ଓଡିଶାର ପ୍ରସିଦ୍ଧ ସିଙ୍ଗର ନମୀତା ଅଗ୍ରୱାଲଙ୍କ Family ଓ Biography

ନମସ୍କାର ବନ୍ଧୁଗଣ । ଆପଣମାନେ ତ ଗାୟିକା ନମୀତା ଅଗ୍ରୱାଲ ଙ୍କୁ ଜାଣିଥିବେ ଓ ସେ ଅନେକ ଆଧୁନିକ ଓ ଭଜନ ରେ ନିଜ କଣ୍ଠର ଯାଦୁଗରୀ ଦେଖେଇଛନ୍ତି । ଆପଣ ତାଙ୍କୁ ନମୀତା ଭାବରେ ଜାଣିଥିଲେ ମଧ୍ୟ ସେ ଆଧୁନିକ ଗୀତରେ ନିବେଦିତା ଭାବେ ବେଶ ପରିଚିତ । ନାଁ ଅଲଗା ହେଲେ ମଧ୍ୟ ସ୍ଵର କିନ୍ତୁ ଗୋଟିଏ । ଲୋକମାନଙ୍କ ହୃଦୟକୁ ବେଶ ଛୁଏଁ ନମୀତାଙ୍କ ସ୍ଵର । ଲୋକମାନେ ନମିତାଙ୍କୁ ମଧ୍ୟ ବହୁତ ଭଲ ପାଆନ୍ତି । ଆଜି ଆମେ ନମୀତାଙ୍କ ପରିବାର ଓ ଲାଇଫ ଷ୍ଟୋରି ବିଷୟରେ ଜାଣିବା ।

ତେବେ ଆପଣ ଯଦି ନମୀତା ଅଗ୍ରୱାଲ ଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଚାହାଁନ୍ତି ତେବେ ଲେଖାଟି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢନ୍ତୁ । ତେବେ ନମୀତା 1969 ମସିହାରେ ତୁଳସୀ ପୁର ରେ ଜନ୍ମ ଗ୍ରହଣ କରିଥିଲେ । ଛୋଟ ବେଳରୁ ହିଁ ତାଙ୍କର ଗୀତ ପ୍ରତି ଆସ୍ବକ୍ତି ଭାବ ରହିଥିଲା । ଛୋଟ ବେଳରୁ ହିଁ ସେ ଗୀତ ଶିଖିବା ଆରମ୍ଭ କରିଥିଲେ । ଗୀତରେ ଆଗକୁ ବଢିବେ ବୋଲି ସେ ଛୋଟ ବେଳୁ ହିଁ ଭାବି ନେଇଥିଲେ ।

ପରେ ସେ ବିବାହ କରିଥିଲେ ସୀତାରାମ ଅଗ୍ରୱାଲ ଙ୍କୁ । ସୀତାରାମ ଅଗ୍ରୱାଲ ଙ୍କୁ ତ ଆପଣ ମାନେ ନିଶ୍ଚୟ ଜାଣିଥିବେ । ସେ ସାର୍ଥକ ଟିଭି ର ଫାଉଣ୍ଡର ଅଟନ୍ତି । ସେ 91.9 Fm ର ମଧ୍ୟ ପ୍ରତିଷ୍ଠାତା ଅଟନ୍ତି । ପ୍ରଥମରୁ ହିଁ ନମୀତାଙ୍କର ଗୀତ ପ୍ରତି ଆଗ୍ରହ ରହିଥିଲା ଓ ତାଙ୍କୁ ପ୍ରଥମ ଥର ପାଇଁ 1992 ମସିହାରେ ପ୍ଲାଟଫର୍ମ ମିଳିଥିଲା । ପ୍ରଥମ ଥର 1992 ମସିହାରେ ନମୀତା ଅଗ୍ରୱାଲ ଙ୍କ ଅଡିଓ ରିଲିଜ ହୋଇଥିଲା । ତାହା ପରେ ଅନେକ ଶ୍ଳୋକ, ଅନେକ ଭଜନ ଓ ଅନେକ ଆଧୁନିକରେ ସେ ନିଜର ଯାଦୁଗରୀ ଦେଖେଇଛନ୍ତି ।

 

ଆପଣ ତ ଜାଣିଥିବେ ସାର୍ଥକ ଟିଭି ର ଆଗରୁ ଓନର ଥିଲେ ସୀତାରାମ ଅଗ୍ରୱାଲ । କିନ୍ତୁ ଏବେ ତାହାକୁ ସେ Zee କୋମ୍ପାନି କୁ ବିକି ଦେଇଛନ୍ତି ଓ Zee କମ୍ପାନୀ ଅଣ୍ଡର ରେ ମଧ୍ୟ ଅନେକ ଗୀତ ଗାଇଛନ୍ତି । ସେହି ଗୀତ ଗୁଡିକ ମଧ୍ୟ ଲୋକମାନଙ୍କ ମନକୁ ବହୁତ ଛୁଇଁ ଯାଇଛି । ଏବେ ପୁଣି ଥରେ ସିଦ୍ଧାର୍ଥ ଟିଭି ନାଁ ରେ ଏକ ଚ୍ଯାନେଲ ଲଞ୍ଚ କରିବାକୁ ଯାଉଛନ୍ତି ସେ । ଆଗକୁ ମଧ୍ୟ ଏହି ଟିଭି ର ସଫଳତା ଆଶା କରୁଛନ୍ତି ନମୀତା ଅଗ୍ରୱାଲ ଓ ସ୍ଵାମୀ ସୀତାରାମ ଅଗ୍ରୱାଲ । ନମୀତା ଅଗ୍ରୱାଲ ଙ୍କ ଦୁଇ ପୁଅ ଅଛନ୍ତି ।

ଜଣଙ୍କ ନାଁ ସିଦ୍ଧାର୍ଥ ଅଗ୍ରୱାଲ ଓ ଆଉ ଜଣଙ୍କ ନାଁ ସାର୍ଥକ ଅଗ୍ରୱାଲ । ଏହି ଦୁଇ ଜଣ ମଧ୍ୟ ସିଦ୍ଧାର୍ଥ ଟିଭି ରେ କାମ କରୁଛନ୍ତି । ନମୀତା ଅଗ୍ରୱାଲ ଏବେ ବି ନିଜର ଗୀତ ଗାଇବା ଜାରି ରଖିଛନ୍ତି । ଆଗକୁ ମଧ୍ୟ ଏମିତି ଗୀତ ଗାଇବା ଜାରି ରଖିବେ ବୋଲି ସେ କହିଛନ୍ତି ।

ନମୀତା ଅଗ୍ରୱାଲ ଓ ସୀତାରାମ ଅଗ୍ରୱାଲ ଙ୍କର ମଧ୍ୟ ସାର୍ଥକ ପ୍ରଡକ୍ସନ ହାଉସ ରହିଛି ଯେଉଁଥିରେ ନୂଆ ନୂଆ ଫିଲ୍ମ ସେ ଲୋକମାନଙ୍କୁ ଭେଟି ଦେଉଛନ୍ତି । ଲୋକମାନେ ମଧ୍ୟ ତାଙ୍କ ଫିଲ୍ମ କୁ ବହୁତ ପସନ୍ଦ କରୁଛନ୍ତି । ଏମିତି ଅନେକ ଚଳଚିତ୍ର ଅଛି କି ଯାହା ଲୋକମାନଙ୍କ ମନକୁ ବେଶ ଛୁଇଁ ଯାଇଛି ଓ ହିଟ ମଧ୍ୟ ହୋଇଛି । ତେବେ ବନ୍ଧୁଗଣ ଆପଣଙ୍କୁ ନମୀତା ଅଗ୍ରୱାଲ ଙ୍କ ଗୀତ କିପରି ଲାଗେ ଆମକୁ କମେନ୍ଟ ନିଶ୍ଚୟ କରନ୍ତୁ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।