ଖାଦ୍ୟ ଠିକ ଭାବରେ ଖାଇଲେ ଶରୀର ଅସୁସ୍ଥ ହୋଇଥାଏ । ସାମାନ୍ୟ କୌଣସି କାର୍ଯ୍ୟ କରିବା ଦ୍ୱାରା ଶରୀର ହାଲିଆ ହୋଇଯାଏ । ଶରୀର ଦୁର୍ବଳ ଲାଗେ । ପୁରା ଦିନଟି ଥକା ଥକା ଲାଗେ । ଯୌନ ଶକ୍ତି କମଜୋର ହୋଇଥାଏ ଏଥିପାଇଁ ବୈବାହିକ ଜୀବନରେ ସମସ୍ୟା ସୃଷ୍ଟି ହୋଇଥାଏ । ଏହି ସମସ୍ୟାକୁ ଓ ଏହି ରୋଗକୁ ଅତି ସହଜରେ ସମାଧାନ କରିହେବ । ଏମିତି ରେ ଏହା କୌଣସି ରୋଗ ନୁହେଁ ।
ଏହା କେବଳ ଶରୀରକୁ ଠିକ ଭାବରେ ଯତ୍ନ ନକରିବାରୁ ଶରୀର ଦୁର୍ବଳ ହୋଇଥାଏ । ଆଜି ଆମେ ଆପଣମାନଙ୍କୁ ଏପରି ଏକ ଉପାୟ ବିଷୟରେ କହିବୁ ଯାହାଦ୍ବାରାକି ଆପଣ ଏହି ସବୁ ସମସ୍ୟାରୁ ରକ୍ଷା ପାଇପାରିବେ ।
ଏହି ଉପାୟ ପାଇଁ ପ୍ରଥମେ ଆବଶ୍ୟକ ହୋଇଥାଏ ଅଖରୋଟ । ଅଖରୋଟ ଦ୍ୱାରା ଶରୀରରେ ଉର୍ଜା ଭରି ଥାଏ । ସ୍ବାସ୍ ସମ୍ବନ୍ଧୀୟ ସମସ୍ୟା ଠିକ କରିଥାଏ । ମସ୍ତିକ ପ୍ରଖର କରିଥାଏ । ଆଖିର ଶକ୍ତିକୁ ବୃଦ୍ଧି କରିଥାଏ । ଆଣ୍ଠୁ ଗଣ୍ଠି ବିନ୍ଧାରୁ ରକ୍ଷା କରିଥାଏ । ରକ୍ତ ସଞ୍ଚାଳନ ଠିକ ରଖିଥାଏ । ଏହାକୁ ଯେଉଁମାନେ ଯବାନ ଅବସ୍ଥାରେ ସେବନ କରିଥାନ୍ତି ସେମାନଙ୍କୁ ବୃଢ଼ ଅବସ୍ଥାରେ କୌଣସି ଶାରୀରିକ ସମସ୍ୟା ଆସିନଥାଏ ।
ଏହା ପରେ କିଶମିଶ ନିଅନ୍ତୁ । ଏଥିରେ କ୍ୟାଲସିୟମ ,ପଟାସିୟମ , ମାଗ୍ନେସିୟମ , ଫାଇବାର ମାତ୍ର ପ୍ରଚୁର ପରିମାଣରେ ମିଳିଥାଏ । କିଶମିଶ ଖାଇବା ଦ୍ୱାରା ଶରୀରରେ ଫୁଟିପି ଅନୁଭବ ହୋଇଥାଏ । ରକ୍ତ ହୀନତା , ଆଣ୍ଠୁ ଗଣ୍ଠି ରେ ଥିବା ସମସ୍ୟା ରୁ ମୁକ୍ତି ମିଳିଥାଏ । କିଶମିଶ ଆପଣଙ୍କ ଆଖି ,ଚୁଟି ଓ ଶରୀରର ଅନ୍ତରୀଣ ଅଙ୍ଗ ପ୍ରତି ଫାଇଦା ଦେଇଥାଏ । ଏହା ଆପଣଙ୍କ ହାର୍ଟ , କିଡ୍ନୀ , ଲିବର ଆଦି କୁ ସୁସ୍ଥ ରଖିଥାଏ ।
ଏହାପରେ ଆପଣ ତରଭୁଜର ମଞ୍ଜି ନିଅନ୍ତୁ । ଏଥିରେ ଜିଙ୍କ , ସେଲେନିୟାମ , କପର, ଆଇରନ ,ପଟାସିୟମ , ମାଗନେସିୟମ ଆଦି ତତ୍ୱ ମିଳିଥାଏ । ଏହ ମଞ୍ଜି ଦ୍ୱାରା ଆପଣଙ୍କର ବିପି , ଡାଇବେଟିସ , ଥାଇରଡ ଆଦି ରୋଗକୁ ନିୟନ୍ତ୍ରଣ କରିଥାଏ । ଶେଷରେ ଆପଣ ମିଶ୍ରି ଓ କ୍ଷୀର ନିଅନ୍ତୁ । ଏବେ ଆସନ୍ତୁ ଜାଣିବା ଏହାକୁ କିପରି ପ୍ରସ୍ତୁତ କରିବା । ଆପଣ କ୍ଷୀରକୁ ଫୁଟାଇ ସେଥିରେ ଚାରି , ପାଞ୍ଚଟି ଅଖରୋଟ ଓ ୨୦ ରୁ ୨୫ ଟି କିଶମିଶ ପକାଇ ସେଥିରେ ସ୍ୱାଦ ଅନୁସାରେ ମିଶ୍ରି ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ ।
ଏହି ମିଶ୍ରଣକୁ ଆପଣ ସକାଳ ସମୟରେ ସେବନ କରସନ୍ତୁ ନଚେତ ସନ୍ଧ୍ୟା ସମୟରେ ସେବନ କରି ପାରିବେ । କିନ୍ତୁ ଏହାକୁ ସକାଳ ସମୟରେ ସେବନ କରିବା ଦ୍ୱାରା ଆପଣଙ୍କ ହଜମ ଶକ୍ତି କୁ ବୃଦ୍ଧି କରିଥାଏ । ଏହା ଦ୍ୱାରା ଆପଣଙ୍କୁ ଏହାର ପୋଷାକ ତତ୍ୱ ଶରୀରକୁ ଠିକ ଭାବରେ ମିଳିଥାଏ । ଏହି ଉପାୟକୁ କରିବା ଦ୍ୱାରା ଶରୀର ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ହୋଇଥାଏ । ହାଡ଼ ମଜବୁତ ହୋଇଥାଏ । ଆଖିର ଶକ୍ତି ବୃଦ୍ଧି ହଉଥାଏ । ହାର୍ଟ ଓ କିଡ୍ନୀକୁ ସୁସ୍ଥ ରଖିଥାଏ ।
ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।