ଜାଣନ୍ତୁ କଣ ପାଇଁ ପୂଜା କରିବା ସମୟରେ ସ୍ତ୍ରୀ ହୁଅନ୍ତୁ କିମ୍ବା ପୁରୁଷ ସମସ୍ତେ ଢାଙ୍କି ଥାନ୍ତି ମୁଣ୍ଡ ?

ଭାରତୀୟ ସଂସ୍କୃତିରେ ହିନ୍ଦୁ ଧର୍ମରେ ପୂଜା ପାଠକୁ ବିଶେଷ ମହତ୍ଵ ଦିଆଯାଇଛି । ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ପୂଜା ପାଠ କରିବା ଦ୍ଵାରା ବ୍ୟକ୍ତିକୁ ଇଶ୍ଵରଙ୍କର ଆଶିଷ ପ୍ରାପ୍ତ ହୋଇଥାଏ ଏବଂ ତାହାର ଜୀବନ ସଫଳ ହୋଇଥାଏ । ଏହା ସହିତ ବ୍ୟକ୍ତିର ସବୁ ପାପର ନାସ ମଧ୍ୟ ହୋଇଥାଏ ଏବଂ ତାହାର ସବୁ ଇଛା ପୂରଣ ହୋଇଥାଏ । ପୂଜା ପାଠ କରିବା ଦ୍ଵାରା ବ୍ୟକ୍ତିକୁ ଆତ୍ମିକ ଶାନ୍ତି ପ୍ରାପ୍ତ ହୋଇଥାଏ । ଏହି କାରଣରୁ ହିନ୍ଦୁ ଧର୍ମକୁ ମାନୁଥିବା ସବୁ ବ୍ୟକ୍ତି ଦେବୀ ଦେବତାଙ୍କୁ ପୂଜା କରିଥାନ୍ତି ।

ସମସ୍ତେ ନିଜର ଆସ୍ଥା ଅନୁସାରେ ଅଲଗା ଅଲଗା ଦେବୀ ଦେବତାଙ୍କୁ ପୂଜା କରିଥାନ୍ତି । ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ୩୩ କୋଟି ଦେବୀ ଦେବତା ଅଛନ୍ତି କିନ୍ତୁ ଏମାନଙ୍କ ମଧ୍ୟରୁ କିଛି ଭଗବାନଙ୍କର ହିଁ ପୂଜା କରାଯାଇଥାଏ । ପୁରୁଷ ମାନେ ପୂଜା କରିବା ସମୟରେ ରୁମାଲରେ ନିଜର ମୁଣ୍ଡ ଢାଙ୍କି ଦେଇଥାନ୍ତି , ଯେତେବେଳେ କି ମହିଳାମାନେ ପୂଜା କରିବା ସମୟରେ ନିଜର ଶାଢୀ ଦ୍ଵାରା କିମ୍ବା ନିଜର ଓଢଣି ଦ୍ଵାରା ନିଜର ମୁଣ୍ଡକୁ ଢାଙ୍କି ଥାନ୍ତି ।

ଆପଣ ସମସ୍ତେ ଦେଖିଥିବେ କି ପୂଜା କରୁଥିବା ସମୟରେ ପ୍ରାୟତଃ ସମସ୍ତ ମହିଳାମାନେ ମୁଣ୍ଡକୁ ଢାଙ୍କି ଥାନ୍ତି । ଏହି ପରମ୍ପରାକୁ ପୁରୁଷ ଲୋକମାନେ ବହୁତ କମ ମାନିଥାନ୍ତି । ଏହା ସହିତ ମହିଳାମାନଙ୍କ ସାମନାରେ ଯଦି କେହି ଗୁରୁଜନ ଆସିଯାଆନ୍ତି ତେବେ ସେମାନେ ନିଜର ମୁଣ୍ଡକୁ ଢାଙ୍କି ଦେଇଥାନ୍ତି । ଠିକ ସେମିତି ହିଁ କରିବା ଭଗବାନଙ୍କୁ ସମ୍ମାନ ଦେବା ଅଟେ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏହି ପରମ୍ପରା ପଛରେ ଧାର୍ମିକ ଏବଂ ବୈଜ୍ଞାନିକ ଦୁଇଟି କାରଣ ଅଛି । ଏହା କରିବା ଦ୍ଵାରା ଉଭୟ ପୁରୁଷ ଏବଂ ମହିଳାଙ୍କୁ ବହୁତ ଲାଭ ମିଳିଥାଏ ।

ମୁଣ୍ଡ ଢାଙ୍କିବା ଦ୍ଵାରା ମିଳିଥାଏ ଲାଭ :

·    ଏମିତି କୁହାଯାଏ କି ପୂଜା କରିବା ସମୟରେ ମୁଣ୍ଡ ଢାଙ୍କିବା ଦ୍ଵାରା ବ୍ୟକ୍ତିର ମନରେ ଏକାଗ୍ରତା ରହିଥାଏ । ମାନ୍ୟତା ଅନୁସାରେ ଖୋଲା ମୁଣ୍ଡ ଥିବା ବ୍ୟକ୍ତିର ଭିତରେ କ୍ରୋଧ ବଢିଥାଏ । ଏହା ଦ୍ଵାରା ମୁଣ୍ଡ ବ୍ୟଥା ଏବଂ ଆଖି କମଜୋର ହୋଇଯାଏ । ଏହି କାରଣରୁ ପ୍ରାଚୀନ ସମୟରୁ ହିଁ ମୁଣ୍ଡ ଢାଙ୍କିବା ପରମ୍ପରା ଚାଲି ଆସୁଅଛି ।

·    ପବନରେ ବିଭିନ୍ନ ପ୍ରକାର କୀଟାଣୁ ଥାଏ ଏବଂ ସେ ଗୁଡିକ ଆମ ମୁଣ୍ଡ ଭିତରେ ଲାଗି ରହି ଯାଆନ୍ତି । ଏହି କୀଟାଣୁ ଆମ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ସେଥିପାଇଁ ମୁଣ୍ଡ ଘୋଡାଇବା ଲାଭଦାୟକ ହୋଇଥାଏ ।

·    ମୁଣ୍ଡରେ ସବୁ ସମୟରେ ପଗଡି କିମ୍ବା ସାଫା ରହିବା ଦ୍ଵାରା ବ୍ୟକ୍ତିର କାନରେ ପବନ ଜଲ୍ଦି ଯାଏ ନାହିଁ । ଯାହା ଦ୍ଵାରା କାନର କୌଣସି ସମସ୍ୟା ହୁଏ ନାହିଁ ।

·    ମୁଣ୍ଡ ଢାଙ୍କିବା ଦ୍ଵାରା ଆପଣ ଗଞ୍ଜା ହେବା, ରୁଫି ଏବଂ ଚୁଟି ଝଡିବା ସମସ୍ୟାରୁ ମଧ୍ୟ ବଞ୍ଚି ପାରିବେ ।