ସମସ୍ତଙ୍କୁ ହସାଉଥିବା ରାଜପାଲ ଯାଦବ ତିହାଡ ଜେଲରେ ଭୋଗୁଛନ୍ତି କାରାଦଣ୍ଡ, ସେଠି ମଧ୍ୟ କରୁଛନ୍ତି ସମସ୍ତଙ୍କର ମନୋରଞ୍ଜନ

ବଲିଉଡରେ ବହୁତ ଏମିତି ତାରକା ଅଛନ୍ତି ଯେଉଁମାନେ ଜେଲ ଯାଇସାରିଛନ୍ତି । ଏଥିରେ ବଡ ବଡ ଅଭିନେତା ମାନଙ୍କର ନାମ ମଧ୍ୟ ସାମିଲ ଅଛି । କିଛି ଦିନ ପୂର୍ବରୁ ଖବର ଆସିଥିଲା କି ଫିଲ୍ମ ଇଣ୍ଡଷ୍ଟ୍ରିର କମେଡି କିଙ୍ଗ କୁହାଯାଉଥିବା ଅଭିନେତା ରାଜପାଲ ଯାଦବଙ୍କୁ ଫ୍ରଡ୍ କେସ ରେ ଗିରଫ କରାଯାଇଛି । ଏବେ ଖବର ଅଛି କି ସେ ତିହାଡ ଜେଲରେ ସଜା କାଟୁଛନ୍ତି ଓ ନିଜ ପାଖା ପାଖି ରହୁଥିବା ସାଥୀଙ୍କୁ ହସାଉଛନ୍ତି ।

ଫିଲ୍ମୀରେ ହସଉଥିବା ରାଜପାଲ ଯାଦବ ଅସଲ ଜୀବନରେ ମଧ୍ୟ ସମସ୍ତଙ୍କୁ ଖୁସି ରଖିବାକୁ ଚାହୁଁଛନ୍ତି । ବାସ ପରିସ୍ଥିତି କିଛି ଏମିତି କରିଦେଲା କି ତାଙ୍କୁ ଜେଲକୁ ଯିବାକୁ ପଡିଲା ଓ ସମସ୍ତଙ୍କୁ ହସଉଥିବା ରାଜପାଲ ଯାଦବ ତିହାଡ ଜେଲରେ ଦଣ୍ଡ ଭୋଗୁଛନ୍ତି କିନ୍ତୁ ନିଜର କଳା ମଧ୍ୟ ସେଠାରେ ଦେଖେଇବାକୁ ଆରମ୍ଭ କରିଦେଇଛନ୍ତି ସେ । ଜେଲ ଭିତରେ ତାଙ୍କର ଏକ ବିଶେଷ ସମାବେଶ ହେଉଛି ଯାହା ବହୁତ ରୋମାଞ୍ଚକ ମଧ୍ୟ ।

ଅଭିନେତା ରାଜପାଲ ଯାଦବଙ୍କୁ ୫ କୋଟି ଲୋନର ଚେକ ବାଉଁସର କେସରେ ଦିଲ୍ଲୀ ହାଇକୋର୍ଟ ୩ ମାସ ପାଇଁ ଦଣ୍ଡ ଶୁଣାଇଥିଲେ । ଏବେ ତିହାଡ ଜେଲରେ ରାଜପାଲ ଯାଦବ ଦଣ୍ଡ କାଟୁଛନ୍ତି ତା ସହିତ ନିଜ ସାଥିମାନଙ୍କର ମନୋରଞ୍ଜନ ମଧ୍ୟ କରୁଛନ୍ତି । ଖବର ଅନୁସାରେ ଏହି ଶୁକ୍ରବାରକୁ କଏଦୀ ନ॰ 252 ଅର୍ଥାତ ରାଜପାଲ ଯାଦବ ଜେଲର ମଞ୍ଚରେ କବି ସମ୍ମିଳନୀର କାର୍ଯ୍ୟକ୍ରମ କରିଥିଲେ ଓ କମେଡି ଆକ୍ଟ ମଧ୍ୟ କରିଥିଲେ ଯାହା ସବୁ କଏଦୀମାନଙ୍କୁ ହସିବାକୁ ବାଧ୍ୟ କରିଥିଲା।
ଆପଣଙ୍କୁ ଜଣାଇ ଦେଉଛୁ କି ଏହି ମାମଲା ଫିଲ୍ମ ଅତା ପତା ଲାପତା ସହିତ ସମ୍ପୃକ୍ତ ଅଛି ଯାହାର ନିର୍ମାତା ରାଜପାଲ ଯାଦବ ଅଟନ୍ତି ।

ଏହି ଫିଲ୍ମୀ ପାଇଁ ରାଜପାଲ ଯାଦବ ଦିଲ୍ଲୀର ଏକ ବ୍ୟବସାୟୀଙ୍କ ଠାରୁ ୫ କୋଟି ଟଙ୍କା ନେଇଥିଲେ ଓ ଏହି ଫିଲ୍ମୀ ଟି ରିଲିଜ ପୂର୍ବରୁ ହିଁ ଥଣ୍ଡା ପଡିଗଲା ଓ ରାଜପାଲ ସେହି ଟଙ୍କା ସେହି ଲୋକ ଜଣଙ୍କୁ ଫେରାଇ ପାରିଲେ ନାହିଁ । ଏହି ମାମଲା କାରଣରୁ ସେହି ବ୍ୟାପାରୀ ଜଣଙ୍କ ରାଜପାଲ ଯାଦବ, ତାଙ୍କର ପତ୍ନୀ ଓ ତାଙ୍କର କମ୍ପାନୀ ବିରୁଦ୍ଧରେ ମାମଲା ରୁଜ୍ଜୁ କରିଥିଲେ ।

ଫିଲ୍ମୀରେ ରାଜପାଲ ଯାଦବ ସବୁବେଳେ କିଛି ଅଲଗା କରିବା କାରଣରୁ ସମସ୍ତେ ତାଙ୍କୁ ଜାଣନ୍ତି । ସେ ବଲିଉଡରେ ଚୁପ ଚୁପକେ , ଢୋଲ, ଭୁଲ ଭୁଲେୟା , ଖଟା ମିଠା , କୁସ୍ତି, ମାଲାମାଲ ୱିକିଲି, ହଙ୍ଗାମା, ମେ ମେରି ପତ୍ନୀ ଅର ବୋ , ଫିର ହେରା ଫେରି , ଭୂତନାଥ , ଭାଗମ ଭାଗ , ବିଲ୍ଲୁ , ଜୁଡବା ୨ ଭଳି ପ୍ରସିଦ୍ଧ ଫିଲ୍ମରେ କାମ କରି ସାରିଛନ୍ତି ।