ନବରାତ୍ରିରେ ଭୁଲରେ ବି କରନ୍ତୁ ନାହିଁ ଏହି 6 କାମ, ରାଗିଯିବେ ମା ଦୂର୍ଗା, ଘରକୁ ଆସିଥାଏ ଦରିଦ୍ରତା

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ନବରାତ୍ରି ଆରମ୍ଭ ହୋଇ ଯାଇଛି । ଯାହାକୁ ପୁରା ଦେଶବାସୀ ଅପେକ୍ଷା କରିଥିଲେ । ଆମେ ସମସ୍ତେ ଜାଣିଛୁ କି ନବରାତ୍ରି ବର୍ଷକୁ ଦୁଇ ଥର ଆସିଥାଏ ଯାହାକୁ ଆମେ ଚୈତ୍ର ଓ ଶାରଦୀୟ ନବରାତ୍ରି ରୂପରେ ଜାଣିଥାଉ । ବର୍ତ୍ତମାନ ଯେଉଁ ନବରାତ୍ରି ଆରମ୍ଭ ହେଉଛି ତାହା ଶାରଦୀୟ ନବରାତ୍ରି ଅଟେ । ଯାହା ୧୭ ଅକ୍ଟୋବରରୁ ଆରମ୍ଭ ହୋଇ ୨୫ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ମାତାଙ୍କର ୯ଟି ରୂପର ଆରାଧନା କରାଯିବ ।

ମା ଦୂର୍ଗା ଏହି ଦିନରେ ନିଜ ଭକ୍ତମାନଙ୍କର ଛୋଟ ପ୍ରୟାସରେ ହିଁ ତାଙ୍କର ସବୁ ମନୋକାମନ ପୁରା କରିଥାନ୍ତି । କିନ୍ତୁ ଭକ୍ତର ମାତ୍ର ଗୋଟିଏ ଛୋଟ ଭୁଲ କେତେ ଥର ମାତା ଦୂର୍ଗାଙ୍କୁ କ୍ରୋଧିତ କରିଦିଏ ।

ଏମିତିରେ ଆଜି ଆମେ ଆପଣଙ୍କୁ ସେହି ସମସ୍ତ ଭୁଲ ଗୁଡିକ ବିଷୟରେ କହିବୁ ଯାହାକୁ ନବରାତ୍ରି ସମୟରେ କରିବା ଉଚିତ ନୁହେଁ । ମାତା ଦୂର୍ଗାଙ୍କର ପୂଜା କରିବା ସମୟରେ ନିଜର ସମ୍ପୂର୍ଣ ଭକ୍ତି, ଶ୍ରଦ୍ଧା ଓ ବିଶ୍ଵାସର ସହ କରନ୍ତୁ ।

ମାତା ଦୂର୍ଗାଙ୍କର ଆରାଧନା  କରିବା ସମୟରେ ମନରେ କୌଣସି ପ୍ରକାରର ଆଶଙ୍କା ଓ ଦୁର୍ଭାବନା ରଖନ୍ତୁ ନାହିଁ । ଏହା ଦ୍ଵାରା ଆପଣଙ୍କ ମନ ଅଶାନ୍ତ ରହିଥାଏ ଓ ଏହିଭଳି ଅଶାନ୍ତ ମନରେ ପୂଜା କରିବା ଦ୍ଵାରା କୌଣସି ବି ପ୍ରକାରର ଲାଭ ମିଳେ ନାହିଁ ।

ନବରାତ୍ରିରେ କୌଣସି ବି ପ୍ରକାରର ଅପଶବ୍ଦର ପ୍ରୟୋଗ କରନ୍ତୁ ନାହିଁ ଓ କାହାକୁ ବି ଗାଳି ଦିଅନ୍ତୁ ନାହିଁ । ମିଠା କହିବା, ଚୁଗୁଲି କରିବା କାହା ବିଷୟରେ ଖରାପ କୁହନ୍ତୁ ନାହିଁ । ସର୍ବଦା ନିଜ ବାଣୀକୁ ଭଲ ରଖନ୍ତୁ ।

ନବରାତ୍ରି ସମୟରେ ମଦ, ମାଂସ ଓ ତମ୍ବାଖୁ ସେବନ ଠାରୁ ଦୂରେଇ ରୁହନ୍ତୁ । କାରଣ ଏହା ଦ୍ଵାରା ମନୁଷ୍ୟର ମନ ଓ ମସ୍ତିକ ଉପରେ ତାହାର ନିଜର ନିୟନ୍ତ୍ରଣ ରହି ନ ଥାଏ । ଏହା ସହିତ ଖଟା ଖାଆନ୍ତୁ ନାହିଁ ।

ଏହି ସମୟରେ କାହାକୁ ବି ଖାଲି ହାତରେ ଯିବାକୁ ଦିଅନ୍ତୁ ନାହିଁ । ସେଥିପାଇଁ ଆପଣଙ୍କ ଘରେ ଯିଏ ବି ଆସୁଛନ୍ତି ତେବେ ଆପଣ ତାଙ୍କୁ କିଛି ନା କିଛି ଜିନିଷ ଅବଶ୍ୟ ଦିଅନ୍ତୁ ।

ଏହା ସହିତ ନବରାତ୍ରି ସମୟରେ କେସ ଓ ନଖ କାଟନ୍ତୁ ନାହିଁ । ଏହି ସମୟରେ ଚମଡାରୁ ତିଆରି ବସ୍ତୁ ଯେମିତି ବେଲ୍ଟ, ପର୍ସ ଇତ୍ୟାଦି ଜିନିଷ ଠାରୁ ଦୂରେଇ ରୁହନ୍ତୁ । କାରଣ ଏହା ପଶୁମାନଙ୍କୁ ହତ୍ୟା କରାଯାଇ ତିଆରି କରାଯାଏ । ଯାହା ମାତା ଦୂର୍ଗାଙ୍କୁ ପସନ୍ଦ ନୁହେଁ । ସେଥିପାଇଁ ନବରାତ୍ରି ସମୟରେ ଏହି ସମସ୍ତ କାର୍ଯ୍ୟ କରନ୍ତୁ ନାହିଁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।