କିଏ ଆମକୁ ଆଗକୁ ବଢିବାକୁ ଦେଇ ନଥାଏ? ଶ୍ରୀ କୃଷ୍ଣଙ୍କ ଗୀତା ଜ୍ଞାନ

ଜୀବନରେ ସମସ୍ତେ ଆଗକୁ ବଢିବାକୁ ଚାହାନ୍ତି ଓ ଖୁସିରେ ବଞ୍ଚି ବାକୁ ଚାହାନ୍ତି । କିନ୍ତୁ ସମସ୍ତଙ୍କ ଭାଗ୍ୟରେ ଏହା ନ ଥାଏ କିମ୍ବା ସମସ୍ତେ ଏହିଭଳି ଜୀବନ ବ୍ୟତିତ କରି ପାରନ୍ତି ନାହିଁ । ଏମିତିରେ ଜାଣିବାର ଅଛି କି ଆମେ କାହିଁକି ଏକ ସୁଖୀ ଜୀବନ ବ୍ୟତୀତ କରି ପାରି ନ ଥାଉ । କିଏ ଆମକୁ ଅଟକାଇ ଦେଉଛି । ତେବେ ଚାଳନ୍ତୁ ଏହାକୁ ଏକ କାହାଣୀ ଓ ଗୀତା ଜ୍ଞାନର ମାଧ୍ୟମରେ ଜାଣିବା । ଗୋଟିଏ କମ୍ପାନୀ ଥିଲା ସେଠି କାମ କରୁଥିବା ସବୁ କର୍ମଚାରି ବହୁତ ପରିଶ୍ରମୀ ଥିଲେ ଓ ସମସ୍ତେ ନିଜର କାମ ସଠିକ ରୂପରେ ବି କରୁଥିଲେ । ଏଥିପାଇଁ କମ୍ପାନୀର ମାଲିକ କର୍ମଚାରୀଙ୍କ ଉପରେ ଖୁସି ରହୁଥିଲେ ।

କିନ୍ତୁ ଏହି କମ୍ପାନୀର ଯିଏ ସୁପରଭାଇଜର ଥିଲା ସେ କମ୍ପାନୀର ମ୍ୟାନେଜର ଉପରେ ଖୁସି ନ ଥିଲା । କିନ୍ତୁ କହିବାକୁ ଗଲେ କମ୍ପାନୀର ମ୍ୟାନେଜର ଓ ସୁପରଭାଇଜରର ସ୍ୟାଲେରୀ ମଧ୍ୟରେ ଅଧିକ ଅନ୍ତର ନ ଥିଲା ତଥାପି ସୁପରଭାଇଜର ମ୍ୟାନେଜରକୁ ସବୁ କଥାର ଦୋଷୀ ମାନୁଥିଲା । କୌଣସି କର୍ମଚାରୀ ଯଦି ଛୁଟି ନିଅନ୍ତି ତେବେ ସୁପେରଭାଇଜର ମ୍ୟାନେଜରଙ୍କୁ ହିଁ ଦୋଷୀ ଭାବୁଥିଲା । କିନ୍ତୁ ମ୍ୟାନେଜରକୁ ସେ ଏହି ସବୁ କଥା ସିଧା ସିଧା କହି ପାରୁ ନ ଥିଲା କାରଣ ସୁପରଭାଇଜର ମ୍ୟାନେଜର ତଳେ କାମ କରୁଥିଲା ।

ସେଥିପାଇଁ ସୁପରଭାଇଜର କର୍ମଚାରୀଙ୍କ ଆଗରେ ମ୍ୟାନେଜର ବିଷୟରେ ଓ ମ୍ୟାନେଜର ବିରୁଦ୍ଧରେ ଖରାପ କହି ନିଜର ରାଗ ସୁଝାଉ ଥିଲା । ଦିନେ ଏହି କମ୍ପାନୀକୁ ଜଣେ ମ୍ୟାନେଜମେଣ୍ଟ ଗୁରୁ ଆସିଲେ । ସେ ଅନୁଭବ କରିଲେ କି କମ୍ପାନୀର ସବୁ କର୍ମଚାରୀ ଖୁସି ଦେଖାଯାଉ ଥିଲେ କିନ୍ତୁ ସୁପରଭାଇଜର ଚିନ୍ତିତ ଦେଖାଯାଉଥିଲା । ସେଥିପାଇଁ ମ୍ୟାନେଜମେଣ୍ଟ ଗୁରୁ ସୁପରଭାଇଜରକୁ ଏକୁଟିଆ ଗୋଟିଏ ଘରକୁ ଡାକି ପଚାରିଲେ କି ତାଙ୍କୁ କୌଣସି ପ୍ରକାରର ଟେନସନ ଅଛି କି ?

ଏହାପରେ ସୁପେରଭାଇଜର କହିଲା କି ଯେତେ ଦିନ ପର୍ଯ୍ୟନ୍ତ ଏହି ମ୍ୟାନେଜର ଥିବ ସେତେ ଦିନ ପର୍ଯ୍ୟନ୍ତ ମୋର ଟେନସନ ବଢୁଥିବ କାହିଁକି ନା ମ୍ୟାନେଜର ତାକୁ ଆଗକୁ ବଢିବାକୁ ଦେଉ ନାହିଁ । ମ୍ୟାନେଜମେଣ୍ଟ ଗୁରୁକୁ ସବୁ କଥା ଜାଣି ପାରିଲେ । ମ୍ୟାନେଜମେଣ୍ଟ ଗୁରୁ ସୁପରଭାଇଜରକୁ କହିଲେ କାଲି ତୁମେ ଆସ କାଲି ତୁମର ଏହି ସମସ୍ୟାର ସମାଧାନ ମିଳିଯିବ । ଆସନ୍ତା ଦିନ ମ୍ୟାନେଜମେଣ୍ଟଗୁରୁ ସୁପରଭାଇଜରକୁ କହିଲେ କି ତୁମକୁ ଯିଏ ଆଗକୁ ବଢିବାକୁ ଦେଉ ନ ଥିଲା ଆଜି ତାହାର ମୃତ୍ୟୁ ହୋଇ ଯାଇଛି ।

ଏହା ପରେ ସୁପରଭାଇଜର ମନେ ମନେ ଖୁସି ହୋଇଗଲା । ମ୍ୟାନେଜମେଣ୍ଟଗୁରୁ ପୁଣି ସୁପରଭାଇଜକୁ କହିଲେ ସାମ୍ନା ରୁମକୁ ଯାଇ ସେହି ଲୋକକୁ ଦର୍ଶନ କର ଯିଏ ତୁମକୁ ଆଗକୁ ବଢିବାକୁ ଦେଉ ନ ଥିଲା । ଏହା ପରେ ସୁପରଭାଇଯର ସେହି ରୁମ ଭିତରକୁ ଯାଇ ଓ ଦୁଖିତ ହୋଇ ରୁମ ଭିତରୁ ଫେରି ଆସିଲେ । ମ୍ୟାନେଜମେଣ୍ଟଗୁରୁ ସୁପରଭାଇଜରକୁ ପଚାରିଲେ କଣ ଦେଖିଲ, ସେ ବ୍ୟକ୍ତିକୁ ଯିଏ ତୁମକୁ ଆଗକୁ ବଢିବାକୁ ଦେଉ ନ ଥିଲା, ଆଜି ତାର ମୃତ୍ୟୁ ହୋଇଯିବ ।

ସୁପର ଭାଇଜର କହିଲା ରୁମ ଭିତରେ ଚାରିଆଡେ ଖାଲି କାଚ ଥିଲା ମୁଁ ଏକା ହିଁ ଥିଲି ସେ ରୁମରେ । ତେବେ ମ୍ୟାନେଜମେଣ୍ଟଗୁରୁ ସବୁ କଥା କହିଲେ କି ଦୁନିଆରେ ଯଦି କେହି ଅଛି ଯିଏକି ବହୁତ ସକ୍ତିଶାଳୀ ଅଟେ ଓ ଯିଏ ତୁମକୁ ଆଗକୁ ବଢିବାକୁ ଦେଉ ନାହିଁ ତେବେ ସେ ତୁମେ ନିଜେ । ତୁମେ ହିଁ ଏତେ ଶକ୍ତିଶାଳୀ ଅଟ କି ତୁମେ ଚାହିଁଲେ ନିଜ ଜୀବନରେ କିଛି ବି କରିପାରିବ ଓ ତୁମେ ଆଗକୁ ବଢିଯିବ । ଯଦି ଅନ୍ୟ ମାନେ ବଦଳିବା ଅପେକ୍ଷା ଯଦି ତୁମେ ବଦଳିଯିବ ତେବେ ତୁମର ନିଜ ଜୀବନ ବି ବଦଳିଯିବ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।