ମୃତ ପରିଜନଙ୍କୁ ସ୍ୱପ୍ନରେ ଦେଖିବାର ଅର୍ଥ କଣ, ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ

ରତ୍ରକାଳରେ ଆମେ ସୋଇଥିବା ଅବସ୍ଥାରେ ଆମ ପାଖରେ ପଡିଥିବା ବସ୍ତୁ କୁ ଯଦି କେହି ନେଇଯିବ ଆମକୁ ଜଣାପଡେନାହିଁ କିନ୍ତୁ ସ୍ୱପ୍ନରେ ଆମକୁ ଅଲଗା ଦୁନିଆର ଆଭାସ ହୋଇଥାଏ । କିଛି ସ୍ବପ୍ନ ମାନେ ରୁହେ ଏବଂ କିଛି ମନେ ରୁହେ ନାହିଁ । ସ୍ୱପ୍ନରେ ଆମେ ଖୁସି ହେଉ ଏବଂ ଦୁଃଖୀ ମଧ୍ୟ ହେଉ । ଆମେ ସ୍ବପ୍ନ ଦେଖି ଡରିଯାଇ ଆଖି ମଧ୍ୟ ଖୋଲିଦେଇଥାଉ । ଶାସ୍ତ୍ର ଅନୁସାରେ ସ୍ବପ୍ନ ପଛରେ ରହସ୍ୟ ଲୁଚିରହିଥାଏ । ପ୍ରତେକ ସ୍ୱପ୍ନର ଅର୍ଥ ରହିଛି । ତେବେ ସ୍ୱପ୍ନରେ ଯଦି ଆମେ ମୃତ ପରିବାର ଲୋକଙ୍କୁ ଦେଖୁ ତେବେ ତାର ଅର୍ଥ କଣ ।

ବହୁତ ଥର ଆମେ ନିଶ୍ଚୟ ଏଭଳି ସ୍ବପ୍ନ ଦେଖିଥିବାର ଯେଉଁ ଥିରେ ମୃତ ବନ୍ଧୁ, ପରିବାର ସଦସ୍ୟ ନା ଅନ୍ୟ କାହାକୁ ଆମେ ଦେଖିଥିବା । ପରିବାର ବା ବନ୍ଧୁ ରେ ଯଦି କାହାର ମୃତ୍ୟୁ ହୋଇଥାଏ ତେବେ ସମସ୍ତେ ମନ ଦୁଃଖ କରିଥାନ୍ତି । ଦୁଃଖର ଛାୟା ଘେରି ରହିଥାଏ । ତେବେ ସେତେବେଳେ ଯଦି ସ୍ୱପ୍ନରେ ମୃତ ବ୍ୟକ୍ତି ଯଦି ନିଜର ସୁସ୍ଥ ଶରୀର ଦେଖାନ୍ତି ତେବେ ସେ ଏହା ଜଣାଇଥାନ୍ତି କି ସେ ଭଲ ସ୍ଥାନରେ ଅଛନ୍ତି କିମ୍ବା ସେ ଖୁବ ଶୀଘ୍ର ଅନ୍ୟ କାହା ଘରେ ଜନ୍ମ ନେଇଯିବେ । ଶାସ୍ତ୍ର ଅନୁସାରେ ଏହା ଆଶ୍ଵାସନ ସ୍ବପ୍ନ ଅଟେ । ମୃତକ ସ୍ବପ୍ନ ଦ୍ଵାରା ଆଶ୍ଵାସନା ଦିଅନ୍ତି । ଏହି ସ୍ବପ୍ନ ଦେଖିବା ପରେ ପ୍ରସନ୍ନ ହେବା ଉଚିତ ।

ଯଦି ମୃତ୍ୟ ପରେ ଜଣେ ବ୍ୟକ୍ତି ସ୍ୱପ୍ନରେ ରୋଗିଣା ବା ଦୁଃଖୀ ଦେଖାଯାଉଛନ୍ତି ତେବେ ତାହାର ଅର୍ଥ ସେ କୌଣସି ଇଚ୍ଛା ଜଣାଇବାକୁ ଚାହୁଁଛନ୍ତି । କିମ୍ବା ମୃତ୍ୟୁ ପୂର୍ବରୁ ତାଙ୍କର କୌଣସି ଇଚ୍ଛା ସମ୍ପୂର୍ଣ୍ଣ ହୋଇନଥାଏ । ଯଦି ମୃତକ ଙ୍କ ଇଚ୍ଛା ଆପଣଙ୍କୁ ଜଣା ଥାଏ ତେବେ ଅବଶ୍ୟ ସେହି ଇଚ୍ଛା କୁ ପୁରଣ କରନ୍ତୁ । ଏହା ଦ୍ଵାରା ତାଙ୍କ ଆତ୍ମ ଶାନ୍ତି ପାଇବ ।

ଯଦି ଆପଣ ସ୍ୱପ୍ନରେ ଜଣେ ଜୀବିତ ଙ୍କ ମୃତ୍ୟୁ ଦେଖୁଛନ୍ତି ତେବେ ଜଣାନ୍ତୁ ସେହି ବ୍ୟକ୍ତି ଦୀର୍ଘ ଯିବି ହେବେ ତାଙ୍କର ଆୟୁ ବଢ଼ିଯାଇଥାଏ । ତେଣୁ ଏଭଳି ସ୍ବପ୍ନକୁ ଖରାପ ସ୍ବପ୍ନ ବୋଲି ଭାବନ୍ତୁ ନାହିଁ । ଯଦି ସ୍ୱପ୍ନରେ ମୃତ ବ୍ୟକ୍ତି ଚୁପ ରହୁଛନ୍ତି ତେବେ ଜଣାନ୍ତୁ ସେ ଆପଣଙ୍କୁ ସତର୍କ କରିବାକୁ ଚାହୁଁଛନ୍ତି ।

ସ୍ୱପ୍ନରେ ମୃତ ବ୍ୟକ୍ତି ଯଦି ଆଶୀର୍ବାଦ ଦେଉଛନ୍ତି ତେବେ ଆପଣ ସବୁ କାର୍ଯ୍ୟରେ ସଫଳତା ହାସଲ କରିବେ ବୋଲି ଜଣାନ୍ତୁ । ତେବେ ଆପଣଙ୍କୁ ଏମିତି କେବେ ସ୍ବପ୍ନ ଆସିଛି କି ଆମକୁ ନିଶ୍ଚୟ ଜଣାନ୍ତୁ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।