Jyotish Shastra- ଶୁକ୍ର କଲେ କୁମ୍ଭ ରାଶିରେ ପ୍ରବେଶ, ରାଶି ଅନୁସାରେ ଜାଣନ୍ତୁ ଆପଣଙ୍କ ଉପରେ କଣ ରହିବ ଏହାର ପ୍ରଭାବ

ଶୁକ୍ର ଗ୍ରହ ଏବେ ମକର ରାଶିରୁ ବାହାରି କୁମ୍ଭ ରାଶିକୁ ପ୍ରବେଶ କଲେ । ଏହା ଶନିଙ୍କ ରାଶି ଅଟେ । ଯେହେତୁ ଫେବ୍ରୁଆରି ମାସରେ ଶୁକ୍ର ଗ୍ରହ କୁମ୍ଭ ରାଶିରେ ପ୍ରବେଶ କରୁଛନ୍ତି ତେଣୁ ଏହାର ପ୍ରଭାବ କିଛି ରାଶି ଉପରେ ପଡିବାକୁ ଯାଉଛି । ଶୁକ୍ରଙ୍କର ଏହି ପରିବର୍ତନ କିଛି ରାଶିଙ୍କର ବହୁତ ଶୁଭ ହେବାକୁ ଯାଉଛି । କିନ୍ତୁ ଆଉ କିଛି ରାଶିଙ୍କର ବହୁତ ଖରାପ ହେବାର ସମ୍ଭାବନା ଦେଖା ଯାଉଛି । କହିବାକୁ ଗଲେ ଶନି ଓ ଶୁକ୍ର ଗ୍ରହ ଦୁହେଁ ମିତ୍ର ଅଟନ୍ତି । ଶୁକ୍ର ଗ୍ରହ ବୃଷ ଓ ତୁଳା ରାଶିର ସ୍ଵାମୀ ଅଟନ୍ତି ।

ସେଥିପାଇଁ ଏହି ରାଶିର ବହୁତ କିଛି ପରିବର୍ତନ ହେବ । ଶୁକ୍ର କୁମ୍ଭ ରାଶିରେ ୧୬ ମାର୍ଚ ପର୍ଯ୍ୟନ୍ତ ରହିବ । ଯାହା ଦ୍ଵାରା ଆପଣଙ୍କର ବହୁତ କିଛି ପରିବର୍ତନ ହେବ ତେବେ ଆସନ୍ତୁ ଜାଣିବା ଆପଣଙ୍କ ଜୀବନରେ କେଉଁ ଜିନିଷରେ ବଦଳିବାକୁ ଯାଉଛି ।

ମେଷ

ଏହି ରାଶିର ଲୋକ ମାନଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ । ଯଦି ଆପଣ କୌଣସି ନୂଆ କାମ କରିବାକୁ ଚାହୁଁଛନ୍ତି ତେବେ ଆପଣ ଏହି ଦିନରେ କରି ପାରିବେ । ଏହା ଆପଣଙ୍କ ପାଇଁ ବହୁତ ଲାଭ ଦାୟକ ହେବ ଓ ମାନ ସଂମ୍ମାନ ବଢିବ ।

ବୃଷ

ଏହି ରାଶିର ବ୍ୟକ୍ତି ମାନଙ୍କର ଭାଗ୍ୟ ପୁରା ଖୋଲିଯିବ । ଯେଉଁ କାର୍ଯ୍ୟ କରିବେ ସେଥିରେ ନିଶ୍ଚିତ ପୂର୍ଣ୍ଣ ହେବ ଓ ପୂର୍ବରୁ ରହିଥିବା କାର୍ଯ୍ୟ ମଧ୍ୟ ପୂର୍ଣ ହୋଇଯିବ ।

ମିଥୁନ

ଏହି ରାଶି ଥିବା ବ୍ୟକ୍ତି ମାନଙ୍କର ଆସୁଥିବା ସମୟ ବହୁତ ଭଲରେ କଟିବ । ନିଜର ଭବିଷ୍ୟତ ପୁରା ଚମକିବ । ବହୁତ ଧନ ପାଇବାରେ ମଧ୍ୟ ସୁଯୋଗ ଅଛି । ଆପଣଙ୍କୁ କୌଣସି ଏକ ବଡ ପଦବୀରେ ଚାକିରି ମିଳିପାରେ ।

କର୍କଟ

ଏହି ରାଶି ଥିବା ବ୍ୟକ୍ତି ମାନଙ୍କର କିଛି ଜିନିଷ ଖରାପ ହୋଇଯିବ, ଯାହାକି ଆପଣଙ୍କର ମନ ବହୁତ ଦୁଖ ରହିବ । ଏହି ଦିନ ମାନଙ୍କରେ ଆପଣଙ୍କୁ ବହୁତ ଭୟ ଦେଖା ଦେବା ସହିତ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିବ ।

ସିଂହ

ଏହି ରାଶି ଥିବା ବ୍ୟକ୍ତି ମାନଙ୍କର ବହୁତ ଶୁଭ ଫଳ ମିଳିବ । ଯେଉଁ ମାନେ ବିଭାହ କରି ନଥିବେ ସେମାନଙ୍କର ଏହି ସମୟରେ ବିଭାହର ଯୋଗ ମଧ୍ୟ ଖୋଲି ଯାଉଛି । ପ୍ରେମ ଜୀବନରେ ସଫଳତା ହାସଲ କରିବେ ।

କନ୍ୟା

ଏହି ରାଶି ଥିବା ବ୍ୟକ୍ତି ମାନଙ୍କର କିଛି ଅସୁବିଧା ଦେଖା ଦେଇପାରେ । ଆପଣଙ୍କ ପଛରେ ବହୁତ ଶତ୍ରୁ ଲାଗିବେ ଓ ବହୁତ ଅସୁବିଧାରେ ପକାଇବାକୁ ଚେଷ୍ଟା ମଧ୍ୟ କରିବେ ।

ତୁଳା

ଏହି ରାଶି ଥିବା ବ୍ୟକ୍ତି ମାନଙ୍କର ପ୍ରଚୁର ଧନ ଲାଭ ହେବ । ସାଙ୍ଗ ମାନଙ୍କ ସହ ଅଧିକ ସମ୍ପର୍କ ବଢିବ । ନୂଆ କାମରେ ଶୁଭ ହୋଇପାରେ ।

ବିଚ୍ଛା

ଏହି ରାଶି ଥିବା ବ୍ୟକ୍ତି ମାନଙ୍କର ମାତା ଓ ପିତାଙ୍କ ମଧ୍ୟରୁ କେହି ଆପଣଙ୍କୁ ସାହାର୍ଯ୍ୟ କରିବା ଫଳରେ ଆପଣ ବହୁତ ଆଗକୁ ବଢିଯିବେ । ନିଜ କାର୍ଯ୍ୟରେ ଭଲ ଊର୍ଣ୍ଣତି କରିବେ ।

ଧନୁ

ଏହି ରାଶି ଥିବା ବ୍ୟକ୍ତି ମାନଙ୍କର ଘର ଲୋକଙ୍କ ସହିତ ବହୁତ ଭଲରେ ଦିନ କାଟିବା ସହିତ ସମ୍ପର୍କ ମଧ୍ୟ ଦୃଢ ରହିବ । ସମ୍ପତି ମିଳିବାର ମଧ୍ୟ ଯୋଗ ଅଛି ।

ମକର

ଏହି ରାଶି ଥିବା ବ୍ୟକ୍ତି ମାନଙ୍କର ବହୁତ କିଛି ପରିବର୍ତନ ହେବାର ଦେଖା ଯାଉଛି । ବଡ କାମରେ ସଫଳତା ହାସଲ କରି ପାରିବେ ।

କୁମ୍ଭ

ଶତ୍ରୁ ମାନେ ଆକ୍ରମଣ କରିପାରନ୍ତି, ସେଥିପାଇଁ ଆପଣଙ୍କୁ ଟିକେ ସତର୍କ ରହି ଚଳିବାକୁ ପଡିବ । ଏହି ସମୟରେ ଯଦି କିଛି ନିସ୍ପତି ନେଉଛନ୍ତି ତେବେ ଟିକେ ଭାବି ନିସ୍ପତି ନିଅନ୍ତୁ ।

ମୀନ

ଏହି ରାଶି ଥିବା ବ୍ୟକ୍ତି ମାନଙ୍କର ଖର୍ଚ ବଢିପାରେ । ଆର୍ଥିକ ନିବେଶ ଯଦି କରିବାକୁ ଚାହୁଛନ୍ତି, ଏହି ସମୟରେ କେବେ ହେଲେ କରନ୍ତୁ ନାହିଁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।