ଆଗାମୀ IPL ରେ Odisha ରୁ ହେବ ଏକ ନୂଆ ଟିମ୍ ! Cuttack ଟିମ୍ କୁ କିଣିବେ ଜିନ୍ଦଲ ! ଦେଖନ୍ତୁ କଣ ରହିଛି ପୁରା ଖବର

ବିଶ୍ଵ ଦରବାରରେ ଆଇପିଏଲ ର ଲୋକପ୍ରିୟତା ଦିନକୁ ଦିନ ବଢିବାରେ ଲାଗିଛି । ପିଲାଠୁ ନେଇ ବୁଢା ସମସ୍ତଙ୍କ ମଧ୍ୟରେ ଆଇପିଏଲ କୁ ନେଇ ଉତ୍ସୁକତା ବଢିବାରେ ଲାଗିଛି । ନିଜ ମନ ପସନ୍ଦ ଟିମ୍ ଓ ଖେଳାଳିଙ୍କ ଖେଳ ଦେଖିବା ପାଇଁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି ଓ ଅପେକ୍ଷା କରି ରହୁଛନ୍ତି ଆଇପିଏଲ କୁ । ପ୍ରତ୍ଯେକ ଟିମ୍ ର ମାଲିକ ବିଭିନ୍ନ ଦେଶର ଦକ୍ଷ ଖେଳାଳିଙ୍କୁ ନେଇ ବନାଉଛନ୍ତି ଟିମ୍ । ଯାହାକୁ ନେଇ ବିଶ୍ଵର ନାମୀଦାମୀ କମ୍ପାନୀ ମାନେ ବିସିସିଆଇ ର ବହୁମୂଲ୍ୟ ସମ୍ପତ୍ତିର ବିକାଶ ଉପରେ ନଜର ରଖିଛନ୍ତି ।

ବିଶ୍ଵର ସବୁଠୁ ଧନୀଶାଳୀ କ୍ରିକେଟ ବୋର୍ଡ କୁହା ଯାଉଥିବା ବିସିସିଆଇ ଆଇପିଏଲ ର ଆସନ୍ତା ସଂସ୍କରଣରେ କିଛି ପରିବର୍ତ୍ତନ କରିବାକୁ ଯାଉଥିବା ଶୁଣିବାକୁ ମିଳୁଛି । ସୂଚନା ଅନୁଯାୟୀ ଆଠଟି ଟିମ୍ କୁ ନେଇ ଖେଳା ଯାଉଥିବା ଆଇପିଏଲ ରେ ଆହୁରି ଦୁଇଟି ନୂଆ ଟିମ୍ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଯାହାକୁ ନେଇ ଗୌହାଟି, ରାଞ୍ଚି, କଟକ, ଅହମଦାବାଦ, ଲକ୍ଷ୍ନୌ, ଧର୍ମଶାଳା ଆଦି ସହରକୁ ମୋହର ବାଜିଛି । କିନ୍ତୁ ଏଗୁଡିକ ମଧ୍ୟରୁ କେଉଁ ସହର ଆସନ୍ତା ଆଇପିଏଲ ରେ ଅଂଶଗ୍ରହଣ କରିବା ତାହା ଧାର୍ଯ୍ୟ କରାଯାଇ ନାହିଁ ।

ସେପଟେ ଇଂରାଜୀ ପ୍ରିମିୟମ ଲିଗ ହେଭିୱେଟ ମଞ୍ଚେଷ୍ଟର ୟୁନାଇଟେଡର ମାଲିକ ଗ୍ଲେଜର ପରିବାର ଏକ ନୂତନ ଇଣ୍ଡିଆନ ପ୍ରିମିୟମ ଲିଗ ଫ୍ରାଞ୍ଚାଇଜି କିଣିବାକୁ ଆଗ୍ରହୀ ଥିବା ଜଣାପଡିଛି । ଆମେରିକୀୟ ମାଲିକ ମାନେ ଏକ ଘରୋଇ କମ୍ପାନୀ ମାଧ୍ୟମରେ କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ ଦ୍ଵାରା ଭାସମାନ ଥିବା ଆମନ୍ତ୍ରଣରୁ ଦୁଇଟି ତେଣ୍ଡର ଉଠିଆବକୁ ଆଗ୍ରହୀ ଥିବା ଜଣାପଡିଛି ।

ଗୋଟିଏ ପଟେ ବିଶ୍ଵର ନାମୀଦାମୀ କମ୍ପାନୀ ଗୁଡିକ ଆଇପିଏଲ ରେ ଫ୍ରାଞ୍ଚାଇଜି କିଣିବାକୁ ଆଗ୍ରହୀ ଥିବା ବେଳେ ଅନ୍ୟପକ୍ଷେ ନିଲାମ ପ୍ରକ୍ରିୟାରେ କଟକକୁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ମୋହର ମାରିପାରେ ବୋଲି ଦୃଢ ଭାବେ ଅନୁମାନ କରାଯାଉଛି । ଜିଏସପିଏଲ ର ଚେୟାରମ୍ୟାନ ନବୀନ ଜିନ୍ଦଲ କହିଛନ୍ତି ଯେ, ଓଡିଶାର କଟକ ଠାରେ ଫ୍ରାଞ୍ଚାଇଜି ହେବାର ବିକଳ୍ପ ରହିଛି । ଯେଉଁଠାରେ ଜିଏସପିଏଲ ଅନେକ ଶିଳ୍ପ ପ୍ରତିଷ୍ଠା କରିଛି ।

ତେବେ ଯଦି କଟକ ତରଫରୁ ଆସନ୍ତା ଆଇପିଏଲ ପାଇଁ ଟିମ୍ ହୁଏ ତେବେ କେଉଁ କେଉଁ ଖେଳାଳି ଏହି ଟିମ୍ ରେ ରୁହନ୍ତୁ ବୋଲି ଆପଣଙ୍କ ଇଚ୍ଛା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଏହିପରି ଖେଳ ସମ୍ବନ୍ଧୀୟ ଅପଡେଟ ପାଇବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।