Bollywood ହିରୋଇନ Mahima Chaudhry ଙ୍କ Biography, ଜାଣନ୍ତୁ କିପରି ଏକ ଭୟାନକ ଘଟଣା ବଦଳାଇ ଦେଲା ତାଙ୍କର ପୁରା ଜୀବନ

ଭାରତୀୟ ସିନେମାରେ ଅଗଣିତ କାହାଣୀ ଏବଂ ଅନେକ ବାକ୍ୟରେ ବନ୍ଧା ଯୁଗ ନିଜ ଭିତରେ ଖେଳେଇ ହୋଇଥାଏ, ଯେଉଁଠି ପ୍ରତ୍ୟେକ ଜଣେ କିଛି ବଡ଼ କରିବା ପାଇଁ ଆସିଥାନ୍ତି । ଏମାନଙ୍କ ମଧ୍ୟରୁ କିଛି ଲୋକ ଆକାଶର ଧ୍ରୁବ ତାରା ବନି ଚମକି ଥାନ୍ତି ଏବଂ ସେହି ଦୁନିଆରେ କିଛି ଲୋକ ଲକ୍ଷ ତାରା ମାନଙ୍କ ଭିତରେ ଦବି ରହିଥାଆନ୍ତି । ଯେଉଁ ମାନଙ୍କୁ ସମୟର ଖେଳ ଏବଂ ଲୋକଙ୍କ ଦରକାର ଗୋଟିଏ ସମୟରେ ଆକାଶରୁ ଟାଣି ତଳକୁ ନେଇ ଆସେ । ୧୩ ସେପ୍ଟେମ୍ବର ୧୯୭୩ ମସିହାରେ ପଶ୍ଚିମ ବଙ୍ଗଳାର ଦାର୍ଜିଲିଂ ସହରରେ ଜନ୍ମଗ୍ରହଣ କରିଥିଲେ ।

ତାଙ୍କ ପ୍ରକୃତ ନାମ ରିତୁ ଚୈାଧ୍ରୀ । ସେ ଦାର୍ଜିଲିଂ ସହରର ଲୋରେଟୋ କଲେଜରେ ପାଠ ପଢିଥିଲେ, ତାପରେ ସେ ମଡେଲିଂ ଆଡ଼କୁ ଗତି କରିଥିଲେ । ଏହାଦ୍ବାରା ସେ ଅନେକ ଟିଭି ଆଡ୍ ମଧ୍ୟ କରିଛନ୍ତି । ତାଙ୍କ କ୍ୟାରିୟରରେ ସବୁଠାରୁ ଲୋକପ୍ରିୟ ଆଡ୍ ପେପ୍ସି ପାଇଁ ଥିଲା । ସେ ଅମିର୍ ଖାଁ ଏବଂ ଅୈଶୋର୍ଯ୍ୟାଙ୍କ ସହ କାମ କରିଥିଲେ । ଯେତେବେଳେ ସେ ମଡେଲିଂ କରୁଥିଲେ ସେତେବେଳେ ସେ ମିସ୍ ଇଣ୍ଡିଆରେ ଭାଗ ନେଇଥିଲେ ଯାହାଦ୍ଵାରା ସେ ଦୁନିଆରେ ବହୁତ ବଡ଼ ନାଁ କରି ପାରିଲେ ।

ଫିଲ୍ମ ନିର୍ମାତା ବିଜୁ ବିନୋଦ ଚୋପ୍ରା ‘କରିବ୍’ ଫିଲ୍ମରେ କାମ କରିବାକୁ ସୁଯୋଗ ଦେଇଥିଲେ, ଯାହାକୁ ମହିମା ଚୈାଧ୍ରୀ ମଧ୍ୟ ଗ୍ରହଣ କରିଥିଲେ । ଫିଲ୍ମ କରିବ୍ ସୁଟିଂ ବେଳେ ଫିଲ୍ମ ନିର୍ମାତା ସୂବାଷ ଘାଇଙ୍କ ନଜର ମହିଳାଙ୍କ ଉପରେ ପଡିଥିଲା । ସେତେବେଳେ ସେ ଆଗାମୀ ଫିଲ୍ମ ‘ପର୍ଦେଶ୍’ ରେ କାମ କରୁଥିଲେ । ସୁବାଷ ଘାଇ ମହିମାଙ୍କୁ ଦେଖା କରିବାକୁ କହିଥିଲେ, ସେତେବେଳକୁ ସେ ୩୦୦୦ ଅଡିସନ୍ ନେଇ ସାରିଥିଲେ । ଗୋଟିଏ ଦିନ ସେ ସୁବାଷ ଘାଇଙ୍କ ଅଫିସକୁ ଗଲେ ଏବଂ କିଛି ସମୟ ଆଲୋଚନା ପରେ ଫିଲ୍ମ ‘ପର୍ଦେଶ’ ପାଇଁ ତାଙ୍କୁ ସାଇନ୍ କରାଗଲା ।

ସେଇ ୩୦୦୦ ହଜାର ଚେହେରା ଭିତରୁ ଏମିତି ଏକ ଚେହେରା ଆସିଲା ୯୦ଦଶକରେ ଯାହା ସବୁଦିନ ପାଇଁ ଗୋଟିଏ ଛାପ ହୋଇ ରହିଗଲା । ସେପଟରେ ଫିଲ୍ମ ‘କରିବ୍’ ପାଇଁ ବବି ଦେୱଲଙ୍କ ବିପରୀତ ପକ୍ଷରେ ସବାନା ରଜ୍ଜା ନାମକ ଗୋଟିଏ ନୂଆ ଝିଅକୁ ନେଇଗଲେ ଯିଏ ବର୍ତ୍ତମାନ ମନୋଜ ବାଜପେୟୀଙ୍କ ସ୍ତ୍ରୀ ଅଟନ୍ତି । ୧୯୯୭ରେ ଫିଲ୍ମ ପ୍ରଦେଶରେ ରିଲିଜ ହେଲା ତାପରେ ମହିମା ଚୈାଧୁରୀଙ୍କର ନାଁ ସମସ୍ତଙ୍କ ମନରେ ବସା ବାନ୍ଧିଗଲା । ୧୯୯୮ରେ ବେଷ୍ଟ ଡେବ୍ୟୁଟାଣ୍ଟ ଆୱାର୍ଡ଼ ମଧ୍ୟ ପାଇଥିଲେ ।

ତାପରେ ତାଙ୍କ ପାଖକୁ ଅନେକ ଫିଲ୍ମର ଅଫର୍ ଆସିଲା । ମହିମା ଚୈାଧ୍ରୀ ଫିଲ୍ମ ‘ଦିଲ୍ କ୍ୟା କରେ’ ର ସୁଟିଇଙ୍ଗ ପାଇଁ ବାଙ୍ଗାଲୋରରେ ନିଜ ଘରୁ ଷ୍ଟୁଡିଓକୁ ଯାଉଥିଲେ ରାସ୍ତାରେ ତାଙ୍କ ଗାଡିର ଦୁର୍ଘଟଣା ହୋଇଥିଲା । ଏହି ଦୁର୍ଘଟଣା ଏହି ଭୟନାକ ହୋଇଥିଲା ଯେତେବେଳେ ହସ୍ପିଟାଲରେ ତାଙ୍କ ସର୍ଜରୀ ହେଲା ମୁହଁରୁ ୬୭ ଖଣ୍ଡ କାଚକୁ ବାହାର କରାଯାଇଥିଲା । ଚେହେରାରା ଅନେକ ଜାଗାରେ ଟାଙ୍କ ମରା ହୋଇଥିଲା ଯେଉଁ କାରଣରୁ ଲାଇଟ୍ ରୁ ଦୂରରେ ରହିବାକୁ କୁହାଯାଇଥିଲା ।

ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ସେ ସୁଟିଇଙ୍ଗ ଜାରୀ ରଖିଥିଲେ । କିନ୍ତୁ ପୂର୍ବଭଳି ଚମକି ନଥିଲା ସେ ଚେହେରାର ଯାହା ମାଧୁରୀ ଏବଂ ଅୈଶୋର୍ଯ୍ୟାଙ୍କ ମଧ୍ୟରେ ନିଜ ଯାଗା ବନାଇ ସାରିଥିଲେ । କିଛି ଦିନ ପରେ ୨୦୦୬ ମସିହାରେ ଆର୍କିଟେକ୍ ବବି ମୁଖାର୍ଜୀଙ୍କୁ ବିବାହ କରିଥିଲେ । ବିବାହ ପରେ ତାଙ୍କର ଗୋଟିଏ ଝିଅ ହେଲା ଯାହାର ନାଁ ‘ଆରିୟାନା’ ‌ ।