ଏହି ଲୋକ ମାନଙ୍କ ପାଇଁ ଅଶୁଭ ନୁହନ୍ତି ରାହୁ କେତୁ, ଗୋଟେ ଝଟକାରେ କରି ଦିଅନ୍ତି ମାଲାମାଲ

ରାହୁ ଓ କେତୁ ବର୍ତ୍ତମାନ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ପରିବର୍ତ୍ତନ ହେବେ । ରାହୁ ବୃଷ ରାଶିରେ ଗୋଚର ହେଲେ ଓ କେତୁ ବିଛା ରାଶି ରେ ଗୋଚର ହେଲେ । ଜ୍ୟୋତିଷ ଙ୍କ କହିବା ଅନୁସାରେ ରାହୁ ଓ କେତୁ ର ଗୋଚର ପ୍ରଭାବ କେବଳ ଭାରତ ରେ ନୁହଁ ପୁରା ଦୁନିଆ ଉପରେ ପଡିବ । ଏହି ସମୟ ଦୁନିଆ ପାଇଁ ଶୁଭ ନୁହଁ, କିଛି ଦେଶ ମଧ୍ୟ ରେ ଯୁଧ୍ୟ ହେବା ପରି ପରିସ୍ଥିତି ହୋଇ ପାରେ ଓ ଏହି ମହାମାରୀ ଆହୁରି ଭୟଙ୍କର ରୂପ ନେବ । ଜ୍ଯୋତିଷ ଙ୍କ ଶାସ୍ତ୍ର ରେ ରାହୁ ଓ କେତୁ କୁ ଅଶୁଭ ବୋଲି କୁହାଯାଇ ଅଛି ।

ଯେକୌଣସି ବି ରାଶି ଉପରେ ଏହି ଦୁଇ ଗ୍ରହ ଦଶା ରହିଲେ ସେହି ରାଶିର ଜାତକରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ବର୍ତ୍ତମାନ ପୁରା ଦୁନିଆ ରାହୁ ଓ କେତୁ ଙ୍କର ଖରାପ ପ୍ରଭାବ ରେ ଅଛନ୍ତି । ଏହି ସମୟରେ ଏମିତି କିଛି ଲୋକମାନଙ୍କ ର ରାଶି ଅଛି ତାଙ୍କ ଜାତକରେ ବହୁତ ଲାଭ ମିଳିବ । ରାହୁ ଓ କେତୁଙ୍କୁ ସମସ୍ତେ ଖରାପ ଗ୍ରହ ବୋଲି କହିଥାନ୍ତି, କିନ୍ତୁ କୁଣ୍ଡଳୀ ର କିଛି ଜାଗା ଉପରେ ରାହୁ ଓ କେତୁ ରହିଲେ ବହୁତ ଶୁଭ ଫଳ ମିଳିଥାଏ । ଆସନ୍ତୁ ଜାଣିବା, ଏମାନଙ୍କର କୁଣ୍ଡଳୀ ରେ କେଉଁ ସ୍ଥାନ କିପରି ଫଳ ଦେଇଥାଏ ।

କୁଣ୍ଡଳୀ ର ତୃତୀୟ ଭାବ

କୁଣ୍ଡଳୀ ର ତୃତୀୟ ଭାବ ରେ ରାହୁ ଓ କେତୁ ରହିଲେ ତାକୁ ବହୁତ ଶୁଭ ବୋଲି କୁହାଯାଏ । ଯେଉଁ ଜାତକ ରେ କୁଣ୍ଡଳୀ ର ତୃତୀୟ ଭାବ ମଝବୁତ ରହିଥାଏ, ସେ ବଳବାନ ଓ ପରାକ୍ରମୀ ହୋଇଥାଏ । ଏହି ଜାତକର କ୍ୟାରିଅର ରେ ବଡ ଚମତ୍କାର ହୋଇଥାଏ । ଏହା ସହିତ ଏମାନେ ସ୍ବାବଲମ୍ବୀ, ମହାତ୍ମା ଓ ଦୃଢ ସଂକଳ୍ପର ବ୍ୟକ୍ତି ହୋଇଥାନ୍ତି ।

କୁଣ୍ଡଳୀ ର ଷଷ୍ଠ ଭାବ

କୁଣ୍ଡଳୀ ର ଷଷ୍ଠ ସ୍ତାନ ଶତୃର ସ୍ତାନ ହୋଇଥାଏ । ତେଣୁ ଏହି ଜାଗାରେ ରାହୁ ଓ କେତୁ ରହିଲେ ଶତୃ ମାନେ ଜାତକଙ୍କର କୌଣସି କ୍ଷତି କରିପାରନ୍ତି ନାହିଁ । ଏମାନେ କୌଣସି କାର୍ଯ୍ୟ ର ସମାଧାନ କରିବା ସମୟରେ ଡରନ୍ତି ନାହିଁ । ଯେଉଁ ଜାତକରେ ଷଷ୍ଠ ଭାବରେ ରାହୁ ଓ କେତୁ ବାସ କରିଥାନ୍ତି, ସେମାନେ କୋଟ କଚେରୀ ମାମଲା ରେ ସଫଳତା ଶୀଘ୍ର ହାସଲ କରିଥାନ୍ତି ।

କୁଣ୍ଡଳୀ ର ଦଶମ ଭାବ

ଯାହାର ଜାତକ ରେ ଦଶମ ଭାବ ରେ ରାହୁ ଓ କେତୁ ବାସ କରିଥାନ୍ତି, ସେ ଲୋକ ଚାକିରି କ୍ଷେତ୍ର ରେ ଅଧିକ ପରିଶ୍ରମ କରିଥାନ୍ତି । ଏହି ଲୋକ ରାଜନୀତି ଓ ସରକାରୀ କ୍ଷେତ୍ରରେ ବହୁତ ଆଗକୁ ଯାଇଥାନ୍ତି । ଏହି ବ୍ୟକ୍ତି ବଡ ଲିଡର ହୋଇଥାନ୍ତି, କିନ୍ତୁ ଟଙ୍କା ପଇସା ଖର୍ଚ କରିବା ମାମଲାରେ ଏମାନେ କୁଣ୍ଠିତ ହୋଇଥାନ୍ତି । ଏମାନଙ୍କ ର ଏହି କଞ୍ଜୁସ ସ୍ଵଭାବ ରେ ଏମାନଙ୍କ ର ଫାଇଦା ହୋଇଥାଏ, ଧନ ପାଇବାରେ ଏମାନେ ସଫଳ ହୋଇଥାନ୍ତି ।

କୁଣ୍ଡଳୀ ର ଏକାଦଶ ଭାବ

ଯଦି କୌଣସି ଜାତକ ରେ ଏକାଦଶ ଭାବ ରେ ରାହୁ ଓ କେତୁ ବାସ କରନ୍ତି ବହୁତ ଭଲ ଫଳ ମିଳେ ବୋଲି କୁହ ଯାଇଅଛି । ରାହୁ ଓ କେତୁ ଙ୍କ ପ୍ରଭାବ କାରଣ ରୁ ଆପଣଙ୍କୁ ନିବେଶ ରେ ଫାଇଦା ହୋଇଥାଏ । ରାହୁଙ୍କ ର ବିଶେଷ ସ୍ଥିତି -ଯେଉଁ ଜାତକ ର କୁଣ୍ଡଳୀ ରେ ମେଷ, ବୃଷ, ଓ କର୍କଟ ଲଗ୍ନ ହୋଇଥାଏ ଏମାନେ ଶୁଭ ଫଳ ପାଇଥାନ୍ତି । କେତୁଙ୍କ ଉପସ୍ତିତି ଏହି ଲୋକ ମାନଙ୍କ ଜାତକରେ ସବୁବେଳେ କାମରେ ସଫଳତା ଦେଇଥାଏ । ଏହା ସହ ଦାମ୍ଫତ୍ୟ ଜୀବନ ବି ଖୁସିରେ କଟିଥାଏ ।