ଘରେ ତିଆରି କରନ୍ତୁ ଏହି ୫ଟି ବିଶେଷ ପ୍ରକାରର ଚା’, ଶୀତଦିନେ ହେଉଥିବା ସବୁ ରୋଗରୁ ମିଳିବ ଆରାମ

ଶୀତଦିନେ ଶରୀରରେ ବହୁତ ପ୍ରକାରର ପରିବର୍ତ୍ତନ ହୋଇଥାଏ ଓ ବାହାରର ବଦଳୁଥିବା ଋତୁ କାରଣରୁ ବହୁତ ପ୍ରକାରର ରୋଗର ସାମ୍ନା ମଧ୍ୟ କରିବାକୁ ପଡିଥାଏ । କିଛି ରୋଗ ତ ସାମାନ୍ୟ ହୋଇଥାଏ କିନ୍ତୁ କଷ୍ଟ ଅଧିକ ଦେଇଥାଏ । ଏମିତିରେ ସବୁବେଳେ ଔଷଧ ଖାଇବା ବି ଶରୀର ପାଇଁ ଭଲ ହୋଇନଥାଏ । ଶୀତଦିନେ ଯେଉଁ ସମସ୍ୟା ସବୁଠୁ ଅଧିକ ଥାଏ ତାହା ହେଲା ତଣ୍ଟି ଦରଜର ସମସ୍ୟା ଓ କାଶ ହେବା ।

ଅଧିକ ଥଣ୍ଡା ପାଣି ପିଇବା କାରଣରୁ ତଣ୍ଟି ଦରଜ ହୋଇଥାଏ ଓ ପାଣିର ଅଭାବରୁ କାଶ ମଧ୍ୟ ହୋଇଥାଏ । ଏମିତିରେ ଲୋକ ଚା’ ପିଇବା ବହୁତ ପସନ୍ଦ କରିଥାନ୍ତି । ଯଦି ଆପଣ ଶୀତଦିନେ ଚା’ ପିଉଛନ୍ତି ତେବେ ସାମାନ୍ୟ ଚା’ ରୁ କୌଣସି ଲାଭ ମିଳିବ ନାହିଁ । ଏହି ସମସ୍ୟାରୁ ମୁକ୍ତି ପାଇଁ ଆପଣ ଏହି ବିଶେଷ ପ୍ରକାରର ଚା’ ତିଆରି କରି ପାରନ୍ତି ।

ହଳଦି

ଆପଣଙ୍କର କିଚେନରେ ଥିବା ହଳଦୀ କେବଳ ଖାଦ୍ୟରେ ରଙ୍ଗ ଓ ସ୍ଵାଦ ବଢାଇ ନଥାଏ ଏହା ଆପଣଙ୍କର ଚେହେରାର ରଙ୍ଗ ମଧ୍ୟ ବଦଳାଇ ଦିଏ । ଏହି ହଳଦୀ ଯଦି ଚା’ ରେ ପକାଯାଏ ତେବେ ଏଥିରୁ ଆପଣଙ୍କ ଶରୀରକୁ ବହୁତ ଆରାମ ମିଳିବ ଓ ସବୁଠୁ ଅଧିକ ତଣ୍ଟିକୁ । ତଣ୍ଟି ଦରଜ ର ସମସ୍ୟା ଶୀତଦିନେ ସାଧାରଣ ହୋଇଥାଏ । ଏମିତିରେ ଆପଣଙ୍କୁ ପ୍ରତିଦିନ ସକାଳୁ ଉଠି ହଳଦୀ ପକାଇ ଚା’ ପିଇବାରେ ଏଥିରୁ ଆରମ ମିଳିଥାଏ ।

ଅଦା

ଏହି ଅଦା ଚା’ ଆପଣଙ୍କ ଜେଜେମା’ଙ୍କର ନିଶ୍ଚୟ ଫେବ୍ରେଟ ହୋଇଥିବ । ମିଠା ଚା’ ରେ ଅଦା ଚା’କୁ ଆହିରି ଅଧିକ ସ୍ଵାଦିଷ୍ଟ କରିଥାଏ  । ପେଷା ହୋଇଥିବା ଅଦା ଯେତେବେଳେ ଚା’ରେ ପଡିଥାଏ କେବଳ ଚା’ର ସ୍ଵାଦ ନୁହେଁ ପରନ୍ତୁ ଆପଣଙ୍କୁ ତଣ୍ଟି ଦରଜର ସମସ୍ୟାରୁ ମଧ୍ୟ ଆରମ ମିଳିଥାଏ । ଥଣ୍ଡା, ଜ୍ଵର, କାଶ, ତଣ୍ଟି ଦରଜ ରେ ଏହି ଅଦା ଚା’ ବହୁତ ଆରାମ ଦେଇଥାଏ ।

ଗୋଲ ମରିଚ

କିଚେନରେ ଥିବା କଳା କଳା ଗୋଲମରିଚର ଦାନାକୁ ଚା’ରେ ପକାଇ ପିଇଲେ ଶରୀରରେ ଥିବା ବହୁତ ସମସ୍ୟାରୁ ଆରାମ ମିଳିଥାଏ । ଗୋଲ ମରିଚ ଚା’ ତଣ୍ଟି ଦରଜ ଓ କାଶରୁ ଆରମ ଦେଇଥାଏ । ଆପଣଙ୍କୁ ଯଦି ଗୋଲ ମରିଚ ପେଶି ଚା’ରେ ପକାଇ ପିଇବା ସହଜ ହେଉ ନଥାଏ ତେବେ ବଜାରରେ ଗୋଲମରିଚର ପାଉଡର ମଧ୍ୟ ମିଳୁଛି । ଏହାକୁ ଚା’ ରେ ପକାଇ ପିଅନ୍ତୁ ଆରମ ମିଳିବ ।

ତୁଳସୀ

ପ୍ରତିଟି ଘର ଆଗଣାରେ ଥିବା ତୁଳସୀ ବଡ ବଡ ରୋଗକୁ ମଧ୍ୟ ଭଲ କରିଦେଇଥାଏ । ତୁଳସୀ ଚା’ ରେ ପକାଇଲେ ଚା’ର ସ୍ଵାଦ ଓ ବାସ୍ନା ଦୁଇ ଗୁଣ ହୋଇଯାଇଥାଏ । ଏହା ସହିତ ତୁଳସୀର ଚା’ ଆପଣଙ୍କ ମୁଣ୍ଡବିନ୍ଧାକୁ ଭଲ କରିଦେଇଥାଏ । ଏହାର ସେବନରେ ତଣ୍ଟି ଦରଜ ମଧ୍ୟ ଦୂର ହୋଇଥାଏ ତା ସହିତ ଶରୀରରେ ଯଦି ଅନ୍ୟ କୌଣସି ରୋଗ ଅଛି ତାହା ବି ଭଲ ହୋଇଯାଏ ।

ଯଦି ଲେଖାଟି ଭଲ ଲାଗିଲା ତେବେ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।