ଏମିତି କୁହାଯାଏ କି ଯେଉଁଠି ପଶୁ ରହେ ସେ ମଧ୍ୟ ରହିବା ପୂର୍ବରୁ ସେଠାକୁ ସଫା କରିଥାଏ ତେବେ ଆମେ ମଣିଷ ଏମିତି କାହିଁକି କରି ପାରିବାନି । ସଫା ସୁତୁରା ରହିବା କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ଧାର୍ମିକ ଦୃଷ୍ଟିରୁ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଅଟେ । ସଫା ସୁତୁରା ଜାଗାରେ ଦେବତା ମାନେ ବାସ କରିଥାନ୍ତି । ଏହା କୁହାଯାଏ କି ଯେଉଁଠି ସ୍ଵଚ୍ଛତା ଥାଏ , ସେଠାରେ ଧନର ଦେବୀ ମା’ ଲକ୍ଷ୍ମୀ ବାସ କରିଥାନ୍ତି । ଏଥିପାଇଁ ଝାଡୁରା ସମ୍ବନ୍ଧ ମାତା ଲକ୍ଷ୍ମୀଙ୍କ ସହିତ ଅଛି । ସଫା କରିବା ପାଇଁ ଝାଡୁକୁ ହିଁ ସବୁ ଜାଗାରେ ପ୍ରୟୋଗ କରାଯାଏ ।
ଝାଡୁର ବ୍ୟବହାର ସଫା କରିବା ପାଇଁ ଆଜି ନୁହେଁ ବହୁତ ପୂର୍ବରୁ କରାଯାଉଛି । ଏଥି ପାଇଁ ଝାଡୁ କରିବାଠୁ ନେଇ ଝାଡୁ ରଖିବା ପର୍ଯ୍ୟନ୍ତ ବହୁତ ନିୟମର ପାଳନ କରିବାକୁ ପଡେ । ଏମିତି କୁହାଯାଏ କି ଯିଏ ଏହି ନିୟମର ପାଳନ କରିଥାଏ, ସେ ବହୁତ ଖୁସିରେ ରୁହେ । ପ୍ରାୟତଃ ଆପଣ ଦେଖିଥିବେ କି ଘରେ ଯଦି କୌଣସି ଛୋଟ ପିଲା ଅଛନ୍ତି ଓ ହଠାତ ସେ ଝାଡୁ ଲଗାଇବା ଆରମ୍ଭ କରିଦିଏ ଏହାକୁ ଆପଣ ସାଧାରଣ କଥା ନ ଭାବନ୍ତୁ, ଏହା ଏକ ପ୍ରକାରର ସଙ୍କେତ ହୋଇଥାଏ ଯାହା ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ ।
ଝାଡୁକୁ ଠିଆ କରି ରଖିଲେ ଘରର ଶତୃ ବୃଦ୍ଧି ହୁଏ
ଭାରତୀୟ ସମାଜରେ ଝାଡୁ ବିଷୟରେ ବହୁତ ପ୍ରକାରର ମାନ୍ୟତା ଅଛି, ଯାହା ବିଷୟରେ ଆମେ ସମସ୍ତେ ପୂର୍ବରୁ କିଛି କିଛି ଜାଣିଛେ । ନୂଆ ଘରକୁ ପୁରୁଣା ଝାଡୁ ନ ନେବା, ସକାଳୁ ସକାଳୁ ଝାଡୁ କରିବା, ସୂର୍ଯ୍ୟାସ୍ତ ପରେ ଝାଡୁ ନ ଲଗେଇବା, ଏହା କଛି ଏମିତିକା ମାନ୍ୟତା ଅଟେ ଯିଏ ଘରର ଦରିଦ୍ରତା ଦୂର କରିବାରେ ସାହାର୍ଯ୍ୟ କରିଥାଏ । ଝାଡୁ ରଖିବା ବିଷୟରେ ବି ବହୁତ ମାନ୍ୟତା ଅଛି । ଝାଡୁ ଘରେ ଠିଆ କରି ରଖିଲେ ଘରେ ଶତୃ ବୃଦ୍ଧି ହୁଏ । ଏହା ବି କୁହାଯାଏ କି ଝାଡୁକୁ ସବୁବେଳେ ଲୁଚେଇ ରଖିବା ଦରକାର, ଯାହା ଦ୍ଵାରା ତା ଉପରେ କାହାରି ନଜର ପଡିବ ନାହିଁ ।
ଛୋଟ ପିଲାମାନେ ଝାଡୁ ଲଗାଇଲେ ହୋଇଥାଏ ଧନଲାଭ
ଏହା ବ୍ୟତୀତ ଏହା ବି ଏକ ମାନ୍ୟତା ଅଛି କି ଯଦି ଘରର ଛୋଟ ପିଲା ଝାଡୁ ଲଗାନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ । ଏହି ଦୃଶ୍ୟ ସାଧାରଣତଃ ସବୁ ଘରେ ଦେଖିବାକୁ ମିଳିଥାଏ କି ଛୋଟ ପିଲାଟିଏ ଘରର କୋଣରେ ପଡିଥିବା ଝାଡୁ କୁ ନେଇ ପହଁରିବା ଆରମ୍ଭ କରିଦିଏ । ଶାସ୍ତ୍ର ଅନୁସାରେ ଏହା ଅତିଥିଙ୍କ ଆସିବାର ସଙ୍କେତ ହୋଇଥାଏ । ଏହା ବି କୁହାଯାଏ କି ଘରକୁ ଆସୁଥିବା ସେହି ଅତିଥି ଆପଣଙ୍କୁ କୌଣସି ନା କୌଣସି ପ୍ରକାରରେ ଲାଭ ଦେଇଥାନ୍ତି ।
ଯଦି ସାଧାରଣ ଶବ୍ଦରେ କୁହାଯାଏ ତେବେ ପିଲାମାନଙ୍କର ଏହି ଅଭ୍ୟାସ ଆପଣଙ୍କୁ ଭବିଷ୍ୟତରେ ଧନୀ କରାଇପାରେ ଏହା ସହିତ ପିଲାମାନେ ପିଲାଦିନରୁ ହିଁ ସଫା ରଖିବାକୁ ଚେଷ୍ଟା କରନ୍ତି ।
ଯେଉଁଠି ବି ଦେଖିବେ ମଲା ଝିଟିପିଟି ଭୁଲରେ ବି ନ ରଖନ୍ତୁ ଝାଡୁ ସେଠାରେ
ଏହା ସହିତ ଅନ୍ୟ କିଛି ମାନ୍ୟତା ବି ଅଛି ଯାହା ଆପଣଙ୍କ ଜୀବନ ସହିତ ଯୋଡା ହୋଇଛି । ଯଦି ଆପଣ କୌଣସି ଘରେ ରହିବାକୁ ଯାଉଛନ୍ତି ଓ ସେଠାରେ ଆପଣଙ୍କୁ ଏକ ମଲା ଝିଟିପିଟି ଦେଖିବାକୁ ମିଳେ ଆପଣଙ୍କୁ ସେଠାରେ ରହିବା କଥା ଭାବିବା ଅନୁଚିତ ଓ ଯଦି ବି ରୁହନ୍ତି ବିନା ପୂଜାରେ ରୁହନ୍ତୁ ନାହିଁ । ଏହା ସହିତ ଏହା ବି ମାନ୍ୟତା ଅଛି କି ଝାଡୁ ମା’ ଲକ୍ଷ୍ମୀଙ୍କର ପ୍ରତୀକ ହୋଇଥାଏ ଏଥିପାଇଁ ଏହାର ଅପମାନ କେବେ ବି କରନ୍ତୁ ନାହିଁ । ଏହା ଉପରେ ଚପଲ ରଖନ୍ତୁ ନାହିଁ ବା ଭୁଲରେ ବି ଏହାକୁ ଗୋଡରେ ଲଗାନ୍ତୁ ନାହିଁ ।