ସୁନ୍ଦରା କାଣ୍ଡର ଏହି 1 ଚୌପାଇ ଶୋଇବା ପୂର୍ବରୁ ଜପି ଦିଅନ୍ତୁ 3 ଥର, ସବୁ ସମସ୍ୟା ହେବ ଦୁର 30 ସେକେଣ୍ଡରେ ଦେଖିବେ ଚମତ୍କାର

ସୁନ୍ଦରା କାଣ୍ଡରେ କୁହାଯାଇଥିବା ହନୁମାନଙ୍କର ଏହି ମନ୍ତ୍ରକୁ ଜପିବା ମାତ୍ରେ ଐଶ୍ୱର୍ଯ୍ୟ ପ୍ରାପ୍ତି ହେବା ସହ ଧନସମ୍ପତ୍ତିରେ ଶୁଖି ସମ୍ପନ୍ନ ଜୀବନ କଟିବ । ଏହି ମନ୍ତ୍ର ଏତେ ଶକ୍ତିଶାଳୀ ହୋଇଥାଏ ଯେ, ଏହି ମନ୍ତ୍ରର ପ୍ରଭାବରେ ଘରେ ବହୁତ ମଙ୍ଗଳ ହୋଇଥାଏ । ମଙ୍ଗଳବାର ଦିନଟି ହନୁମାନଙ୍କର ହୋଇଥାଏ । ହନୁମାନ ଭଗବାନ ଶିବଙ୍କର ଏକାଦଶ ଅବତାର ହୋଇଥାଆନ୍ତି । ହନୁମାନଙ୍କୁ କଳିଯୁଗରେ ସବୁଠାରୁ ସକ୍ରିୟ ଦେବତା ବୋଲି କୁହାଯାଇଥାଏ ।

ହନୁମାନ ଅନ୍ୟଦେଵତାଙ୍କ ଠାରୁ ଶୀଘ୍ର ପ୍ରସନ୍ନ ହୋଇଥାଆନ୍ତି । କଳି ଯୁଗରେ ଯେଉଁଠାରେ ପ୍ରଭୁ ଶ୍ରୀ ରାମଙ୍କ ନାମ ନିଆଯାଏ ସେଠାରେ ପ୍ରଭୁ ହନୁମାନ ଶୀଘ୍ର ପହଞ୍ଚି ଯାଇଥାନ୍ତି । ମଙ୍ଗଳବାର ଦିନ ହନୁମାନ ଜନ୍ମ ହୋଇଥିଲେ, ତେଣୁ ମଙ୍ଗଳବାରକୁ ହନୁମାନଙ୍କ ବାର ବୋଲି କୁହାଯାଏ ।

ହନୁମାନଙ୍କ ସ୍ମରଣ ମାତ୍ରକେ ସଙ୍କଟ କଟିଯାଇଥାଏ । ସଂକଟକୁ ଦୁରେଇ ଦେବାପାଇଁ ଆପଣ ଏହି ସୁନ୍ଦରା କାଣ୍ଡର ମନ୍ତ୍ରକୁ ଜପ କରନ୍ତୁ । ସେହି ମନ୍ତ୍ରଟି ହେଲା:

” ପ୍ରବେସି ନଗର କିଜେ ସବ କାଜା

ହୃଦୟ ରାଖୀ କୋଶଲ ପୁର ରାଜା।।

ଗରଲ ସୁଧା ରିପୁ କରହି ମିଟାଇ

ଗୋପଦ ସିନ୍ଧୁ ଅନଲ ସିତଲାଇ ” ।

ଏହି ମନ୍ତ୍ରକୁ ଆପଣ ତିନି ଥର ଜପ କରି ଆପଣଙ୍କ ସବୁ ମନସ୍କାମନା କହିଦିଅନ୍ତୁ । ଏହା ଦ୍ୱାରା ଆପଣ ସବୁ ସଙ୍କଟରୁ ଉଦ୍ଧାର ପାଇବେ । ଏହି ମନ୍ତ୍ରକୁ ତିନି ଥର ଜପିବାଦ୍ୱାରା ଆପଣଙ୍କ ମନରେ ଏକ ସକାରାତ୍ମକ ଉର୍ଜାର ଆଗମନ ହୋଇଥାଏ । ସୋଇଲାବେଳେ ଏହି ମନ୍ତ୍ରକୁ ଜପ କରି ସୋଇଲେ ରାତିରେ କୌଣସି ନକାରାତ୍ମକ ଶକ୍ତି ଆପଣଙ୍କ ପାଖକୁ ଆସିବେନି ଓ ଆପଣ ମଧ୍ୟ ଶାନ୍ତିରେ ସୋଇବେ ।

ଏହି ମନ୍ତ୍ରକୁ ଶୋଇଲା ପୂର୍ବରୁ ସିଦ୍ଧଚିତ୍ତ ହୋଇ, ଭଲ ଭାବରେ ଗୋଡ଼ ହାତ ଧୋଇ, କାହା ସହିତ କଳି ଝଗଡା ନକରି, ମନରେ କୌଣସି ଖରାପ ଭାବନା ନ ଆଣି ଏହି ମନ୍ତ୍ରକୁ ପ୍ରତ୍ୟକ ମଙ୍ଗଳବାର ରାତିରେ ତିନି ଥର ଜପ କରନ୍ତୁ । ଦେଖିବେ ଆପଣଙ୍କ ମନ ପ୍ରଫୁଲ୍ଲ ରହିବା ସହ ଆପଣଙ୍କ ଜୀବନ ମଧ୍ୟ ସୁଖ ଶାନ୍ତିରେ କଟିବ ଓ ଆପଣଙ୍କ ଘର ଧନ ଧ୍ୟାନ୍ୟରେ ପୁରିଯିବ । କୌଣସି କାର୍ଯ୍ୟ କରିବା ପୂର୍ବରୁ ଆପଣ ଏହି ମନ୍ତ୍ର କୁ ଜପିବା ଦ୍ୱାରା ଆପଣଙ୍କ କାର୍ଯ୍ୟ ସଫଳ ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।