ଧୋକେବାଜ ଜୀବନସାଥୀକୁ କେମିତି ଶିଖାଇବେ ଶିକ୍ଷା -Krishna Vani

ଜୀବନରେ କେହି ଯେତେବେଳେ ଆମ ପିଠି ପଛରେ ଆମକୁ ଧୋକା ଦେଇଥାଏ କିମ୍ବା ଛଳନା କରେ ସେତେବେଳେ ଆମର ମନରେ ତାହା ପ୍ରତି କ୍ରୋଧ କିମ୍ବା ପ୍ରତିଶୋଧରେ ନିଆଁ ଭରିଯାଏ । କାହିଁକି ନା ଆମେ ତାଙ୍କ ସହ ବହୁତ ଭଲ ସମୟ ବିତାଇ ଥାଉ ନିଜର ତନ ମନ ଧନ ସବୁକିଛି ତାଙ୍କ ଉପରେ ଅଜାଡି ଦେଇଥାଉ । ଏତେ ସବୁ କଲା ପରେ ଯଦି କେହି ଧୋକା ଦେଇଥାଏ ତେବେ ଆମେ ତାହା ବିଷୟରେ ବହୁତ ଭାବିଥାଉ । ଆମେ ସବୁବେଳେ ଏହି କଥା ଭାବି ଥାଉ କି ଆମର କେଉଁଠି ଭୁଲ ରହିଗଲା । ଆମେ ସେତେବେଳେ ପୁରା ଏକୁଟିଆ ହୋଇଯାଉ । ଆମେ ତାଙ୍କ ବିଷୟରେ ଭାବି ଭାବି ବହୁତ ଭାଙ୍ଗି ପଡ଼ିଥାଉ ।

ତାଙ୍କ ସ୍ମୃତି ଆମର ପିଛା ଛାଡେ ନାହିଁ । ଯେତେ ଭୁଲିବାକୁ ଚାହିଁଲେ ବି ଆମେ ଭୁଲି ପାରୁନା । କିନ୍ତୁ ଏଥିରୁ ସାମ୍ନା ଵାଲା ବ୍ୟକ୍ତିକୁ କୌଣସି ଫରକ ପଡେ ନାହିଁ । ସେମାନେ ଥରେ ବି ଆମ ବିଷୟରେ ଚିନ୍ତା କରେ ନାହିଁ କି ଆମର ମନରେ କଣ ବିତୁଥିବ । ଏଥିପାଇଁ  ତାର ସ୍ମୃତିରେ ଦୁଃଖ କରିବା ଉଚିତ ନୁହେଁ । ଏମିତିରେ ସେ ତାର ଜୀବନ ସାରା ନିଜ ଭୁଲ ପାଇଁ ଅନୁତାପ କରିବ ଏହି ଭଳି କିଛି କରି ଦେଖେଇବାକୁ ପଡିବ ।

ଯେଉଁ କାରଣ ପାଇଁ ଆପଣଙ୍କର ବେଇଜ୍ଜତ କରାଯାଇଛି ତାହା ଠାରୁ ଅଧିକ ଯୋଗ୍ୟ ବ୍ୟକ୍ତି ହୋଇ ଦେଖେଇବାକୁ ପଡିବ । କେବଳ ତାଙ୍କ ପାଇଁ ନୁହେଁ ନିଜ ଓ ନିଜ ପରିବାରର ସମ୍ମାନ ପାଇଁ ବି ବଞ୍ଚିବାକୁ ପଡିବ । ଏମିତିରେ ଏମିତି କିଛି କାମ କରନ୍ତୁ ଯେତେବେଳେ ବି ସେ ଆପଣଙ୍କୁ ଦେଖିବ ନିଜ ଭୁଲ ପାଇଁ ଅନୁତାପ କରିବ । ଏହା ଆପଣଙ୍କ ପାଇଁ ସବୁଠୁ ବଡ ଜିତ ହେବ ।

ତାର ଆଖି ସାମନାରେ ଏତେ ସଫଳ ମନୁଷ୍ୟ ହୋଇଯିବ କି ସେ ଆପଣଙ୍କ ଯୋଗ୍ୟ ବିବେଚନା ନ ହେଉ । ଆପଣଙ୍କର ଏହି ପ୍ରୟାସ ଆପଣଙ୍କ ଚତୁର୍ପାଶ୍ୱରେ ଥିବା ସମସ୍ତଙ୍କ ପାଇଁ ଏକ ପ୍ରେରଣା ହୋଇଯିବ ଏବଂ ଧୋକା ବାଜ ଲୋକଙ୍କ ପାଇଁ ଏକ ଶାସ୍ତି ମିଳିଯିବ । ଆପଣ ଯଦି ଏମିତି ନକରି ତାଙ୍କ ସ୍ମୃତିରେ ଦୁଖୀ ହୋଇ ରହିଯିବେ ତେବେ ଆପଣ ଆପଣଙ୍କ ଛଡା ଆପଣଙ୍କ ପ୍ରେମକୁ ଅପମାନ କରୁଛନ୍ତି । କାହିଁକି କେହି ଚାଲିଗଲେ ଜୀବନ ସାରିଯିବନୀ । ଆପଣ ସବୁ ଭୁଲି ଯାଇ ଆଗକୁ ବଢି ଚାଲନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।