ପାକିସ୍ତାନ ବିଷୟରେ କେତେକ କଥା, ଯାହା କେହିବି ଆପଣଙ୍କୁ କହି ନଥିବେ!

ନମସ୍କାର । ଆଜି ଆମେ ଜାଣିବା ଆମ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ସମ୍ପର୍କରେ କିଛି ତଥ୍ୟ । ତେବେ ଆସନ୍ତୁ ଜାଣିବା, ପାକିସ୍ତାନ ଦକ୍ଷିଣ ଏସିଆର ଏକ ମୁସଲିମ ଦେଶ । ଜନସଂଖ୍ୟା ଦୃଷ୍ଟିରୁ ଏହା ବିଶ୍ୱର ଷଷ୍ଠ ବୃହତ ରାଷ୍ଟ୍ର । ପାକିସ୍ତାନ ର ସରକାରୀ ନାମ ହେଇଛି ଇସଲାମ ରିପବ୍ଲିକ ଅଫ ପାକିସ୍ତାନ । ପାକିସ୍ତାନ ର ରାଜଧାନୀ ଇସ୍ଲାମବାଦ । ପାକିସ୍ତାନ ର କ୍ଷେତ୍ରଫଳ ହେଉଛି ୮ଲକ୍ଷ ୮୧ହଜାର ୯୧୩ ବର୍ଗ କିଲୋମିଟର । କ୍ଷେତ୍ରଫଳ ହିସାବ ରେ ପାକିସ୍ତାନ ବୁଶ୍ୱର ୩୩ତମ ବୃହତ ଦେଶ ।

ଜନସଂଖ୍ୟା ୨୧କୋଟି ୨୭ଲକ୍ଷ ୪୨ହଜାର ୬୩୧ । ଏହାର ସ୍ୱାଧୀନତା ଦିବସ ହେଉଛି ୧୯୪୭ ମସିହା ଅଗଷ୍ଟ ୧୪ ତାରିଖ । ଗଣତନ୍ତ୍ର ରାଷ୍ଟ୍ର । ରାଷ୍ଟ୍ର ର ମୂଖ୍ୟ ହେଉଛନ୍ତି ରାଷ୍ଟ୍ରପତି । ମୁଦ୍ରାର ନାମ ପାକିସ୍ତାନ ରୁପି । ମୁଖ୍ୟ ଭାଷା ହେଉଛି ଉର୍ଧୁ, ପଂଜାବୀ, ପାର୍ସି ଓ ବ୍ରହୁରୀ । ଏହାର ସାକ୍ଷରତା ହାର ୫୮.୨ ଓ ହାରାହାରି ବୟସ ୬୩.୭୩ ବର୍ଷ । ଏହାର ମୁଖ୍ୟ ସହର ହେଉଛି କରଚି, ଲାହୋର । ପାକିସ୍ତାନର ଦକ୍ଷିଣରେ ୧୦୬୪ କିମି ସମୂଦ୍ର ରହିଛି । ପୂର୍ବରେ ଭାରତ, ଉତର-ପୂର୍ବ ରେ ଚୀନ, ଓ ପଶ୍ଚିମରେ ଆଫଗାନିସ୍ତାନ ରହିଛି । ଏହାର ମୁଖ୍ୟ କ୍ରୀଡା ହେଉଛି କ୍ରିକେଟ ।

ଏଥି ସହିତ ହକି କବାଡି ଓ ପୋଲୋ ବ ଖେଳା ଯାଏ । ପାକିସ୍ତାନ ର ଆୟ ର ପ୍ରଥମ ହେଉଛି ଚାଷ । ଚାଷରେ ଗହମ, ତୁଳା, ଆଖୁ ଓ ଧାନ । ଦ୍ଵିତୀୟରେ ହେଉଛି ମାଇନିଂ ସେକ୍ଟର । ଏହାର ବୁଲିବା ସ୍ଥାନ ହେଉଛି ଲହୋର ପୋର୍ଟ, ମହେଞ୍ଜୋଦର ସଭ୍ୟତାର ଭଗ୍ନାବିଶେଷସ । ଆଉ ଅନେକ ମସ୍କିଉ ଅତ୍ୟାଦି । ପାକିସ୍ଥାନ ରେ ପ୍ରବାହିତ ନଦୀ ହେଉଛି ଝେଲମ, ସାତଲେଜ, ସିନ୍ଧୁ, କାବୁଲ, ରବି, ଜୁହାର, ଗିଲାଗିତ, ଓ ହଫ ନଦୀ । ଏହାର ମୁଖ୍ୟ ପର୍ବତ ହେଉଛି କେଟୁ, ରାକା ପଶି, ମୁସ୍ତାକ ଟାୱାର, ଟ୍ରାଙ୍ଗଟାୱାର, ବତୁରା ଆଦି ।

ଏହାର ପର୍ବ ଗୁଡିକ ହେଉଛି ନିଉ ଇସ୍ଲାମିକ ଇଅର । ଏହା ରମଜାନ ମାସରେ ପଡ଼େ । ଏହା ମହମ୍ମଦ ଙ୍କ ଜନ୍ମ ଦିନ । ଏହାଛଡା ଚାନ୍ଦ ରାତ ଓ ଏଦୁଲଫିଦର ଆଦି ଏହାର ମୁଖ୍ୟ ପର୍ବ । ଏଠାରେ ବସବାସ କରୁଥିବା ଜନ ଜାତି ଗୁଡିକ ହେଉଛି ପଂଜାବୀ, ପାସ୍ତୁନ, ସିନ୍ଧି, ମୁହାଝିର, ବାଲାଜୂ, ଗୁଜୁରାଟୀ ଇତ୍ୟାଦି ।

ଆସନ୍ତୁ ନଜର ପକାଇବା ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କ, ୧୯୪୭ ମସିହାରେ ପାକିସ୍ତାନ ଏକ ନୂତନ ରାଷ୍ଟ୍ର ପରିଗଣିତ ହେଲା । ଭାରତ ବିଭାଜନ ପରେ ଦୁଇ ଦେଶ ମଧ୍ୟରେ ଅନେକ ମାନମାଳିନ ସୃଷ୍ଟି ହେଲା । କାଶ୍ମୀର ପ୍ରସଙ୍ଗ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ୧୯୬୫ ମସିହାରେ ଯୁଧ୍ୟ ହେଇଥିଲା । ୧୯୭୧ରେ ବଙ୍ଗଳାଦେଶ ସୃଷ୍ଟି ପରେ ଏହା ସମର୍କ କୁ ଆହୁରି ତିକ୍ତ କରିଥିଲା ।

ବାଜପେୟୀଙ୍କ ସମୟରେ ଭାରତ ପାକିସ୍ତାନ ର ସମ୍ପର୍କ ସୁଧାରିବା ପାଇଁ ବସ ଚଳାଚଳ, କ୍ରିକେଟ ଖେଳ ଆଦିର ବ୍ୟବସ୍ତା କରିଥଲେ । ହେଲେ ପାକିସ୍ତାନ ଆତଙ୍କବାଦୀ ଙ୍କୁ ସହାୟତା କରେ ବୋଲି ପ୍ରମାଣିତ ହୋଇସାରିଛି । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।