ସଲମାନ ଖାନଙ୍କ Bajrangi Bhaijaan ର ମୁନି Harshaali Malhotra ଏବେ ହେଇ ଯାଇଛନ୍ତି ବଡ, Diwali ରେ ସେଆର କଲେ ନିଜର ଏମିତି ଫଟୋ

ସଲମାନ ଖାନ ଙ୍କ ଫିଲ୍ମ ବଜରଙ୍ଗି ଭାଇଯାନ ଆଜିଠୁ ୫ ବର୍ଷ ପୂର୍ବରୁ ୨୦୧୫ ରେ ରିଲିଜ ହୋଇଥିଲା । ଏହି ଫିଲ୍ମ ଟି ବକ୍ସ ଅଫିସରେ ବହୁତ ପଇସା ରୋଜଗାର କରିଥିଲା । ଏହି ଫିଲ୍ମ ଟିକୁ ଦର୍ଶକ ବହୁତ ପସନ୍ଦ କରିଥିଲେ । ଏହି ଫିଲ୍ମରେ ସଲମାନ ଙ୍କ ଠାରୁ ବେଶୀ ଚର୍ଚ୍ଚାରେ ଥିଲେ ଏହି ଫିଲ୍ମ ରେ ଥିବା ମୁନି । ତେବେ ଆପଣଙ୍କୁ ବଜରଙ୍ଗି ଭାଇଯାନ ର ମୁନି ମନେ ଅଛି ନା ।

ମୁନି ବହୁତ ସୁନ୍ଦର କଣ୍ଢେଇ ପରି ଦେଖାଯାଉଥିଲେ । ମୁନି ଚରିତ୍ର କରିଥିବା ଏହି କୁନି ଝିଅ ଟିର ନାମ ହେଉଛି ହର୍ଶଲି ମଲ୍ହୋତ୍ରା । ଏହି ଦୀପାବଳିରେ ସୋସିଆଲ ମିଡିଆରେ ମୁନି ଙ୍କ ଯେଉଁ ଫଟୋ ସାମ୍ନାକୁ ଆସିଛି ତାକୁ ଦେଖି ଲୋକ ଆଶ୍ଚର୍ୟ୍ଯ ହୋଇଯାଇଛନ୍ତି । କାରଣ ଏବେ କୁନି ମୁନି ବହୁତ ବଡ଼ ହୋଇଯାଇଛନ୍ତି । ଏବଂ ପୂର୍ବଠାରୁ ଅଧିକ ସୁନ୍ଦର ମଧ୍ୟ ହୋଇଯାଇଛନ୍ତି ।

ଦୀପାବଳୀ ଦିନ ହର୍ଶଳୀ ରଙ୍ଗୋଲି ପାଖରେ ବସି ଦୀପ ଜଳାଉଥିବା ର ଦେଖାଦେଇଥିଲେ । ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ । କିନ୍ତୁ ଏହି ଫଟୋ ଦେଖି ଲୋକ ଆଶ୍ଚର୍ୟ୍ଯ ହୋଇଯାଇଛନ୍ତି । ଖୋଲା ଲମ୍ବା ଚୁଟି, ନାଲି ରଙ୍ଗର ଡ୍ରେସ ରେ ସେ ବହୁତ ସୁନ୍ଦର ଦେଖାଯାଉଥିଲା । ଗୋଟେ ଫଟୋରେ ନିଜ ହାତରେ ଦୀପ ନେଇ ହର୍ଶଳି ବହୁତ ସୁନ୍ଦର ଦେଖାଯାଉଥିଲେ ।

ହର୍ଶଲି ଏବେ ୧୨ ବର୍ଷର ହୋଇସାରିଛନ୍ତି । ଯେତେବେଳେ ସେ ବଜରଙ୍ଗି ଭାଇଯାନ କରିଥିଲେ ସେତେବେଳେ ସେ ମାତ୍ର ୭ ବର୍ଷର ଥିଲେ । ଫିଲ୍ମ ରେ ସେ ଗୁଙ୍ଗି ଝିଅ ର ଅଭିନୟ କରିଥିଲେ । କିନ୍ତୁ ନିଜର ନିରିହାପଣ ଏବଂ ସୁନ୍ଦରତା ଦ୍ଵାରା ସେ ସମସ୍ତଙ୍କ ହୃଦୟ କିଣିଥିଲେ । ଏବେ ହର୍ଶଲି ବଡ଼ ହେଇସାରିଛନ୍ତି ଏବଂ ପୁଣି ସବୁ ଦର୍ଶକ ତାଙ୍କର ଦିୱାନା ହୋଇଛନ୍ତି ।

ଏବଂ ତାଙ୍କର ତାରିଫ କରିବାରେ ଲାଗିଛନ୍ତି । ହର୍ଶଲି ସୋସିଆଲ ମିଡିଆରେ ଏବେ ଏକ୍ଟିବ ରହୁଛନ୍ତି । ସେ କିଛି ଟିଭି ସିରିଏଲ ରେ ମଧ୍ୟ ନଜର ଆସିଶାରିଛନ୍ତି । ଯେମିତିକି କବୁଲ ହେ ଲଟ ଆଓ ତ୍ରିସା, ସବସେ ବଡା କଳାକାର । ଏତିକି ନୁହେଁ ହର୍ଷଲି ଏକ୍ଟିଂ ସହିତ ସୀଙ୍ଗିଂ ରେ ମଧ୍ୟ ଶୋକ ରଖିଛନ୍ତି । ହର୍ଶଲି କୁ ଏତେ ଦିନ ପରେ ଦେଖି ତାଙ୍କର ସମସ୍ତେ ଫ୍ୟାନ ଖୁସି ହୋଇଯାଇଛନ୍ତି । ଏବଂ ତାଙ୍କୁ ସୋସିଆଲ ମିଡିଆରେ ଫଲୋ କରିବାରେ ଲାଗିପଡିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।