Vastu Shastra ଘରେ ଏମିତି ଝାଡୁ ଫୋଛା ଲଗେଇଲେ ଆସିଥାଏ ଦରିଦ୍ରତା, ମା ଲକ୍ଷ୍ମୀ କହିଛନ୍ତି ଏମିତି ଭୁଲ କେବେବି କରନ୍ତୁ ନାହିଁ

ଘରେ ଝାଡୁ ପୋଛା କରିବା ଦ୍ୱାରା ଘର ସଫା ହୋଇଥାଏ । ଯୋଉ ଘରେ ସଫା ଏବଂ ସ୍ୱଚ୍ଛ ରହିଥାଏ ସେହି ଘରେ ସୁଖ ଏବଂ ସମୃଦ୍ଧି ଆସିଥାଏ । ଶାସ୍ତ୍ର ଅନୁସାରେ ଝାଡୁ କୁ ମାତା ଲକ୍ଷ୍ମୀ ଙ୍କ ସ୍ୱରୂପ ବୋଲି କୁହାଯାଏ । ଝାଡୁ ଦ୍ଵାରା ଦରିଦ୍ରତା ରୂପେ ଘରର ଅଳିଆ କୁ ବାହାର କରାଯାଏ । ଯଦି ଘର ସଫା ସୁତୁରା ରହିଥାଏ ତେବେ ଘରକୁ ସକରାତ୍ମକ ଶକ୍ତି ଆସିଥାଏ କିନ୍ତୁ ଯଦି ଘର ଅସନା ହୋଇଥାଏ ତେବେ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ ।

ଘର ସଫା ରହିବ ଦ୍ଵାରା ଘରର ସବୁ ସଦସ୍ୟ ତରକି କରିଥାନ୍ତି ଏବଂ ଘରେ ଥିବା ବାସ୍ତୁ ଦୋଷ ମଧ୍ୟ ଶେଷ ହୋଇଥାଏ । ଆଜି ଆମେ କହିବୁ ଝାଡୁ ବା ପୋଛା କରିବା ସମୟରେ କେଉଁ କେଉଁ ଜିନିଷର ଧ୍ୟାନ ରଖିବା ଦରକାର । ତେବେ ଚାଲନ୍ତୁ ଜାଣିବା ।

ଶାସ୍ତ୍ର ଅନୁସାରେ ଛୋଟ ଚୁଆ ଙ୍କ ଦ୍ଵାରା କେବେ ମଧ୍ୟ ଝାଡୁ ପୋଛା କରାନ୍ତୁ ନାହିଁ । ଏମିତି କରିବା ଦ୍ୱାରା ପାପ ଲାଗିଥାଏ ଏବଂ ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି । ବେଦ ଅନୁସାରେ ଛୋଟ ଚୁଆ ଭଗବାନ ଙ୍କ ସ୍ୱରୂପ ହୋଇଥାନ୍ତି ତେଣୁ କେବେ ମଧ୍ୟ ଏହି ଭୁଲ କରନ୍ତୁ ନାହିଁ ।

ଯେତେବେଳେ ଆପଣ ଘରେ ପୋଛା ଲଗାଉଛନ୍ତି ପୋଛୁଥିବା ପାଣିରେ ସପ୍ତାହରେ ୩ ଥର ଟିକେ ଲୁଣ ପକେଇଦିଅନ୍ତୁ । ଲୁଣ ମିଶିଥିବା ପାଣି ରେ ପୋଛା କରିବା ଦ୍ୱାରା ଘରେ ଥିବା ସବୁ ଜୀବାଣୁ ନଷ୍ଟ ହୋଇଥାନ୍ତି ଏବଂ ସାଥିରେ ଘରେ ଥିବା ନକାରାତ୍ମକ ଶକ୍ତି ମଧ୍ୟ ଦୂରେଇ ଥାଏ ।

ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି କି ସୂର୍ଯ୍ୟାସ୍ତ ପରେ କୌଣସି ବ୍ୟକ୍ତି କୁ ଝାଡୁ ପୋଛା କରିବା କଥା ନୁହେଁ । କାରଣ ଏହି ସମୟ ଝାଡୁ କରିବା ପାଇଁ ଉଚିତ ହୋଇନଥାଏ । ଏମିତି କରିବା ଦ୍ୱାରା ରାହୁ, କେତୁ ଆପଣଙ୍କ ଘରେ ପ୍ରବେଶ କରିଥାଏ । ଏବଂ ଘରେ ଦରିଦ୍ରତା ଦେଖାଦେଇଥାଏ ।

ଗୁରୁବାର ଦିନ ଘରେ କେବେ ମଧ୍ୟ ପୋଛା ଲଗାନ୍ତୁ ନାହିଁ । ଏମିତି କରିବା ଦ୍ୱାରା ମାତା ଲକ୍ଷ୍ମୀ ଘରୁ ପଳାଇଥାନ୍ତି । ଏବଂ ଆପଣଙ୍କୁ ଦରିଦ୍ରତାର ଶିକାର ହେବାକୁ ପଡ଼ିଥାଏ । ଏମିତି ଭୁଲ କେବେ ବି କରନ୍ତୁ ନାହିଁ ।

କୌଣସି ପଶୁ କୁ କେବେ ମଧ୍ୟ ଝାଡୁ ରେ ମାରନ୍ତୁ ନାହିଁ । ଶାସ୍ତ୍ର ଅନୁସାରେ ଏହା ବହୁତ ଅଶୁଭ ହୋଇଥାଏ । ଏମିତି କରିବା ଦ୍ୱାରା ମାତା ଲକ୍ଷ୍ମୀ ରାଗିଯାଇଥାନ୍ତି ଏବଂ ଆପଣଙ୍କ ଉପରେ ତାଙ୍କର କୃପା ରହିନଥାଏ ।

ମହାଲକ୍ଷ୍ମୀ ସଫା ସୁତୁରା ଘରେ ରହିବାକୁ ପସନ୍ଦ କରିଥାନ୍ତି । ତେବେ ମାତା ଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ କମ୍ମେନ୍ଟରେ ଲେଖନ୍ତୁ ଜୟ ମା ଲକ୍ଷ୍ମୀ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।