ଏହି 5 ମାସରେ ଜନ୍ମ ହେଇଥିବା ଝିଅ ଲକ୍ଷ୍ମୀ ପ୍ରତିମା, ଯେଉଁଠି ରହିଥାନ୍ତି ବଦଳାଇ ଦିଅନ୍ତି ଭାଗ୍ୟ

ଶାସ୍ତ୍ରରେ ନାରୀ ମାନଙ୍କ ସ୍ଥାନ ସମ୍ପୂର୍ଣ ଭିନ୍ନ । କାରଣ ନାରୀ କେଉଁ ଠାରେ ମାଆ ରୂପେ ତ କେଉଁ ଠାରେ ଭଉଣୀ ରୂପେ ଓ କେଉଁଠାରେ ଝିଅ ରୂପେ ତ କେଉଁଠାରେ ସ୍ତ୍ରୀ ରୂପେ ଥାଏ । କାରଣ ନାରୀର ଋଣ କେହି ସୁଝି ପାରନ୍ତି ନାହିଁ । ସାଧାରଣତଃ ଯେତେବେଳେ ଘରେ ଝିଅଟିଏ ଜନ୍ମ ହୁଏ ସେତେବେଳେ ସମସ୍ତେ କୁହନ୍ତି ଘରକୁ ଲକ୍ଷ୍ମୀ ଆସିଲେ ବୋଲି । ସବୁ ଝିଅ ଲକ୍ଷ୍ମୀ ସ୍ୱରୂପ ହୋଇଥାନ୍ତି । କିନ୍ତୁ ତାଙ୍କ ମଧ୍ୟରୁ କିଛି ଭାଗ୍ୟବାନ କନ୍ୟା ଥାନ୍ତି କି ସେମାନେ ଲକ୍ଷ୍ମୀପ୍ରତିମା ହୋଇଥାନ୍ତି ।

ସେମାନେ ଯେଉଁଠାରେ ବାସ କରନ୍ତି ସେଠାରେ ସୁଖସମୃଦ୍ଧି ଭରିଯାଏ । ଜ୍ୟୋତିଷ ଶାସ୍ତ୍ରାନୁସାରେ ଝିଅ ମାନଙ୍କର ଜନ୍ମ ସହିତ ଜନ୍ମ ମାସର ମଧ୍ୟ ବହୁତ୍ ମହତ୍ତ୍ଵ ରହିଛି । କାରଣ ଏହି ସବୁମାସରେ ଜନ୍ମିତ ଝିଅ ମାନଙ୍କ ଠାରେ ଲକ୍ଷ୍ମୀ ସ୍ଵୟଂ ରହିଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ସବୁ ମାସ ବିଷୟରେ ।

ଫେବୃଆରୀ ମାସ- ଏହି ମାସରେ ଜନ୍ମ ହୋଇଥିବା ଝିଅଙ୍କର ସ୍ଵଭାବ ନମ୍ର ହୋଇଥାଏ । ଏମାନେ ବହୁତ ବୁଦ୍ଧିମତୀ ହୋଇଥାନ୍ତି । ଏମାନଙ୍କ ବିବାହ ପରେ ଏମାନଙ୍କୁ ଭଲ ଶ୍ୱଶୁର ଘର ମିଳିଥାଏ । ଏମାନେ ସର୍ବଗୁଣ ସମ୍ପନ୍ନ ହୋଇଥାନ୍ତି ।

ଏପ୍ରିଲ୍ ମାସ- ଏହି ମାସରେ ଜନ୍ମ ହୋଇଥିବା ଝିଅ ଲକ୍ଷ୍ମୀ ସ୍ୱରୂପ ହୋଇଥାନ୍ତି । ଏହି ମାସଟି ଭଲ ହୋଇଥିବାରୁ ଏହି ମାସରେ ଜନ୍ମ ହେବା ଶୁଭ ବୋଲି କୁହାଯାଏ । ଏହି ମାସରେ ଜନ୍ମ ହୋଇଥିବା ଝିଅ ମାନଙ୍କର ଗ୍ରହଚଳନ ତୀବ୍ର ହୋଇଥାଏ । ଯାହା ଦ୍ଵାରା ଏମାନଙ୍କ ଭାଗ୍ୟ ଉଜ୍ଜ୍ୱଳ ହୋଇଥାଏ । ଏମାନଙ୍କ ଦ୍ଵାରା କରାଯାଉଥିବା କାମ ସଫଳ ହୋଇଥାଏ ।

ଜୁନ ମାସ- ଏହି ମାସରେ ଜନ୍ମିତ ଝିଅ ମାନେ ବହୁତ୍ ଭଗ୍ୟଶାଳୀ ହୋଇଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ମାସରେ ଜନ୍ମିତ ଶିଶୁ ବାପା ମାଆଙ୍କ ପାଇଁ ବହୁତ୍ ଲକି ହୋଇଥାନ୍ତି । ଏମାନେ ବହୁତ୍ ପରିଶ୍ରମୀ ହୋଇଥାନ୍ତି । ପ୍ରତ୍ୟେକ କାମକୁ ନିଷ୍ଠାର ସହ ପାଳନ କରନ୍ତି ।

ସେପ୍ଟେମ୍ବର ମାସ- ଏହି ମାସରେ ଜନ୍ମିତ ଝିଅମାନଙ୍କର କୁଣ୍ଡଳୀରେ ଚନ୍ଦ୍ର, ବୁଧ ଓ ଶୁକ୍ର ଏହି ୩ଟି ଗ୍ରହ ମାନଙ୍କର ମିଳନ ହୋଇଥିବାରୁ ଏହି ମାସରେ ଜନ୍ମିତ ଝିଅ ରାଣୀ ଭଳି ଜୀବନ ଯାପନ କରନ୍ତି । ସେମାନେ ନିଜ ଭଗ୍ୟବଳରେ ସବୁକିଛି ହାସଲ କରିଥାନ୍ତି । ଏବଂ ସେମାନଙ୍କର କୌଣସି ଅଭାବ କେବେ ଦେଖାଯାଏ ନାହିଁ । ଏପରି ଝିଅ ମାନଙ୍କ ବିବାହ ଧନୀ ବର ପାତ୍ରଙ୍କ ସହ ହୋଇଥାଏ ।

ନଭେମ୍ବର ମାସ – ଏହି ମାସରେ ଜନ୍ମ ହୋଇଥିବା ଝିଅ ମାନେ ବହୁତ ବିନମ୍ର ହୋଇଥାନ୍ତି । ଏମାନେ ଯେଉଁଠାରେ ପାଦ ରଖନ୍ତି ସଠାରେ ଅଭାବ ରହେ ନାହିଁ । ଏମାନେ ମାଟିରେ ପାଦ ରଖିଲେ ତାହା ସୁନାରେ ପରିଣତ ହୋଇଯାଏ । ଏମାନେ ବହୁତ୍ ବୁଦ୍ଧିମତୀ ମଧ୍ୟ ହୋଇଥାନ୍ତି । ଏମାନେ ନିଜ ବୁଦ୍ଧି ବଳରେ ସମସ୍ତଙ୍କ ମନରେ ରାଜ କରନ୍ତି । ଏମାନେ ଯେଉଁଠାରେ ବି ରହନ୍ତି ରାଣୀ ଭଳି ବାସ କରନ୍ତି । ଏମାନଙ୍କ ଠାରେ ଲକ୍ଷ୍ମୀ ବାସ କରିଥାନ୍ତି । ଏମାନେ ଯାହାବି ପାଆନ୍ତି କେବଳ ନିଜ ଭାଗ୍ୟବଳରେ ପାଇଥାନ୍ତି ।