ୍ତୁ ଆଜି ଜାଣିବା ପୂଜା ପାଠରେ ବ୍ୟବହାର କରୁଥିବା  କେଉଁ ଜିନିଷ କୁ ତଳେ ରଖିବା ଅନୁଚିତ ।

ଶାଳଗ୍ରାମ- ଶାଳଗ୍ରାମକୁ ବିଷ୍ଣୁଙ୍କ ପ୍ରତୀକ ମାନାଯାଏ । ଏହାକୁ ପୂଜା ଘରେ ରଖିଲେ ବହୁତ ଶୁଭ ହୋଇଥାଏ । ଶାଳଗ୍ରାମକୁ ତଳେ ରଖିବା ଉଚିତ ନୁହେଁ । ଶାଳଗ୍ରାମ କୁ ସବୁବେଳେ କୌଣସି କପଡା ଉପରେ ରଖିବା ଉଚିତ । ଶାଳ ଗ୍ରାମକୁ ପୂଜା ଘର ସଫା କରିବା ବେଳେ ଲୋକ ମାନେ  ତଳେ ରଖିଦେଇଥାନ୍ତି ।

ଏହା ଅନୁଚିତ ହୋଇଥାଏ । ପୂଜା ଘର ସଫା କରିବା ବେଳେ ଶାଳଗ୍ରାମକୁ ଥାଳୀ ଉପରେ ରଖିବା ଉଚିତ । କୌଣସି ଦେବା ଦେବୀଙ୍କ ପ୍ରତିମାକୁ ମଧ୍ୟ ତଳେ ରଖିବା ଉଚିତ ନୁହେଁ ।

ପୂଜା ଜିନିଷ

ପୂଜାରେ ବ୍ୟବହାର ହେଉଥିବା ଧୂପ , ଦୀପ , ଫୁଲ କୁ କେବେ ତଳେ ନରଖି ଏହାକୁ କୌଣସି ଥାଳୀରେ ରଖିବା ଉଚିତ । ନଚେତ ଏହା ଅଶୁଧ ହୋଇଥାଏ । ଏହି ଅଶୁଭ ଜିନିଷ କୁ ପୂଜାରେ ବ୍ୟବହାର କରିବା ଦ୍ୱାରା ପାପ ହୋଇଥାଏ । ଏଥିପାଇଁ ଏହି ପୂଜା ଜିନିଷକୁ ଥାଳୀ ଉପରେ ରଖି ପୂଜାରେ ବ୍ୟବହାର କଲେ ଶୁଭ ହୋଇଥାଏ ।

ରତ୍ନ

ରତ୍ନକୁ ଶୁଭ ମାନନ୍ତି । ଏହି ରତ୍ନକୁ ଧାରଣ କରିବା ପୂର୍ବରୁ ଠାକୁର ଙ୍କ ପାଖରେ ରଖାଯାଏ । ପୂଜା ଘରେ ରତ୍ନ କୁ କୌଣସି ପାତ୍ରରେ ରଖାଯାଏ । ଏହାକୁ ତଳେ ରଖିଲେ ଏହାର ପ୍ରଭାବ ନଷ୍ଟ ହୋଇଥାଏ ଏବଂ ଏହାକୁ ଧାରଣ କରିଥିବା ବ୍ୟକ୍ତିକୁ କୌଣସି ସୁଫଳ ମିଳେ ନାହିଁ ।

ଶାମୁକା

ଶାମୁକାର ଉତ୍ପତି ଶମୁଦ୍ରରୁ ହୋଇଥାଏ । ଏହାକୁ ଲକ୍ଷ୍ମୀଙ୍କ ପ୍ରତୀକ କୁହାଯାଏ । ଏଥି ପାଇଁ ଏହାକୁ ସବୁବେଳେ କୌଣସି କପଡା କିମ୍ବା ପାତ୍ର ଉପରେ ରଖିବା ଉଚିତ । ଶାମୁକାକୁ ତଳେ ରଖିବା ଦ୍ବାରା ମା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି । ଏଥି ପାଇଁ ଶାମୁକା ଓ ପୂଜାରେ ବ୍ୟବହୃତ ହେଉଥିବା କଉଡ଼ି କୁ ତଳେ ରଖିବା ଅନୁଚିତ ହୋଇଥାଏ ।

ଶଙ୍ଖ

ଶଙ୍ଖ ଏପରି ଏକ ଜିନିଷ ଯାହାକି ସବୁବେଳେ ପୂଜାରେ ବ୍ୟବହାର କରାଯାଏ । ପୂଜା ସରିବା ପରେ ଶଙ୍ଖକୁ ନିଶ୍ଚିତ ବଜା ହୁଏ । ଶଂଖକୁ ଶୁଭ ମାନାଯାଏ । ଏହାର ଧ୍ୱନି ଦ୍ୱାରା ଘର ପବିତ୍ର ହୋଇଥାଏ । ଏହାକୁ ପୂଜା ଘରେ ରଖିବା ବେଳେ ତଳେ ନରଖି କୌଣସି ପାତ୍ର ବା କପଡା ଉପରେ ହିଁ ରଖିବା ଉଚିତ ଯାହା ଦ୍ୱାରା ତାର ମାହାତ୍ମ୍ୟ ଅଖୁର୍ଣ୍ଣ ରହିଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।