ଗୋଟେ ଝିଅର କାହାଣୀ ଯାହାର ଜୀବନ ତାର ଭାଇ ବର୍ବାଦ କରିଦେଇଥିଲା ଏବଂ ତାର ପ୍ରେମିକ ପୁଣି ସଜାଡି ଦେଲା – ଦେଖନ୍ତୁ ପୁରା ଘଟଣା

ଆପଣ ଫିଲ୍ମୀ ବିବାହ ଦେଖିଥିବେ ? ସେହି ଫିଲ୍ମୀ ଯେଉଁଥିରେ ପୁନମର ଶରୀର ବିବାହର ଗୋଟିଏ ଦିନ ପୂର୍ବରୁ ଜଳିଯାଏ ଓ ତାର ବିବାହ ଅଟକିଯାଏ । ଏହା ପରେ ପ୍ରେମ୍ ସେଠାକୁ ଆସେ ଓ ତାର ଜଳିଯାଇଥିବା ଚେହେରାକୁ ନ ଦେଖି ତା ମଥାରେ ସିନ୍ଦୁର ଦିଏ ଓ କହେ କି ମେରା ପ୍ୟାର ଇସ ପରୀକ୍ଷାକା ମୋହତାଜ ନେହିଁ ହେ । ଏହି ଫିଲ୍ମୀ ଦେଖିବା ପରେ ଆପଣ ଭାବିଥିବେ କି ଏହା କେବଳ ଫିଲ୍ମୀରେ ହୋଇଥାଏ । ପ୍ରକୃତ ଜୀବନରେ ଯଦି ଝିଅର ଚେହେରାରେ ହଲ୍କା ଦାଗ ଟିକେ ଦେଖାଯାଏ ତ ଲୋକ ବିବାହ ଭାଙ୍ଗି ଚାଲିଯାନ୍ତି ତ ଜଳି ଯାଇଥିବା ଝିଅକୁ କିଏ ବିବାହ କରିବ , କିନ୍ତୁ ଏମିତି ହୋଇଛି । ଗୋଟିଏ ଏମିତିକା ବନ୍ଧନ ସତରେ ହୋଇଛି ଯାହାକୁ ଜାଣି ଆପଣ ମଧ୍ୟ ବିଶ୍ଵାସ କରିବେ ନାହିଁ । ପ୍ରେମ ସତ ଅଟେ ଓ ଏହାର କାହାଣୀ ସେହି ଝିଅ ନିଜେ ଜଣାଇଛି ।

ଗୋଟିଏ ସାଧାରଣ ଝିଅ ଲଳିତା କହିଥିଲା କି ୨୦୧୨ ରେ ସେ ତାର ଦାଦା ପୁଅ ଭାଇର ବିବାହରେ ଯାଇଥିଲା। ଏହି ବିବାହରେ ସେ ଗୋଟିଏ ଦିନ ନିଜ ଛୋଟ ଭାଇ ଓ ଦାଦା ପୁଅଙ୍କୁ ଲଢୁଥିବାର ଦେଖିଲା । ଲଢେଇ ଏତେ ବଢିଗଲା କି ଲଳିତା କୁ ମଝିରେ ପଶିବାକୁ ପଡିଲା । ସେ ଦୁଇ ଜଣଙ୍କୁ ବୁଝାଉଥିଲା କିନ୍ତୁ କେହି ଶାନ୍ତ ହେଉ ନଥିଲେ । ଲଳିତା ରାଗି ଯାଇ ଦୁଇ ଜଣଙ୍କୁ ଗୋଟିଏ ଗୋଟିଏ ଜାବୁଡା ଲଗାଇଥିଲା। ସେଇଠି ଝଗଡା ବନ୍ଦ ହୋଇଯାଇଥିଲା ଓ ବିବାହ ମଧ୍ୟ ଭଲରେ ହୋଇଯାଇଥିଲା ।

ଲଳିତା କହିଥିଲା କି ସେହି ବିବାହର ଠିକ ୫ ମାସ ପରେ ମୋର ବିବାହ ହେବାର ଥିଲା । ବିବାହର ଠିକ ୧୫ ଦିନ ପୂର୍ବରୁ ମୋର ସେହି ଦାଦା ପୁଅ ଭାଇ ମୋ ଉପରେ ଏସିଡ ଫୋପଡିଥିଲା ଓ ଏହି ଏସିଡ ସେହି ଜାବୁଡାର ପ୍ରତିଶୋଧ ଥିଲା। ମୁଁ ଚିଲାଉଥିଲି, ପରିବାର ଲୋକ ମୋତେ ହସ୍ପିଟାଲ ନେଇଗଲେ । ମାସ ମାସ ଧରି ମୋତେ ହସ୍ପିଟାଲରେ ରହିବାକୁ ପଡିଲା ।

ଲଳିତାର ଜୀବନ ବଦଳିଯାଇଥିଲା କିନ୍ତୁ ସେଥିରେ ଏକ ନୂଆ ମୋଡ ଆସିଥିଲା । ଲଳିତା ଦିନେ ଗୋଟିଏ ଫୋନ ଲଗାଉଥିବା ସମୟରେ ଗୋଟିଏ ରଙ୍ଗ ନମ୍ବର ଲାଗିଯାଇଥିଲା । କିଛି ଦିନ ବିତିଗଲା ସେ ସେହି ରଙ୍ଗ ନମ୍ବର କଥା ବି ଭୁଲିଗଲା। କିଛି ଦିନ ପରେ ଗୋଟିଏ କଲ ଆସିଲା। ସେ ସେହି ରଙ୍ଗ ନମ୍ବର ଥିଲା ଯାହା ସହିତ ସେ କଥା ହୋଇଥିଲା । ଲଳିତା କହିଥିଲା କି ସେ ପ୍ରତିଦିନ ମୋତେ ଫୋନ କରି କଥା ହେବାକୁ ଲାଗିଲା । ଯେତେବେଳେ ମୋତେ ଲାଗିଲା କି ସେ ମୋତେ ପସନ୍ଦ କରୁଛି ମୁ ସତ କହିବାକୁ ଠିକ ଭାବିଲି । ମୁ ତାକୁ ସତ କଥା କହିଦେଲି କି ମୋ ଚେହେରା ଜଳି ଯାଇଛି ଓ ମୋତେ ଜମା ଖରାପ ଲାଗିବନି ଯଦି ସେ ମୋସହିତ କଥା ନ ହୁଏ । ସବୁ କହିସାରି ମୁଁ ଫୋନ ରଖିଦେଲି ।

ତା ପର ଦିନ ସକାଳେ ସେ ଫୋନ କଲା ଓ କିଛି ଦିନ ପରେ ସେ ମୋତେ ଭଲ ପାଉଛି ବୋଲି କହିଥିଲା । ମୁ ତାକୁ ବୁଝାଇଥିଲି କି ଚେହେରା ନ ଦେଖି ତୁମେ ମୋତେ ଭଲ ପାଉଛ କିନ୍ତୁ ଚେହେରା ଦେଖିବା ପରେ ତୁମେ ମୋତେ ଭଲ ପାଇପାରିବ ତ ? ତ ଉତ୍ତରରେ ସେ ମୋତେ କହିଥିଲା କି ସେ ମୋତେ ଭଲପାଏ ମୋ ଚେହେରାକୁ ନୁହେଁ । ଏମିତି ବହୁତ ସମ୍ପର୍କ ଅଛି ଯିଏ ସୁନ୍ଦର ଚେହେରା ଦେଖି ହୋଇଥାଏ ଓ କିଛି ଦିନ ପରେ ଭାଙ୍ଗିଯାଇଥାଏ । ମୁ ବି ତାକୁ ହଁ କହିଦେଲି । ଏହା ପରେ ଆମର ବିବାହ ହୋଇଗଲା । ଏବେ ସେହି ଭଲପାଇବାରେ ମୋର ସବୁ କଷ୍ଟ ଓ ଯନ୍ତ୍ରଣା ଭଲ ହୋଇଯାଇଛି ।