ଶିବଙ୍କ ଉପରେ ଚଢାଯାଇଥିବା ପୂଜା ସାମଗ୍ରୀର କରନ୍ତୁ ନାହିଁ ଅପମାନ ହେଇଥାଏ ବଡ ଅସୁବିଧା, ଜାଣନ୍ତୁ ବିସର୍ଜନର ସଠିକ ତରିକା

ଭଗବାନ ଶିବଙ୍କର ପୂଜା ଓ ଆରାଧନା କରିବାର ବିଶେଷ ମହତ୍ୱ ଅଛି । ଶ୍ରଦ୍ଧାଳୁମାନେ ଭଗବାନ ଶିବଙ୍କୁ ବିଶେଷ ଭାବରେ ପୂଜା କରିଥାନ୍ତି । ଏମିତିରେ ପୂଜା କରିବା ସମୟରେ ଭଗବାନ ଶିବଙ୍କୁ ବିଭିନ୍ନ ପ୍ରକାରର ପୂଜା ସାମଗ୍ରୀ ଅର୍ପଣ ବି କରିଥାନ୍ତି । ଭଗବାନ ଶିବଙ୍କ ପାଖରେ ଅଭିଷେକ କରିବା ଦ୍ୱାରା ଲୋକମାନଙ୍କର ଜୀବନ ଧନ୍ୟ ହୋଇଯାଏ । ଶିବଙ୍କ ଅଭିଷେକରେ ଭସ୍ମଓ ବେଲପତ୍ରର ବିଶେଷ ମହତ୍ୱପୂର୍ଣ୍ଣ ଅଛି । ଅଧିକରୁ ଅଧିକ ଲୋକମାନେ ଘରେ କିମ୍ବା ମନ୍ଦିରରେ ସୋମବାର ଦିନ ହିଁ ଭଗବାନ ଶିବଙ୍କୁ ଭଲ ଭାବରେ ଶୃଙ୍ଗାର କରିଥାନ୍ତି ।

ଏହା ସହିତ ବେଲ ପତ୍ର ଅର୍ପଣ କରି ପୂଜା ଅର୍ଚ୍ଚନା କରାଯାଇଥାଏ । କିନ୍ତୁ ଆପଣ ମାନେ ଜାଣିଛନ୍ତି କି ଶିବଲିଙ୍ଗ ଉପରେ ଅର୍ପଣ କରାଯାଇଥିବା ବେଲ ପତ୍ର, ଫୁଲ ଇତ୍ୟାଦି ବିସର୍ଜନ କେଉଁ ଭଲି ଭାବରେ କରିବା ଉଚିତ ।

ବହୁତ ଲୋକମାନେ ଏହି ବିଷୟରେ ଜାଣି ନ ଥାନ୍ତି ଯେ ପୂଜା ସାମଗ୍ରୀ କେଉଁ ଭଳି ଭାବରେ ବିସର୍ଜନ କରିବା ଉଚିତ । ସେଥିପାଇଁ ଲୋକମାନେ ଏପଟ ସେପଟ ପୂଜା ସାମଗ୍ରୀ ପକେଇ ଦେଇଥାନ୍ତି । କିଛି ଲୋକ ନଦୀ କୂଳରେ ପୂଜା ସାମଗ୍ରୀକୁ ଏପରି ସ୍ଥାନରେ ରଖି ଦିଅନ୍ତି ଯାହାକୁ ସମସ୍ତେ ଅନାଦର କରିଥାନ୍ତି । ଶାସ୍ତ୍ର ଅନୁସାରେ ଦେଖିବାକୁ ଗଲେ ଦେବୀ ଦେବତାଙ୍କ ଉପରେ ଅର୍ପଣ କରାଯାଉଥିବା ପୂଜା ସାମ୍ରଗୀକୁ ଅପମାନ କଲେ ଘୋର ପାପ ହୋଇଥାଏ ।

ଭକ୍ତମାନେ ଶିବଙ୍କୁ ପୂଜା କରି ସାରିବା ପରେ ନିଜ ପୂଜା ସମାର୍ଗୀକୁ ବିସର୍ଜନ କରିବା ବେଳେ ବିଶେଷ ଭାବରେ ଧ୍ୟାନ ରଖିବା ଉଚିତ । ଏହାକୁ କୌଣସି ନଦୀ କୂଳରେ କିମ୍ବା ବାଡ଼ି ବଗିଚାରେ ଫୋପାଡ଼ନ୍ତୁ ନାହିଁ । କାରଣ ଏଠି ଯିବା ଆସିବା କରୁଥିବା ଲୋକମାନେ ଏହାକୁ ମାଡି ଦେବାର ସମ୍ଭାବନା ଥାଏ ଯାହା ଫଳରେ କି ଏହି ଜିନିଷ ଗୁଡିକର ଅପମାନ ହୋଇଥାଏ । ଆପଣଙ୍କୁ ସୁନିଶ୍ଚିତ କରିବାକୁ ପଡିବ କି ଏହି ଜିନିଷ ଗୁଡିକର ଯେମିତି ଅପମାନ ନ ହୁଏ । ଶିବଙ୍କ ଉପରେ ଚଢାଯାଇଥିବା ଜିନିଷକୁ ପବିତ୍ର ସ୍ଥାନରେ ଗାତ ଖୋଳି ପୋତି ଦେଇ ପାରିବେ ।

ଭଗବାନ ଶିବଙ୍କ ଉପରେ ଚଢା ଯାଇଥିବା ପୂଜା ଜିନିଷ ଗୁଡିକୁ କୌଣସି ବୋହି ଯାଉଥିବା ଜଳ ରାଶିରେ ପ୍ରବାହିତ କରନ୍ତୁ । କିନ୍ତୁ ଆପଣଙ୍କୁ ଧ୍ୟାନ ରଖିବାକୁ ହେବ କି ସେହି ଜଳ ରାଶି ଅପରିଷ୍କାର ହୋଇ ନ ଥିବ । ଶାସ୍ତ୍ର ଅନୁସାରେ ପୂଜା ସାମଗ୍ରୀର ଅପମାନ କରିବା ମହାପାପ ଅଟେ । ଅର୍ଥାତ ଏଥିରୁ ମୁକ୍ତି ପାଇବା ପାଇଁ ଉପରୋକ୍ତ କୁହାଯାଇଥିବା କଥା ବିଷୟରେ ଧ୍ୟାନ ଦିଅନ୍ତୁ ।

ଯଦି ଆପଣ ପାପରୁବଞ୍ଚିବା ପାଇଁ ଚାହାନ୍ତି ତେବେ ଦୁଇଟି ଉପାୟ ଅଛି । ପ୍ରଥମଟି ହେଉଛି ଆପଣ କମ ମାତ୍ରାରେ ପୂଜା ସାମଗ୍ରୀ ବ୍ୟବହାର କରନ୍ତୁ । ଦ୍ୱିତୀୟଟି ହେଲା ଆପଣ ଏହି ପୂଜା ସାମଗ୍ରୀକୁ ଉତ୍ତମ ରୂପେ ବିସର୍ଜନ କରନ୍ତୁ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।