ଭାରତକୁ ନାଲି ଆଖି ଦେଖାଉଛି ଚୀନ, ପଛକୁ ନ ହଟିଲେ ଆରମ୍ଭ କରିବ ଯୁଦ୍ଧ

ଭାରତକୁ ପୁଣି ନାଲି ଆଖି ଦେଖାଉଛି ଚୀନ । ବର୍ତ୍ତମାନ ସୀମାରେ ୧୯୬୨ ମସିହା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ପ୍ରକାଶ କରିଛି ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ । ଚୀନ ଭାରତକୁ ଧମକ ଦେଉଛି ଯଦି ଭାରତ ପଛକୁ ନ ହଟେ ତେବେ ପିଏଲଏ ମାଧ୍ୟରେ ଭାରତକୁ ପଛକୁ ହଟାଇ ଦିଆଯିବ । ଏଥିପାଇଁ ଲଦାଖରେ ଭାରତୀୟ ସେନା ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଭାରତର ଶକ୍ତି କୁ ମାପିବା ପରେ ଚୀନ ଏଭଳି କିଛି ଧମକ ଦେଉଛି ଭାରତକୁ ।

ଏଥିପାଇଁ ଚୀନ ର ଏକ ନ୍ଯୁଜ ଏଜେନ୍ସି ଏକ ପ୍ରୋପାଗଣ୍ଡା ଭିଡିଓ ଜାରି କରିଛି । ଯେଉଁଥିରେ ଭାରତକୁ ଭୟଭୀତ କରିବାର ଉଦ୍ୟମ କରା ଯାଉଛି । ଏହି ଭିଡିଓ ରେ ଚୀନ ନିଜ ସେନାର ସାମର୍ଥ୍ୟ କୁ ଦର୍ଶାଉଛି ଓ ଭାରତକୁ ଭୟଭୀତ କରିବାକୁ ଚେଷ୍ଟା କରୁଛି । ତେବେ ଗ୍ଲୋବାଲ ଟାଇମ୍ସ କହିଛି କି ଏହି ଲମ୍ବା ଅଭିଯାନ ପାଇଁ ପିଏଲଏ କୁ ପ୍ରସ୍ତୁତି ଆରମ୍ଭ କରିବାକୁ ହେବ ।

ଶୀତଦିନେ ଏହି ଅଭିଯାନ କୁ ଜାରି ରଖାଯିବ ବୋଲି ସୂଚନା ମିଳିଛି । ତେବେ ଏହା ପରେ ଗ୍ଲୋବାଲ ଟାଇମ୍ସ ଉଲ୍ଲେଖ କରିଛି କି ଭାରତ ସୀମାରେ କମ୍ ପ୍ରସ୍ତୁତି ରଖିବା ନେଇ ୧୯୯୩ ଓ ୧୯୯୬ ର ଚୁକ୍ତି ଉଲ୍ଲଂଘନ କରୁଛି। ଶୀତଦିନ ହୋଇଥିବାରୁ ଭାରତ ଏଥିପାଇଁ ବହୁତ ଚାପର ସାମ୍ନା କରୁଛି ।

କାରଣ ଏଥିପାଇଁ ଲଜିଷ୍ଟିକ ଖର୍ଚ୍ଚ ବହୁତ ଅଧିକ ଅଟେ, ଯେଉଁ କାରଣରୁ ଭାରତ ଆର୍ଥିକ ମାନ୍ଦାବସ୍ଥା ର ଶିକାର ହୋଇଛି । ତେବେ ଗ୍ଲୋବାଲ ଟାଇମ୍ସ ର ଏପରି ଲେଖାକୁ ଦେଖି ଭାରତୀୟ ନେତାମାନେ ଭାବୁଛନ୍ତି ଗ୍ଲୋବାଲ ଟାଇମ୍ସ କହୁଛି ଚୀନ ବିରୁଦ୍ଧରେ ଯୁଦ୍ଧ କରିବାକୁ ସେମାନେ ସକ୍ଷମ ନୁହନ୍ତି । ଖବର ଅନୁସାରେ ଭାରତୀୟ ସୀମାରେ ଗତକାଲି ଠାରୁ ଭାରତୀୟ ସେନା ନିଜର ପ୍ରସ୍ତୁତି ଆରମ୍ଭ କରି ସାରିଲେଣି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।