କରୋନା ଟୀକାକୁ ନେଇ ଡାକ୍ତର ମାନେ ଦେଲେ ବଡ଼ ଚେତାବନୀ, କହିଲେ ଏହି ଜିନିଷ ଠାରୁ ଦୂରେଇ ରୁହ

କରୋନା ଟୀକା ଏ ଯାଏ ଭାରତରେ ସଫଳ ପରୀକ୍ଷଣ ହୋଇ ପାରିନାହିଁ । ରୁଷ ଅନୁସାରେ ସେ ଏହାର ସଫଳ ନିର୍ମାଣ କରି ସାରିଛି । ଭାରତ ସମେତ ସମଗ୍ର ବିଶ୍ୱ କରୋନୋଭାଇରସ୍ ଟିକାକୁ ଅପେକ୍ଷା କରିଛି । ରୁଷ ଦାବି କରିଛି ଯେ ସେମାନେ କରୋନାଭାଇରସ୍ ପାଇଁ ଏକ ଟିକା ତିଆରି କରିଛନ୍ତି, କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମେତ ଅନେକ ଦେଶ ଏହି ଔଷଧ ଉପରେ ପ୍ରଶ୍ନ ଉଠାଉଛନ୍ତି । ଭାରତ ଔଷଧ ତିଆରି କରିବାକୁ ନିକଟତର ହେଉଛି । ଖୁବ ଶୀଘ୍ର ଭାରତ ଏହାକୁ ବନେଇବାରେ ସକ୍ଷମ ହେବ ବୋଲି ଆଶା ବ୍ୟକ୍ତ କରାଯାଉଛି ।

ଚଳିତ ବର୍ଷ ଶେଷ ସୁଦ୍ଧା ଭାରତ ଟିକା ପାଇବ ବୋଲି ଦାବି କରାଯାଉଛି । ତେବେ ସେପ୍ଟେମ୍ବର ସୁଦ୍ଧା କରୋନାଭାଇରସ୍ ବିଲୋପ ହେବ ବୋଲି ସୋସିଆଲ ମିଡିଆରେ ଦାବି କରାଯାଉଛି । ବିଶେଷଜ୍ଞମାନେ ଏ ବିଷୟରେ କଣ କହୁଛନ୍ତି ଆସନ୍ତୁ ଜାଣିବା । ଦିଲ୍ଲୀର AIIMS ଡାକ୍ତର ନୀରଜ ନିଶାଲ କହିଛନ୍ତି, ‘କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମର ଖବରକୁ ବିଶ୍ୱାସ କର ନାହିଁ । ଯଦି କାହାକୁ କୌଣସି ସୂଚନା ଦରକାର ହୁଏ, ତେବେ ସରକାରୀ ପୋର୍ଟାଲକୁ ଯାଆନ୍ତୁ ।

ସଠିକ୍ ସୂଚନା AIIMS, ICMR, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟରେ ଉପଲବ୍ଧ । ପ୍ରସାର ଭାରତର ଯେ କୌଣସି ପ୍ଲାଟଫର୍ମରେ ଆପଣ ନିର୍ଭରଯୋଗ୍ୟ ସୂଚନା ପାଇପାରିବେ । ଜୀବାଣୁ କେବେ ଶେଷ ହେବ ତାହା କେହି ସମ୍ପୂର୍ଣ୍ଣ ଭାବେ ନିଶ୍ଚିତ କରି ନାହାଁନ୍ତି । କୋଭିଡ ସ୍ପେସାଲିଷ୍ଟ ଡାକ୍ତର ନୀରଜ ନିଶାଲ କୁହନ୍ତି, ‘ସମସ୍ତେ ଔଷଧକୁ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ଔଷଧ ଆସିବା ପରେ ଆପଣ ଜାଣିବେ ଏହା କେତେ ପ୍ରଭାବଶାଳୀ ହେବ ।

ଏହା ନୁହେଁ… ଯେ ଆମେ ଏହି ଟୀକା ଦ୍ୱାରା କରୋନା ରୋଗ କୁ ସମ୍ପୂର୍ଣ୍ଣ ଭଲ କରି ପାରିବା । ହଁ ଆମେ କରୋନା ଠାରୁ କିଛି ପରିମାଣରେ ନିଜକୁ ରକ୍ଷା କରି ପାରିବା । କିନ୍ତୁ ସଂକ୍ରମଣ କୁ ସମ୍ପୂର୍ଣ୍ଣ ରୋକି ପାରିବା ନାହିଁ । ଏହି ରୋଗକୁ ଟିକା ଦ୍ୱାରା ନିୟନ୍ତ୍ରଣ କରାଯାଇପାରିବ । ଡାକ୍ତର ନୀରଜ ନିଶାଲଙ୍କ ଅନୁଯାୟୀ, ‘ଭାଇରସରୁ ସୁସ୍ଥ ହେବା ପରେ ଲୋକଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଉଛି ।

ଗୁରୁତର ସଂକ୍ରମିତ ଲୋକଙ୍କ ଫୁସଫୁସ ସଂକ୍ରମଣ ଉପରେ ଏତେ ଟା ପ୍ରଭାବ ପଡୁନାହିଁ । ଟୀକା ଆସିବା ପରେ କରୋନା ପ୍ରଭାବ ବହୁତ କମିଯିବ ଏଥିରେ କୌଣସି ସନ୍ଦେହ ନାହିଁ । ଅନେକ ଲୋକ ସୁସ୍ଥ ହେବା ପରେ ମଧ୍ୟ କିଛି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏହିପରି ଲୋକମାନେ କେତେ ଦିନ ରେ ସୁସ୍ଥ ହେବେ, ଏହା କେବଳ 6 ମାସ କିମ୍ବା ଏକ ବର୍ଷ ପରେ ଜଣା ପଡିବ ।

ଏଥିସହ କିଛି ରୋଗୀ ମାନଙ୍କର, COVID ୱାର୍ଡରେ ଅନେକ ଦିନ ରହିବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ମଧ୍ୟ ପ୍ରଭାବିତ ହୋଇଥିଲା, ଲୋକମାନେ ଏଥିରୁ ମୁକ୍ତି ପାଇବାକୁ ସମୟ ନେବେ । ତେବେ ଆଶା କରାଯାଉଛି ଭାରତରେ ଫେବ୍ରୁଆରୀ ମାସ ସୁଦ୍ଧା ନୂତନ କରୋନା ଟୀକାକରଣ ଯୋଜନା ପ୍ରସ୍ତୁତ ହେବ ଏବଂ ଏହା ଦ୍ୱାରା ଭାରତର ଜନଜୀବନ ପୂର୍ବ ଭଳି ହୋଇପାରିବ ।

ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକକରି ଦିଅନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।