Jyotish Shastra- ୨୦୨୧ ରେ ଏହି ୩ ଟି ରାଶି ଉପରେ ରହିବ ଶନିଙ୍କ ସାଢେସାତୀ, ବଞ୍ଚିବା ପାଇଁ କରନ୍ତୁ ଏହି କାମ

ଶନି ଦେବଙ୍କ ସାଢେସାତିର ପ୍ରଭାବ ଯେଉଁ ବ୍ୟକ୍ତିଙ୍କ ଉପରେ ପଡିଥାଏ ସେମାନଙ୍କୁ ଜୀବନରେ ବହୁତ କଷ୍ଟ ଭୋଗିବାକୁ ପଡିଥାଏ । ସେମାନଙ୍କୁ କୌଣସି ନା କୌଣସି ସମସ୍ୟା ଘେରରେ ରହିଥାନ୍ତି । ଏହି ବର୍ଷ ୨୦୨୧ ରେ ଶନି ଦେବ ମକର ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଯାହାଫଳରେ କି ୩ ଟି ରାଶି ଉପରେ ଶନି ଦେବଙ୍କ ସାଢେସାତିର ପ୍ରଭାବ ରହିବ । ଏହି ରାଶି ଗୁଡିକ ହେଲା ଧନୁ , ମକର ଓ କୁମ୍ଭ ରାଶି । ତେବେ ଏବେ ଆସନ୍ତୁ ଜାଣିବା ଏହି ସାଢେସାତିର ପ୍ରଭାବକୁ କମ କରିବାର ଉପାୟ ।

ଧନୁ ରାଶି

ଏହି ରାଶିର ବ୍ୟକ୍ତି ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଆପଣଙ୍କ ରାଶିର ସାଢେସାତି ଅନ୍ତିମ ଚରଣ ଥିବାରୁ ବାକି ରାଶି ମାନଙ୍କ ଅପେକ୍ଷା ବହୁତ ଶୁଭ ରହିବ । କ୍ୟାରିୟର ଓ ରୋଜଗାରରେ ସକାରାତ୍ମକ ପ୍ରଭାବ ରହିବ । ଏହି ରାଶିର ବ୍ୟକ୍ତି ମାନେ ଶନି ସାଢେସାତିରୁ ରକ୍ଷା ପାଇବା ପାଇଁ ଶନିବାର ଦିନ ସୋରିଷ ତେଲରେ ଦୀପ ଅସ୍ଵସ୍ଥ ଗଛ ମୂଳ ରେ ଜାଳନ୍ତୁ ।

ଗରିବ ବ୍ୟକ୍ତିଙ୍କୁ କଳା ଜିନିଷ ଦାନ କରନ୍ତୁ । ଏହି ଦିନ ମାଂସ ଓ ମଦ ଭଳି ଜିନିଷ ସେବନ କରନ୍ତୁ ନାହିଁ ।

ମକର ରାଶି

ଏହି ରାଶିର ବ୍ୟକ୍ତିଙ୍କର ସାଢେସାତିର ମଧ୍ୟମ ଚରଣ ଚାଲୁଅଛି । ଏହି କାରଣରୁ ଆପଣଙ୍କର ସ୍ଥାନ ପରିବର୍ତନ ହେବାର ଯୋଗ ଅଛି । ଆପଣଙ୍କର ସବୁ ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହୋଇଯିବ । ସମାଜରେ ମାନ ପ୍ରତିଷ୍ଠା ମିଳିବ ।

ଶନୀଙ୍କର ସାଡେ ସାଟିର ପ୍ରଭାବକୁ କମ କରିବା ପାଇଁ ଲୁହାର ବଳା ପିନ୍ଧନ୍ତୁ ଓ ହନୁମାନ ଚାଳିଶା ପାଠ କରନ୍ତୁ । ମଙ୍ଗଳବାର ଓ ଶନିବାର ଦିନ ହନୁମାନ ମନ୍ଦିରରେ ପୂଜା ପାଠ କରନ୍ତୁ । ଏହା ଦ୍ଵାରା ଆପଣଙ୍କୁ  ସକରାତ୍ମକ ପ୍ରଭାବ ପଡିବ ।

କୁମ୍ଭ ରାଶି

ଏହି ରାଶିର ବ୍ୟକ୍ତିଙ୍କ ଉପରେ ଶନି ସାଢେସାତିର ପ୍ରଥମ ଚରଣ ଚାଲୁଅଛି । ଆପଣଙ୍କୁ ବହୁତ ଦାୟିତ୍ଵ ମିଳିପାରେ । ବହୁତ ଅଧିକ ପରିଶ୍ରମ କରିବା ପାଇଁ ପଡିବ ଧନ ଅର୍ଜନ କରିବା ପାଇଁ । କାର୍ଯ୍ୟ ଭାର ଯୋଗୁଁ ମାନସିକ ଦୁଶ୍ଚିନ୍ତା ବୃଦ୍ଧି ହେବ ।

ଶନିଙ୍କର ଏହି ପ୍ରଭାବକୁ କମ କରିବା ପାଇଁ ଆପଣ ସବୁ ଶନିବାର ଦିନ ସକାଳ ଓ ସନ୍ଧ୍ୟା ବେଳେ ଶନି ଚାଳିଶା ପାଠ କରନ୍ତୁ । ନୀଳ ରଙ୍ଗ ଆପଣଙ୍କ ପାଇଁ ଶୁଭ ହୋଇଥିବାରୁ ଶନିବାର ଦିନ ଏହାକୁ ଧାରଣ କରନ୍ତୁ । ଆପଣ ଆପଣଙ୍କ ଦୁଆର ସମୁଖରେ ସୋରିଷ ତେଲରେ ଦୀପ ଜଳାନ୍ତୁ । ଆପଣ ଶନିବାର ଦିନ ଶମୀ ଗଛ ଲଗାଇ ଶନିଙ୍କ ପ୍ରକୋପରୁ ରକ୍ଷା ପାଇ ପାରିବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।