Bollywood 4 ଏମିତି ସୁପରଷ୍ଟାର ଯେଉଁମାନେ ଆସିଛନ୍ତି ବହୁତ ହିଁ ଗରିବ ପରିବାରରୁ, ଜଣେତ ଦୁଇବେଳା ଖାଇବାକୁ ପାଉନଥିଲେ

ବଲୀଉଡ ଷ୍ଟାରମାନଙ୍କର ଲାଇଫ ଷ୍ଟାଇଲ ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । କିନ୍ତୁ ଏହିଭଳି ଲାଇଫ ଷ୍ଟାଇଲ ପାଇଁ ସେମାନେ ନିଜ ଜୀବନରେ ବହୁତ ପରିଶ୍ରମ ମଧ୍ୟ କରିଛନ୍ତି । ତେବେ ଯାଇ ସେମାନେ ଆଜି ଏହି ପୋଜିସନରେ ପହଞ୍ଚି ପାରିଛନ୍ତି । କିନ୍ତୁ ବଲୀଉଡରେ ଏମିତି କିଛି ଷ୍ଟାର ଅଛନ୍ତି ଯେଉଁମାନଙ୍କ ମାତା ପିତା ବହୁତ ଗରିବ ଥିଲେ ଅର୍ଥାତ ସେମାନଙ୍କର ପିଲାଦିନ ଦରିଦ୍ରତା ମଧ୍ୟ ଦେଇ ଗତି କରିଛି । ଆଜି ଆମେ ଆପଣଙ୍କୁ ଯେଉଁ ଷ୍ଟାରମାନଙ୍କ ବିଷୟରେ କହିବାକୁ ଯାଉଛୁ ତାଙ୍କର ପିଲାଦିନ ବହୁତ ଦରିଦ୍ରତା ମଧ୍ୟ ଦେଇ ଗତି କରିଛି ଓ ଖାଇବା ପାଇଁ ବି ତାଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରିବାକୁ ପଡିଛି ।

କିନ୍ତୁ ଆଜି ଏହି ଷ୍ଟାରମାନେ କୋଟି କୋଟି ଟଙ୍କାର ମାଲିକ ଅଟନ୍ତି । ଏତିକି ନୁହେଁ ଆଜି ଏମାନଙ୍କର ଲାଇଫ ଷ୍ଟାଇଲକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ଜନୀ ଲୀବର

ଜନୀ ଲୀବର ବଲୀଉଡର ଜଣେ ଲୋକପ୍ରିୟ କମେଡିୟାନ ଅଟନ୍ତି । ସେ ନିଜର ପିଲାଦିନରେ ବହୁତ ଦରିଦ୍ରତା ଦେଖିଛନ୍ତି । ସେ ନିଜ ଜୀବନରେ ଦୁଇ ବେଳା ଖାଇବା ପାଇଁ ରାସ୍ତାରେ ଖବରକାଗଜ ବି ବିକ୍ରି କରିଛନ୍ତି । କିନ୍ତୁ ଆଜି ସେ ବଲୀଉଡର ସବୁଠୁ ସଫଳ କଳାକାରମାନଙ୍କ ମଧ୍ୟରେ ଜଣେ ଅଟନ୍ତି ।

ମିଥୁନ ଚକ୍ରବର୍ତୀ

ମିଥୁନ ଚକ୍ରବର୍ତୀ ଆଜି କୋଟି କୋଟି ଟଙ୍କାର ମାଲିକ ଅଟନ୍ତି । କିନ୍ତୁ ଗୋଟିଏ ସମୟ ଏମିତି ଥିଲା ଯେତେବେଳେ ତାଙ୍କ ପାଖରେ ଖାଇବା ପାଇଁ ଟଙ୍କା ବି ନ ଥିଲା । କିନ୍ତୁ ଆଜି ସେ ଏକ ଭଲ ଲାଇଫ ଷ୍ଟାଇଲରେ ଅଛନ୍ତି ।

ନବାଜ଼ୁଦ୍ଦୀନ ସିଦ୍ଦୀକୀ

ନବାଜ଼ୁଦ୍ଦୀନ ସିଦ୍ଦୀକୀ ନିଜ ଜୀବନରେ ବହୁତ ଅଭାବର ସମ୍ମୁଖୀନ କରିଛନ୍ତି । ସେ ନିଜର ପେଟ ପୋଷିବା ପାଇଁ ଧନିଆ ପାଉଡର ଓ ଲଙ୍କା ପାଉଡର ବି ବିକ୍ରି କରିଛନ୍ତି ଓ କପଡା ଦୋକାନରେ ବି କାମ କରିଛନ୍ତି । କିନ୍ତୁ ଆଜି ତାଙ୍କ ପାଖରେ କୋଟି କୋଟି ଟଙ୍କାର ଘର, ଗାଡି ଇତ୍ୟାଦି ସବୁ ଜିନିଷ ଅଛି ଯାହା ଜଣେ ଧନୀ ବ୍ୟକ୍ତି ପାଖରେ ଥାଏ ।

ସଞ୍ଜୟ ମିଶ୍ରା

ସଞ୍ଜୟ ମିଶ୍ରା ନିଜର କମେଡି ପାଇଁ ପରିଚିତ ଅଟନ୍ତି । କିନ୍ତୁ ତାଙ୍କ ଜୀବନରେ ଏମିତି ବି ସମୟ ଆସିଥିଲା ଯେତେବେଳେ ତାଙ୍କୁ ଗୋଟିଏ ହୋଟେଲରେ ବାସନ ମାଜିବାକୁ ପଡିଥିଲା । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।