ଟଙ୍କା ବର୍ଷା କରୁଥିବା ଚମତ୍କାରି ଗଛ, ଘରକୁ ନେଇ ଆସନ୍ତୁ ଏହାର କେବଳ ଗୋଟିଏ ଡାଳ, ଭାଗ୍ୟ ଚମକି ଉଠିବ – Vastu Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ରେ ପ୍ରତ୍ୟେକ ଗଛ ର ଫୁଲ,ଫଳ,ଡାଳ,ଚେର ଆଦିର ଚମତ୍କାରୀ ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି।ତେବେ ଆଜି ଆମେ ଆପଣଙ୍କୁ ଏଭଳି ଏକ ଦିବ୍ୟ ଏବଂ ଚମତ୍କାରୀ ଗଛ ବିଷୟରେ କହିବୁ ଯାହା ଆପଣଙ୍କୁ ଅତି ସହଜରେ ମିଳିଯିବ ଏବଂ ଏହାର ଚମତ୍କାରୀ ଗୁଣ ସମ୍ବନ୍ଧରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହେବେ।ତେବେ ସେହି ଗଛର ନାମ ହେଉଛି, ‘ଡାଲିମ୍ବ ଗଛ’। ଆପଣ ମାନେ ଟ ନିଶ୍ଚିତ ଭାବରେ ଜାଣିଥିବେ ଯେ, ଡାଲିମ୍ବ ଫଳକୁ ମାତା ଲକ୍ଷ୍ମୀ, ଦୁର୍ଗା ଏବଂ କାଳୀ ଙ୍କ ପାଖରେ ଭୋଗ ଲଗାଇଲେ ସେମାନେ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କ ମନୋସ୍କାମନା ପୂର୍ଣ କରିଥାନ୍ତି। ପ୍ରତ୍ୟେକ ଫଳ ର ଭିନ୍ନ ଓ ବିଶେଷ ଗୁଣ ରହିଥାଏ।ଡାଲିମ୍ବ ଫଳ ର ମଧ୍ୟ କିଛି ବିଶେଷ ଗୁଣ ରହିଛି। ଏହାର ଭଲ ବିଭିନ୍ନ ରୋଗକୁ ନାଶ କରିଥାଏ ଏବଂ ଏହାଦ୍ବାରା ଦେବାଦେବୀ ଙ୍କୁ ମଧ୍ୟ ପ୍ରସନ୍ନ କରାଯାଇ ପାରିଥାଏ।

କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଡାଲିମ୍ବ ଗଛ ର ଫଳ ନୁହେଁ ବରଂ ଏହି ଗଛର ଡାଳ ସମ୍ବନ୍ଧରେ କହିବୁ। ଏହି ଡାଲିମ୍ବ ଗଛର ଡାଳ ର ଅନେକ ଚମତ୍କାରୀ ଗୁଣ ରହିଛି ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ଚକିତ ହେବେ। ତେବେ ଆସନ୍ତୁ ଜାଣିବା ଏହି ସମ୍ବନ୍ଧରେ।

ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଡାଲିମ୍ବ ଗଛରେ ଶ୍ରୀ ହରି ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ଙ୍କ ବାସ ରହିଥାଏ। ଏହି ଗଛକୁ ଘରର ମୁଖ୍ୟ ଦ୍ୱାର ରେ ଲଗାଇଲେ ଘରେ ଧନ ଵୃଦ୍ଧି ହୋଇଥାଏ। ଏହା ସହିତ ଏହି ଗଛ ଘରେ ଲଗାଇବା ଦ୍ୱାରା ଘରର ବାତାବରଣ ଶୁଦ୍ଧ ଏବଂ ସକରାତ୍ମକ ଉର୍ଜା ରେ ପରିପୂର୍ଣ୍ଣ ହୋଇଯାଏ। ଏହା ସହିତ କେବେବି ଧନର ଅଭାବ ଦେଖିବାକୁ ମିଳେନାହିଁ।ସମସ୍ତ ଅଭାବ ଅନଟନ ମଧ୍ୟ ଦୁର ହୋଇଥାଏ।

ବନ୍ଧୁଗଣ ଯଦି ଆପଣ ନିଜ ଜୀବନରେ କୌଣସି କ୍ଷେତ୍ର ରେ ସର୍ବଦା ଚିନ୍ତାଗ୍ରସ୍ତ ରହୁଛନ୍ତି।କୌଣସି କ୍ଷେତ୍ରରେ ଅସଫଳତା ପ୍ରାପ୍ତି ହେଉଛି ବା ଆପଣ ଅଗ୍ରସର ହୋଇ ପାରୁ ନାହାନ୍ତି ତେବେ ଏକ ଉପାୟ ମାଧ୍ୟମରେ ସବୁ ସମସ୍ୟା ର ନିବାରଣ ହେବ। ଏହି ଉପାୟ ନିମନ୍ତେ ଯେଉଁ ମାସରେ ରାହୁ ସ୍ୱାତୀ ନକ୍ଷତ୍ର କୁ ପ୍ରବେଶ କରିଥାଏ ସେତେବେଳେ ଆପଣ ଏକ ଡାଲିମ୍ବ ର ଡାଳ କୁ ଭାଙ୍ଗି ଆଣନ୍ତୁ ଏବଂ କ୍ଷମା ପ୍ରାର୍ଥନା କରନ୍ତୁ। କାରଣ ଏଥିରେ ଭଗବାନ ବିଷ୍ଣୁ ବାସ କରନ୍ତି।

ଡାଲିମ୍ବ ର ଡାଳ କୁ ଆଣିବା ପରେ ଏହାକୁ ଛୋଟ କରି ଦିଅନ୍ତୁ ଏବଂ ଏହାପରେ ଏହି ଡାଳକୁ ଠାକୁର ଘରେ ରଖି ଦିଅନ୍ତୁ। ଏହାପରେ ଏହାକୁ ଧୂପ, ଦୀପ, ଚନ୍ଦନ, ଫୁଲ ଆଦି ଦେଇ ପୂଜା କରନ୍ତୁ।ପୂଜା କରିବା ପରେ ଆପଣ ଏକ କଳା ସୂତା ରେ ରୂପାର ତାବିଜ କୁ ଶନିବାର ଦିନ ବେକରେ ଧାରଣ କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଜୀବନର ସମସ୍ତ ସମସ୍ୟାର ସମାଧାନ ହୋଇଯିବ ଏବଂ ଆପଣ ଜୀବନ ରେ ସଫଳତା ର ମାର୍ଗ ରେ ଅଗ୍ରସର ହେବେ।

ବନ୍ଧୁଗଣ ଧନ ପ୍ରାପ୍ତି ନିମନ୍ତେ ଆପଣ ଏକ ଡାଲିମ୍ବ ର ଡାଳ ଆଣନ୍ତୁ ଏବଂ ଏହାକୁ ଏକ ଲାଲ କପଡ଼ା ରେ ବାନ୍ଧି ରଖନ୍ତୁ। ଏହାପରେ ଏହି ଡାଳକୁ ଚାରିମୁଖୀ ଦୀପ ଦ୍ଵାରା ପୂଜା କରନ୍ତୁ।ଏହା ସହିତ ଏକ ତମ୍ବା ର ଲୋଟା ରେ ପାଣି ଭରି କୁବେର ଙ୍କ ମନ୍ତ୍ର ଜପ କରନ୍ତୁ।ଏପରି ୨୧ ଦିନ ପର୍ଯ୍ୟନ୍ତ କରନ୍ତୁ। ୨୧ ଦିନ ପରେ ଏହି ପାଣିକୁ ଘରର ସମସ୍ତ ସ୍ଥାନରେ ଛିଞ୍ଚି ଦିଅନ୍ତୁ। ଏହାପରେ ଏହାକୁ ଏକ ହଳଦିଆ କପଡା ରେ ଗୁଡ଼ାଇ ନିଜ ଡ୍ରର୍ ରେ ରଖି ଦିଅନ୍ତୁ। ଆପଣ ଦେଖିବେ ଆପଣଙ୍କ ଘରେ ଧନର ବୃଦ୍ଧି ଅପାର ମାତ୍ରାରେ ହେବ। ଏହା ଏକ ଚମତ୍କାରୀ ଉପାୟ ଅଟେ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।