ଟିମ ଇଣ୍ଡିଆ ୮ ୱିକେଟରେ ଜିତିଲା ଦ୍ଵିତୀୟ ଟେସ୍ଟ ମ୍ୟାଚ, ଜିତିବାର ପଛରେ ରହିଛି ଏହି 3 ବଡ କାରଣ

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଅଷ୍ଟ୍ରେଲିୟାରେ ଚାଲୁଥିବା ଭାରତ ଓ ଅଷ୍ଟ୍ରେଲିୟାର ଟେସ୍ଟ ସିରିଜର ଦ୍ଵିତୀୟ ମ୍ୟାଚକୁ ଭାରତ ନିଜ ନାଁରେ କରି ସାରିଛି । ଭାରତୀୟ ଖେଳାଳିମାନେ ଭଲ ପ୍ରଦର୍ଶନ କରି ଅଷ୍ଟ୍ରେଲିୟା ଠାରୁ ପ୍ରଥମ ମ୍ୟାଚର ପରଜାୟର ପ୍ରତିଶୋଧ ବି ନେଇଗଲା । ଏମିତିରେ ଆଜି ଆମେ ଆପଣଙ୍କୁ ଟିମ ଇଣ୍ଡିଆର ବିଜୟ ହେବାର ସେହି ତିନୋଟି କାରଣ କଣ ଥିଲା ସେହି ବିଷୟରେ କହିବୁ । ପ୍ରଥମ କାରଣ ହେଉଛି ଅଜିଂକ୍ୟ ରହାଣେଙ୍କ ଶତକ । ଟଚ ହାରିବା ପରେ ବି ଟିମ ଇଣ୍ଡିଆ ଯେମିତି ଖେଳିଲେ ଏହା ବିଷୟରେ କେହି ବି ଚିନ୍ତା କରି ନ ଥିଲେ ।

ଏହା ସହିତ ଟିମ ଇଣ୍ଡିଆର କ୍ୟାପଟେନ ଅଜିଂକ୍ୟ ରହାଣେ ବ୍ୟାଟିଙ୍ଗ କରି ଦେଖାଇ ଦେଲେ କି ସେ ଟିମକୁ ବିଜୟ କରି ଛାଡିବେ ଓ ୪ଟି ପାରିରେ ଶତକ ମାରିଥିବା ସେ ଏକମାତ୍ର ବ୍ୟାଟ୍ସମ୍ୟାନ ଅଟନ୍ତି । ଯିଏ ଟିମକୁ ସେହି ସମୟରେ କାନ୍ଧ ଦେଲେ ଯେତେବେଳେ ଟିମକୁ ଅଧିକ ଦରକାର ଥିଲା । ଯଦି ଅଜିଂକ୍ୟ ରହାଣେଙ୍କ ବ୍ୟାଟ ନ ଚାଲି ଥାନ୍ତା ତେବେ ସ୍ଥିତି କିଛି ଅଲଗା ହୋଇଥାନ୍ତା । ଆପଣ ଏହା ଦେଖି ଅନ୍ଦାଜ ଲଗାଇ ପାରିବେ କି ସେ ୨୨୩ ବଳରେ ୧୧୨ ରନ କରିଛନ୍ତି ।

ଏହା ସହିତ ରବୀନ୍ଦ୍ର ଜାଡେଜା ବି ତାଙ୍କୁ ଭଲ ସାଥ ଦେଇଛନ୍ତି । ଯିଏ ୫୭ ରନ କରିଲେ । ଏକତ୍ରିତ ମିଶି ରନ କରିବାର ଫଳାଫଳ ଏହା ହେଲା କି ଅଷ୍ଟ୍ରେଲିୟାର ୧୯୫ ରନର ଜବାବରେ ଟିମ ଇଣ୍ଡିଆ ୧୨୬ ରନ କରିଦେଲେ ଓ ୧୩୧ ରନର ଲିଡ ନେଇଗଲେ ।

ଦ୍ଵିତୀୟ ବଡ କାରଣ ଭାରତୀୟ ବୋଲରମାନେ ଦ୍ଵିତୀୟ ପାରିରେ ଅଷ୍ଟ୍ରେଲିୟାକୁ ଧୂଳି ଚଟାଇ ଦେଲେ । ଟଚ ଜିତି ଅଷ୍ଟ୍ରେଲିୟା ପ୍ରଥମେ ବ୍ୟାଟିଙ୍ଗ କରିବା ପାଇଁ ନିଷ୍ପତି ନେଇଥିଲା କିନ୍ତୁ ଭାରତର ବୋଲରମାନେ ଭଲ ବୋଲିଙ୍ଗ ପ୍ରଦର୍ଶନ କରିଲେ । ଜସପ୍ରିତ ବୁମରା ପ୍ରଥମ ପାରିରେ ୪ ୱିକେଟ ନେଇ ଯାଇଥିଲେ । ଏହା ସହିତ ସ୍ପିନର ବି ନିଜର ଭଲ ଜୋସ ଦେଖାଇଛନ୍ତି ।

ପ୍ରଥମ ଓଭରରେ ଜସପିତ ବୁମରା ୪ ଟି ୱିକେଟ ଓ ସିରାଜ ୨ ଟି ୱିକେଟ ଓ ଅଶ୍ଵିନୀ ୩ ୱିକେଟ ବାହାର କରି ଅଷ୍ଟ୍ରେଲିୟାର ଅଣ୍ଟା ଭାଙ୍ଗି ଦେଲେ । ପ୍ରଥମ ପାରିରେ ଅଷ୍ଟ୍ରେଲିୟାକୁ ୧୯୫ ଅଲ ଆଉଟ କରି ଯେତେବେଳ ଟିମ ଇଣ୍ଡିଆ ୩୨୬ ରନ କରିଲେ ତେବେ ୧୩୧ ରନ ବି ଅଷ୍ଟ୍ରେଲିୟାକୁ ଭାରି ପଡିଗଲା ।

ତୃତୀୟ ବଡ କାରଣ ଅଷ୍ଟ୍ରେଲିୟାକୁ ଦ୍ଵିତୀୟ ପାରିରେ ଚାନ୍ସ ନ ଦେବା । ଦ୍ଵିତୀୟ ପାରିରେ ଆରମ୍ଭ ରୁ ହିଁ ଅଷ୍ଟ୍ରେଲିୟା ବୋଲରମାନଙ୍କ ଉପରେ ଜବରଦସ୍ତ ଚାପ ସୃଷ୍ଟି କରି ଦେଲେ । ଭାରତ ତ ତାଙ୍କର ଅଧା ଟିମକୁ କେବଳ ୯୮ ରନରେ ଆଉଟ କରି ଦେଇଥିଲା । ସିରାଜ ଏହି ପାରିରେ ୩ ଟି ୱିକେଟ ଓ ବୁମରା ୨ ଟି ଓ ଜେଡାଜା ୨ ଟି ଓ ଅଶ୍ଵିନୀ ବି ୨ ଟି ୱିକେଟ ଅର୍ଥାତ ଟିମ ଇଣ୍ଡିଆର ସବୁ ବୋଲରମାନେ ଭଲ ବୋଲିଙ୍ଗ କରିଛନ୍ତି । ଏହିଭଳି ଭାବରେ ଟିମ ଇଣ୍ଡିଆ ୨୦୦ ରନରେ ଅଷ୍ଟ୍ରେଲିୟାକୁ ଅଲ ଆଉଟ କରି ଦେଲେ । ଏହା ପରେ ମାତ୍ର ୭୦ ରନର ଟାର୍ଗେଟକୁ ବହୁତ ସହଜରେ ପୁରା କରିଦେଲେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।