ନୀଳଗିରୀର ପାହାଡରେ ଥିବା ମିଥୁନ ଚକ୍ରବର୍ତ୍ତୀ ସମେତ ଏହି ସବୁ ସେଲିବ୍ରିଟିଙ୍କ ଘର ଭାଙ୍ଗିବା ଉପରେ ସୁପ୍ରିମ କୋଟ ଲଗାଇଲେ ମୋହର

ତାମିଲନାଡ଼ୁରେ ବଲୀଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଓ ଅନ୍ୟ କେତେକ ଜଣା ଶୁଣା ହସ୍ତୀମାନଙ୍କର ରିସର୍ଟ୍ସku ଭଙ୍ଗା ଯିବ । ଏହି ରିସର୍ଟ୍ସ ଗୁଡିକି ହାତୀମାନଙ୍କର ସୁରକ୍ଷିତ କ୍ଷେତ୍ରରେ ବେଆଇନ ରୂପରେ ତିଆରି କରାଯାଇଥିଲା । କିନ୍ତୁ ସୁପ୍ରିମ କୋର୍ଟ ବୁଧବାର ଦିନ ରିସର୍ଟ୍ସ ଭାଙ୍ଗିବା ପାଇଁ ଆଦେଶ ଦେଇଛନ୍ତି । କହିବାକୁ ଗଲେ ନୀଳଗିରୀ ପାହାଡିଆର ମଦୁମଲାଈ ଫରେସ୍ଟ ରେଂଜରେ କେତେକ ପ୍ରଭାବଶାଳି ଲୋକମାନେ ରିସର୍ଟ୍ସ ତିଆରି କରିଥିଲେ । ଏଥିରେ ମିଥୁନ ଚକ୍ରବର୍ତ୍ତୀଙ୍କର ବି ଗୋଟିଏ ରିସର୍ଟ୍ସ ଅଛି ।

ଏହା ସହିତ ସେଠି ରିସର୍ଟ୍ସ ହେବା ପରେ ସେଠି ଜନସଂଖ୍ୟା ବି ବଢିବାକୁ ଲାଗିଲା । କିନ୍ତୁ ଏହି ଅଞ୍ଚଳରେ ମୌସମ ପରିବର୍ତ୍ତନ ହେବା ଦ୍ଵାରା ବହୁତ ସଂଖ୍ୟାରେ ହାତୀ ଯିବା ଆସିବା କରନ୍ତି । ଏମିତିରେ ଜନଗହଳି କାରଣରୁ ହାତୀମାନଙ୍କର ଯିବା ଆସିବା ଉପରେ ବହୁତ ପ୍ରଭାବ ପଡୁଛି । ସେଥିପାଇଁ କୋର୍ଟ ଏହି ରିସର୍ଟ୍ସକୁ ଭାଙ୍ଗିବା ପାଇଁ ଆଦେଶ ଦେଇଥିଲେ ।

ମଦ୍ରାସ ହାଇକୋର୍ଟ ୨୦୧୧ରେ ଦେଇଥିଲେ ଆଦେଶ

ମଦ୍ରାସ ହାଇକୋର୍ଟ ୨୦୧୧ରେ ହିଁ ରିସର୍ଟ୍ସ ଭାଙ୍ଗିବା ପାଇଁ ଆଦେଶ ଦେଇଥିଲେ । କିନ୍ତୁ ମିଥୁନ ଚକ୍ରବର୍ତ୍ତୀ ସମେତ କେତେକ ଲୋକମାନେ ଏହି ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମ କୋର୍ଟରେ ଆବଦେନ ପତ୍ର ଦାୟର କରିଥିଲେ । ସେହି ସମୟରୁ ଏହି ମାମଲା ସୁପ୍ରିମ କୋର୍ଟରେ ଅଟକି ପଡିଥିଲା । କିନ୍ତୁ ବର୍ତ୍ତମାନ ସୁପ୍ରିମ କୋର୍ଟ ହାଇକୋର୍ଟର ଆଦେଶ ଉପରେ ନିଜର ମୋହର ଲଗାଇ ଦେଇଛନ୍ତି ।

କହିବାକୁ ଗଲେ ୨୦୧୧ରେ ହାଇକୋର୍ଟ ପରିବେଶ ପ୍ରଦୂଷଣକୁ ଦେଖି ମିଥୁନ ଚକ୍ରବର୍ତ୍ତୀଙ୍କ ରିସର୍ଟ୍ସ ସହିତ ସେହି ଅଞ୍ଚଳରେ ଥିବା ଅନ୍ୟ କିଛି ହୋଟେଲ ଓ ରିସର୍ଟ୍ସକୁ ଭାଙ୍ଗିବା ପାଇଁ ଆଦେଶ ଦେଇଥିଲେ । ଅନ୍ୟ ପଟେ ମିଥୁନ ଚକ୍ରବର୍ତ୍ତୀ ହାଇକୋର୍ଟରେ ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରମି କୋର୍ଟରେ ଆବେଦନ ପତ୍ର ଦାୟର କରିଥିଲେ । ସେ ନିଜର ଆବେଦନ ପତ୍ରରେ କହିଥିଲେ କି ତାଙ୍କର ରିସର୍ଟ୍ସ ଦ୍ଵାରା କେତେକ ଆଦିବାସୀ ଲୋକମାନଙ୍କୁ ରୋଜଗାର ମିଳୁଛି ।

ଏହା ସହିତ ଏହି କ୍ଷେତ୍ରରେ ରିସର୍ଟ୍ସ ହେବା ଦ୍ଵାରା ଓ ଲୋକମାନଙ୍କ ଯିବା ଆସିବା ଦ୍ଵାରା ହାତୀମାନଙ୍କର ଅବୈଧ ଶିକାର ବି ବନ୍ଦ ହୋଇ ଯାଇଛି । ସେଥିପାଇଁ ତାଙ୍କର ରିସର୍ଟ୍ସକୁ ନ ଭାଙ୍ଗିବା ପାଇଁ ଅନୁମତି ଦିଆଯାଉ । କିନ୍ତୁ ଅନ୍ୟ ପଟେ ମଦ୍ରାସ ହାଇକୋର୍ଟ ନିଜର ଆଦେଶରେ ଲେଖିଥିଲେ କି ଇକୋଟୂରିଜ୍ମ ନାମରେ ହୋଇଥିବା ମିଥୁନଙ୍କ ହୋଟେଲ ଦ୍ଵାରା ପରିବେଶର କ୍ଷତି ହେଉଛି ।

ଏହି ବଙ୍ଗଲା ହାତୀମାନଙ୍କର କ୍ଷେତ୍ର ପଡିଥାଏ ଓ ଏହି ଜମି ଉପରେ ବନ ବିଭାଗର ଅଧିକାର ଅଛି । ସେଥିପାଇଁ ଏହି ଜମି କେବଳ ବନ୍ୟ ପଶୁପକ୍ଷୀମାନଙ୍କ ପାଇଁ ଉର୍ଦିଷ୍ଟ ଅଟେ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।