ଆପଣ ଯେଉଁ କ୍ଷୀର ପିଉଛନ୍ତି ସେ ମିଶ୍ରିତ ନୁହେଁ ତ? ଏହି 7ଟି ସରଳ ଟିପ୍ସ ଦ୍ଵାରା ଜାଣନ୍ତୁ ଏହା ସ୍ୱଚ୍ଛ ନା ମିଶ୍ରିତ

କ୍ୟାଲସିୟମ କମ ଥିବାରୁ ଡାକ୍ତର ମାନେ କ୍ଷୀର ପିଇବା ପାଇଁ କହିଥାନ୍ତି କିନ୍ତୁ ଆଜିକାଲି କ୍ଷୀରରେ ଏମିତି ଜିନିଷ ମିଶୁଛି ଯାହାକୁ ଆମେ ସବୁଦିନ ପିଇ ଥାଉ କିନ୍ତୁ ତାହା ଆମ ଶରୀରରେ କିଛି କାମ କରେ ନାହିଁ । ଏହା ସେତେବେଳେ ହୋଇଥାଏ ଯେତେବେଳେ କ୍ଷୀରକୁ ତିଆରି କରିବା ସମୟରେ କିଛି ନା କିଛି ସେଥିରେ ମିଶାଇ ଦିଅନ୍ତି ଏବଂ ତାହା ଦେଖିବାକୁ ଧଳା ହୋଇଥାଏ ଏବଂ ଆମେ ଏହାକୁ ପିଇ ଦେଉ ।

କ୍ଷୀରକୁ ପିଲାମାନଙ୍କ ଠାରୁ ଆରମ୍ଭ କରି ବୁଢାଲୋକମାନେ ସମସ୍ତେ ପିଇଥାନ୍ତି । କିନ୍ତୁ ଏହା ଆମ ଶରୀର ପାଇଁ ହାନିକାରକ ଅଟେ । ଆପଣ ଯେଉଁ କ୍ଷୀର ପିଉଛନ୍ତି ସେଥିରେ କିଛି ପ୍ରକାରର ଜିନିଷ ମିଶୁଛି କି ନାହିଁ ତାହକୁ ଜାଣିବା ପାଇଁ, ଶୀଘ୍ର ସେହି କ୍ଷୀରକୁ ପରୀକ୍ଷା କରନ୍ତୁ ।

ଆପଣ ଯେଉଁ କ୍ଷୀର ପିଉଛନ୍ତି ସେଥିରେ କିଛି ଜିନିଷ ମିଶି ନାହିଁ ତ ?

୧. ଯଦି ଆପଣଙ୍କୁ ଜାଣିବାର ଅଛି କି ଆପଣଙ୍କ ଘରେ ଆସୁଥିବା କ୍ଷୀରରେ ପାଣି ମିଶିଛି କି ନାହିଁ ତେବ ଆପଣ ପ୍ରଥମେ କୌଣସି ପଥର କିମ୍ବା କାଠରେ କ୍ଷୀରର କିଛି ବୁନ୍ଦା ପକାନ୍ତୁ ଏବଂ କ୍ଷୀରଟି ତଳକୁ ପଡିଯିବ ଏବଂ ଏହା ପରେ ଦେଖିବେ ଯଦି ସେହି ପଥର ଉପରେ ଧଳା ଚିହ୍ନ ହେଇଯାଇଛି ତେବେ ସେହି କ୍ଷୀରରରେ ପାଣି ମିଶି ନାହିଁ ।

୨. କ୍ଷୀରରେ ଡିଟର୍ଜେଂଟ ମିଶିଛି କି ନାହିଁ ଜାଣିବା ପାଇଁ କ୍ଷୀରକୁ ଗୋଟିଏ ବୋତଲରେ ଢାଳି ଅଳ୍ପ ହଲାଇ ଦିଅନ୍ତୁ, ଯଦି କ୍ଷୀରରେ ଫେଣ ବାହାରୁଛି ତେବ ଜାଣିନିଅନ୍ତୁ କ୍ଷୀରରେ ଡିଟର୍ଜେଂଟ ମିଶିଛି ।

୩. କେବେ କେବେ କ୍ଷୀରକୁ ଗାଢା କରିବା ପାଇଁ ସେଥିରେ ସାବୁନ ମିଶା ଯାଇଥାଏ । ଏହାକୁ ଆପଣ ଶୁଙ୍ଘିକରି ଜାଣିପାରିବେ । ଯଦି ସେଥିରୁ ସାବୁନର ଗନ୍ଧ ଆସିବ ତେବେ ତାହା ନକଲି ଅଟେ କିନ୍ତୁ ସେଥିରୁ ଯଦି କ୍ଷୀରର ଗନ୍ଧ ଆସିବ ତେବା ତାହା ଅସଲି ଅଟେ ।

୪. କ୍ଷୀରକୁ ଆପଣ ଦୁଇ ହାତରେ ନେଇ ରଗଡିକରି ଦେଖି ନିଅନ୍ତୁ । ଯଦି ହାତ ଚିଟା ଚିଟା ଲାଗେ ତେବେ ତାହା ଅସଲି ଅଟେ କିନ୍ତୁ ଯଦି ହାତ ଚିଟା ଚିଟା ଲାଗେ ନାହିଁ ତେବ ତାହା ନକଲି ଅଟେ ।

୫. କ୍ଷୀରକୁ ବହୁତ ସମୟ ରଖିବା ପରେ କ୍ଷୀରର ରଙ୍ଗ ବଦଳେ ନାହିଁ । କିନ୍ତୁ ଯଦି କ୍ଷୀର ନକଲି ଥିବ ତେବେ ତାହାର ରଙ୍ଗ ବଦଳି ଯାଇ ହଳଦିଆ ରଙ୍ଗ ହୋଇଯିବ ।

୬. ସିଂଥେଟିକ କ୍ଷୀରରେ ୟୁରିୟା ମିଶି ଥାଏ ଏବଂ ଏହାକୁ ଗରମ କରି ରଖିବା ଦ୍ଵାରା ତାହ ଗାଢା ଏବଂ ହଳଦିଆ ରଙ୍ଗ ହୋଇଯାଇଥାଏ । ସେହି କ୍ଷୀର ଆମ ଶରୀର ପାଇଁ ହାନିକାରକ ଅଟେ ।

୭. ଆପଣ ଯେଉଁ କ୍ଷୀର ପିଉଛନ୍ତି ଯଦି ତାହା ଅଳ୍ପ ମିଠା ଲାଗିବ ତେବ ତାହା ଅସଲି କ୍ଷୀର ଅଟେ । କିନ୍ତୁ ଯଦି କ୍ଷୀରର ସ୍ଵାଦ କଡା ଲାଗିବ କିମ୍ବା କିଛି ଲାଗିବ ନାହିଁ ତେବେ ସେହି କ୍ଷୀର ନକଲି ଅଟେ ।

ଆଶା କରୁଛୁ ଆପଣଙ୍କୁ ଏହି ସ୍ୱାସ୍ଥ୍ୟ ଟିପ୍ସ ନିଶ୍ଚୟ ସାହାଯ୍ୟ କରିବ। ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ ଏବଂ କମେନ୍ଟ କରି ଆପଣଙ୍କ ମତାମତ ନିଶ୍ଚୟ ଦିଅନ୍ତୁ ।