ସୁଶାନ୍ତ ମୃତ୍ୟୁ ମାମଲାରେ ଅଙ୍କିତା ଲୋଖଣ୍ଡେ କଲେ ଏ ପର୍ଯ୍ୟନ୍ତ ସବୁଠାରୁ ବଡ଼ ଖୁଲାସା

ସୋସିଆଲ ମିଡିଆରେ ଅଙ୍କିତା ଲୋଖଣ୍ଡେ ସୁଶାନ୍ତ ସିଂ ରାଜପୁତ ଙ୍କ ବିଷୟରେ ଲେଖିଲେ କିଛି ଅଜଣା କଥା । ଏହା ଏବେ ଭାଇରଲ ହେବାରେ ଲାଗିଛି । ସୁଶାନ୍ତ ଙ୍କ ଫ୍ୟାନ ଙ୍କୁ ଅଙ୍କିତା ଲୋଖଣ୍ଡେ କିଛି ଏଭଳି ରିପ୍ଲାଇ ଦେଇଛନ୍ତି ଯାହା କି ଅନେକ ଫ୍ୟାନ ମାନଙ୍କ ଆଖିକୁ ଲୁହରେ ଭିଜେଇ ଦେଇଛି ।

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ଖବର ସାରା ବିଶ୍ୱକୁ ଚକିତ କରି ଦେଇଛି । ମାତ୍ର 34 ବର୍ଷ ବୟସରେ ଦୁନିଆକୁ ବିଦାୟ ଦେଇଥିବା ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ଅଭିନେତାଙ୍କ ପ୍ରଶଂସକମାନେ 14 ଜୁନ୍ ରେ ଗଭୀର ଆଘାତ ପାଇଥିଲେ । ତାଙ୍କର ପ୍ରିୟ ତାରକାଙ୍କ ସ୍ମୃତିରେ ସୁଶାନ୍ତଙ୍କ ପ୍ରଶଂସକମାନେ ଆଜି ବି ସୋସିଆଲ ମିଡିଆରେ ତାଙ୍କ ଭିଡିଓ ଏବଂ ଚିତ୍ର ସେୟାର କରିବା ଜାରି ରଖିଛନ୍ତି ।

ଏହି ସମୟରେ ସୁଶାନ୍ତଙ୍କ ଜଣେ ପ୍ରଶଂସକ ତାଙ୍କ ପିଲାଦିନର ଏକ ଚିତ୍ର ସେୟାର କରିଥିଲେ । ପ୍ରଶଂସକଙ୍କ ଟ୍ୱିଟର ଜବାବରେ ସୁଶାନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ଙ୍କୁ ସ୍ୱର୍ଗତ ଅଭିନେତା ସୁଶାନ୍ତଙ୍କର କେଉଁ ଗୀତ ବୋଲି ପଚାରିଥିଲେ । ଏହାପରେ ଅଙ୍କିତା ନିଜର ଉତ୍ତର ଦେଇ ସଭିଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ।

ଟ୍ୱିଟରରେ ସୁଶାନ୍ତଙ୍କ ପ୍ରଶଂସକ ତାଙ୍କ ଫଟୋ ସହିତ ‘ଦିଲ ମେ ମେରେ ଆଜ କୟା ହେ’ ଗୀତର କିଛି ଧାଡ଼ି ଲେଖିଥିଲେ । ଏହା ସହିତ ଫ୍ୟାନ୍ ଏହି ପୋଷ୍ଟରେ ଅଙ୍କିତା ଲୋଖଣ୍ଡେ ଏବଂ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂ ଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି ।

ପ୍ରଶଂସକଙ୍କ ଏହି ଟ୍ୱିଟର ଉତ୍ତରରେ ଅଙ୍କିତା ଲେଖିଛନ୍ତି- ‘ଏହା ହେଉଛି ସୁଶାନ୍ତଙ୍କ ପ୍ରିୟ ଗୀତ ” ଆଜ ମେରେ ଦିଲ ମେ କ୍ୟା ହେ ” ଆଜି ମୋର ହୃଦୟରେ କଣ ଅଛି । ‘ ଅଙ୍କିତା ପ୍ରକାଶ କରିଛନ୍ତି ଯେ ଭେଟେରାନ ଗାୟକ କିଶୋର କୁମାର ଦ୍ୱାରା ଗାଇଥିବା ଏହି ଗୀତ ସୁଶାନ୍ତଙ୍କ ପ୍ରିୟ ଅଟେ । ଏହା ସହିତ ଅଙ୍କିତା ନିଜ ହୃଦୟ ବାଣ୍ଟି ନିଜର ପ୍ରେମ ଇମୋଜି ସେୟାର୍ କରିଥିଲେ । ଏଭଳି ଅଧିକ ଖବର ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ।