କଳ୍ପବଟ ବୃକ୍ଷକୁ ନେଇ ମାଳିକାରେ ବର୍ଣ୍ଣିତ ହେଇଛି କିଛି ଏମିତି ଘଟଣା, ଯାହା ଆଗରୁ କେବେ ଆପଣ ଜାଣିନଥିବେ

ଆଜି ଆମେ ଆପଣଙ୍କ ପାଇଁ ପୁଣି ଥରେ ମହାପୁରୁଷଙ୍କ ଦ୍ଵାରା ରଚନା କରାଯାଇଥିବା ମାଲିକରେ ବର୍ଣିତ କିଛି ବିଷୟବସ୍ତୁକୁ ନେଇ ଆସୁଛି । କହିବାକୁ ଗଲେ ମାଲିକାରେ ଆଗାତ ଭବିଷ୍ୟତ ବିଷୟରେ କୁହାଯାଇଛି । ଯାହାକି ଦିନେ ନା ଦିନେ ନିଶ୍ଚିତ ରୂପରେ ସତ ବି ହେବ । ଆଜି ଆମେ ଆପଣଙ୍କ ପାଇଁ ପୁଣି ଥରେ ମାଲିକାରେ ବର୍ଣିତ ଏକ ସୁନ୍ଦର କଥା ନେଇ ଆସିଛୁ । ମହାପୁରୁଷ କହିଲେ କି

ମହାଖେଳ ହେବ ଅପାରୁ ଅପାର ଆଦିତ୍ୟ ଯେ ନ ଚଲିବ ।

ଦକ୍ଷିଣ ଦିଗରୁ ହିଙ୍ଗୁଳା ବହିବ କଳ୍ପବୃକ୍ଷ ପୋଡିଯିବ ।।

ମହାଖେଳ ହେବ ଅପାରୁ ଅପାର ଅର୍ଥାତ ଏହି ପୃଥିବୀ ପୃଷ୍ଠରେ ବିଭିନ୍ନ ପ୍ରକାରର ଖେଳ ହେବ । ଆଉ ଆଦିତ୍ୟ ଯେ ନ ଚାଲିବ ଅର୍ଥାତ ସୂର୍ଯ୍ୟ ନିଜର ଦିଗ ପରିବର୍ତ୍ତନ କରିବେ ଓ ଚଳନୀୟ ହେବ ନାହିଁ । ଯେମିତି କି ସମସ୍ତେ ଜାଣିଛନ୍ତି କି ସୂର୍ଯ୍ୟ ସ୍ଥିର ଓ ପୃଥିବୀ ନିଜ କକ୍ଷରେ ବୁଲୁଛନ୍ତି । କିନ୍ତୁ ଦିନେ ଏମିତି ବି ସମୟ ଆସିବ ଯେତେବେଳେ ପୃଥିବୀ ସ୍ଥିର ହୋଇଯିବ ଓ ସୂର୍ଯ୍ୟଙ୍କର ଗତି ମଧ୍ୟ ସ୍ଥିର ହୋଇଯିବ ।

ଏତିକି ନୁହେଁ ପୁଣି କହିଲେ କି  ଦକ୍ଷିଣ ଦିଗରୁ ହିଙ୍ଗୁଳା ବହିବ କଳ୍ପବୃକ୍ଷ ଜାଳିଦେବ ଅର୍ଥାତ ଦକ୍ଷିଣ ଦିଗରୁ ଅଗ୍ନି ଆସିବ ଓ ଆପଣ ସମସ୍ତଙ୍କ ସାମ୍ନାରେ କଳ୍ପବୃକ୍ଷ ଜଳିଯିବ । କିନ୍ତୁ ଏହା କେଉଁ ଦିନ ହେବ ଏହା ବିଷୟରେ କାହାକୁ ବି ଜଣା ନାହିଁ । କିନ୍ତୁ ଏହା ଦିନେ ନା ଦିନେ ନିଶ୍ଚିତ ହେବ ।

ଯଦି ହାଡି ଦାସଙ୍କ ବାଣୀ ବିଷୟରେ କହିବା ତେବେ ସେ ଲେଖିଥିଲେ କି

ଆକାଶରୁ ପଡିବ ବଜ୍ରର ବଉଳ ଫାଟିଯିବ ଭୂମଣ୍ଡଳ ।

ଶ୍ରୀଜଗନ୍ନାଥଙ୍କର ରତ୍ନ ଚାନ୍ଦୁଆରେ ଲାଗିଯିବ ଯେ ଅନଳ ॥

ଆପଣ ଏହା ବିଷୟରେ ଶୁଣିଛନ୍ତି ଓ ଦେଖିଛନ୍ତି କି ଆକାଶରୁ ବଜ୍ର ପଡିଛି ଓ ଭୂମଣ୍ଡଳ ଫାଟି ଯାଇଛି । ଏହା ସହିତ ଶ୍ରୀଜଗନ୍ନାଥଙ୍କ ରତ୍ନ ଚାନ୍ଦୁଆରେ ବି ନିଆଁ ଲାଗିଛି ।

ଏତିକି ନୁହେଁ ମହାପୁରୁଷ ଜଗନ୍ନାଥ ଦାସ ଓଡିଆ ଭାଗବତରେ ଲେଖିଛନ୍ତି କି

ଦେଖ ପବନ ମୋର ଡରେ ବହି ବାହ୍ୟ ଆଭ୍ୟନ୍ତରେ ।

ମୋ ଡରେ ଉଦେ ଦିବାକର ମୋତେ ଡରଇ ସୁନାସିର ॥

ଏହାର ଅର୍ଥ ପବନ ମଧ୍ୟ ଭଗବାନଙ୍କୁ ଭୟ କରି ବାହ୍ୟ ଆଭ୍ୟନ୍ତରରେ ପ୍ରବାହ କରୁଛି ଓ ଜୀବମାନେ ବି ବଞ୍ଚିଛନ୍ତି ଏହି ପବନ ଦ୍ଵାରା । ଏହା ସହିତ ଭଗବାନଙ୍କ ଇଚ୍ଛାରେ ହିଁ ସୂର୍ଯ୍ୟ ଚଳ ପ୍ରଚଳ ହେଉଛନ୍ତି ଓ ଯେଉଁ ପବନ ଆମ ଭିତରେ ବହୁଛି ତାହ ବି ପ୍ରଭୁଙ୍କ ଇଚ୍ଛାରେ ହେଉଛି । ଏମିତିର ଯେଉଁ ଦିନ ଏହି ପବନ ବନ୍ଦ ହୋଇଯିବ ତେବେ ସବୁ ସରିଯିବ ।

ପ୍ରଭୁଙ୍କ ଇଚ୍ଛାରେ ହିଁ ସୂର୍ଯ୍ୟ ଚନ୍ଦ୍ର ଚଳ ପ୍ରଚଳ କରୁଛନ୍ତି ଓ ସେହି ପ୍ରଭୁଙ୍କ ଇଚ୍ଛା ହେଲେ ସବୁ ଅସମ୍ଭବ ସମ୍ଭବ ହେବ । କହିବାକୁ ଗଲେ ସବୁ ମହାପ୍ରଭୁଙ୍କ ଇଚ୍ଛାରେ ହିଁ ହୋଇଥାଏ । ସେଥିପାଇଁ ଆମେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ କି ଏହିଭଳି କେବେ ନ ହେଉ ଓ ଆପଣ ସବୁବେଳେ ଆମର ରକ୍ଷା କରନ୍ତୁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।