ଚନ୍ଦାପଣର ରାମବାଣ ଚିକିତ୍ସା ହେଉଛି ଏହି ଘରୋଇ ଉପଚାର, ବାଳ ଝଡୁଥିବାରୁ ଚିନ୍ତିତ ଥିବା ବ୍ୟକ୍ତି ଏହାକୁ ନିଶ୍ଚୟ ଆପଣାଇବା ଦରକାର – ଦେଖନ୍ତୁ

ବାଳ ମଣିଷର ସୁନ୍ଦରତା ହୋଇଥାଏ । ଯାହା ମୁଣ୍ଡରେ ଯେତେ ବାଳ ଥାଏ ସେ ସେତିକି ସୁନ୍ଦର ଲାଗିଥାଏ ସେ ଝିଅ ହେଉ କିମ୍ବା ପୁଅ । ଗହବା ବାଳ ଯେତିକି ସୁନ୍ଦର ଲାଗିଥାଏ ବାଳ ଝଡିଗଲେ ସେତିକି କଷ୍ଟ ଦେଇଥାଏ । ସାଧାରଣତଃ ଅଧିକାଂଶ ଲୋକଙ୍କର ବାଳ ଝଡିବର ସମସ୍ୟା ଥାଏ ଯେଉଁଥିରୁ ବଞ୍ଚିବା ପାଇଁ ସେ ବହୁତ ପ୍ରକାରର ଯତ୍ନ କରିଥାଏ କିନ୍ତୁ ତାର ସମସ୍ୟା ଯାହାକୁ ତାହା ରହିଥାଏ । ଆମ ଶରୀରରେ କୌଣସି ବି ଅଭାବ ଆମକୁ କେବଳ କଷ୍ଟ  ଦେଇ ନଥାଏ ତା ସହିତ ବ୍ୟକ୍ତିର ଆତ୍ମବିଶ୍ଵାସକୁ ମଧ୍ୟ ଭାଙ୍ଗି ଦେଇଥାଏ ।

ଏମିତିକି ତାର ଆଖ ପାଖ ଲୋକ ତାକୁ ତାର ଅଭାବ ଦର୍ଶାଇ ଦେଇଥାନ୍ତି । ଚନ୍ଦାପଣର ରାମବାଣ ଚିକିଶ୍ଚା ଏହି ଘରୋଇ ଉପାୟ, ଏହାକୁ ବ୍ୟବହାର କରିବା ପରେ ଆପଣଙ୍କର ବାଳ ଝଡିବା ବନ୍ଦ ହୋଇଯିବ ।

ଚନ୍ଦାପଣର ରାମବାଣ ଉପାୟ ଏହି ଘରୋଇ ଉପଚାର

ଗହବା ଓ କଳା ବାଳ ଆମର ସୁନ୍ଦରତାକୁ ଦଶ ଗୁଣା କରିଦିଏ । ଯଦି ଆପଣ ବି ବାଳ ଝଡିବା ସମସ୍ୟାରେ ଗତି କରୁଛନ୍ତି ଓ ଏହାକୁ ଦୂର କରିବାକୁ ଚାହୁଁଛନ୍ତି ତେବେ ଏହି ଘରୋଇ ଉପଚାର ବିଷୟରେ ପଢନ୍ତୁ ।

କ୍ୟାଷ୍ଟଲ ଅଏଲ

କ୍ୟାଷ୍ଟଲ ଅଏଲକୁ ହାଲକା ଉଷୁମ କରି ବାଳମୂଳରେ ଲଗାନ୍ତୁ, ଓ ଏହାକୁ ଆପଣ ସପ୍ତାହରେ ୩-୪ ଥର କରିବାକୁ ପଡିବ କାରଣ ଆପଣଙ୍କର ଝଡୁଥିବା ବାଳ ପାଇଁ ଏହା ରାମବାଣ ଉପଚାର ଅଟେ । ଏମିତି କରିବା ଦ୍ଵାରା ଆପଣଙ୍କ ବାଳ ଶୀଘ୍ର ବଢିବ ଓ ହେଲଦି ବି ରହିବ ।

ନଡିଆ ତେଲ

ନଡିଆ ତେଲକୁ ହାଲକା ଗରମ କରି ତାକୁ ୨-୩ ଚାମଚ ନିଜ ବାଳମୂଳରେ ଲଗାନ୍ତୁ । ଏମିତି ସପ୍ତାହରେ 2-3 ଥର କଲେ ଆପଣଙ୍କ ବାଳକୁ ଲାଭ ମିଳିବ ଓ ଝଡିବା ବି ବନ୍ଦ ହୋଇଯିବ । ନଡିଆ ତେଲ ଶରୀରର ସବୁ ସମସ୍ୟାର ରାମବାଣ ଉପଚାର ବୋଲି କୁହାଯାଏ ଓ ଏଥିରେ ମିଳୁଥିବା ଆଣ୍ଟି ଅକ୍ସିଡେଣ୍ଟ ବାଳର ସମସ୍ୟାକୁ ଦୂର କରିଦେବ ।

ପିପରମିଣ୍ଟ ଅଏଲ

ପିପରମିଣ୍ଟ ଅଏଲକୁ ୩-୪ ବୁନ୍ଦା ଗୋଟିଏ କପ ପାଣିରେ ମିଶାଇ ବାଳରେ ମସାଜ କରନ୍ତୁ । ଏହା ପରେ ବାଳକୁ ଗରମ ତଉଲିଆରେ ଢାକି ଦିଅନ୍ତୁ । ଏହା ପରେ ହାରାହାରି 20 ମିନିଟ ପରେ ବାଳକୁ ସାମ୍ପୋରେ ଧୋଇ ଦିଅନ୍ତୁ । ଆପଣଙ୍କୁ ଏହାକୁ ସପ୍ତାହରେ ଦୁଇ ଥର କରିବା ଆବଶ୍ୟକ ।

ଅଲିଭ ଅଏଲ

ସର୍ବ ପ୍ରଥମେ ଅଲିଭ ଅଏଲ କୁ ହଲକା ଗରମ କରନ୍ତୁ, ପୁଣି ଏହାକୁ ନିଜର ମୁଣ୍ଡରେ ଭଲ ଭାବେ ମସାଜ କରନ୍ତୁ । ଏହା ପରେ ସକାଳେ ବାଳକୁ ଭଲ ଭାବେ ଧୋଇ ନିଅନ୍ତୁ ।

ପିଆଜ ରସ

ପିଆଜ ରସକୁ ନିଜ ବାଳରେ ସପ୍ତାହରେ ଦୁଇ ଦିନ ଲଗାଇଲେ ଭଲ ଲାଭ ମିଳିଥାଏ । ପିଆଜ ରସରେ ଆପଣଙ୍କ ବାଳ ଗହବା ହେବା ସହିତ ଚମକଦାର ବି ହେବ ।

ଟିପ୍ସ ଗୁଡିକ ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।