ଜଣେ ପତିବ୍ରତା ନାରୀ ଯିଏ ନିଜ ସ୍ଵାମୀଙ୍କ କଥାରେ ରଖିଥିଲେ ପର ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ, ଜାଣନ୍ତୁ ଏହି ପୌରଣିକ କାହାଣୀରୁ

ବନ୍ଧୁଗଣ ହିନ୍ଦୁ ଧର୍ମ ରେ ଆମକୁ ବହୁତ ପ୍ରକାରର ଆଦର୍ଶ ପତ୍ନୀ ଦେଖିବାକୁ ମିଳିଥାନ୍ତି । ଯିଏ ନିଜର ସତିତ୍ୱ ଓ ପତିବ୍ରତ ଧର୍ମ ର ରକ୍ଷା ପାଇଁ ଯମଙ୍କ ସହିତ ମଧ୍ୟ ଲଢ଼ିଯାଇଥିଲେ । ଏବଂ ପରେ ଏହି ଆଦର୍ଶ ପତ୍ନୀ ଙ୍କୁ ଅନୁସରଣ କରି ବହୁତ ନାରୀ ମାନେ ନିଜର ଜୀବନ କୁ ସାକାର କରିଥିଲେ । କିନ୍ତୁ ଏହା ଛଡା ଆଉ କେତେକ ସ୍ତ୍ରୀ ମାନେ ଭୁଲ ରାସ୍ତା ରେ ଯାଇ ନାରୀ ମାନଙ୍କ ନାମରେ କଳଙ୍କ ଲଗାଇ ଦେଉଛନ୍ତି । କିଛି ମୁହୂର୍ତ୍ତର ଖୁସି ପାଇଁ ପର ପୁରୁଷ ଙ୍କ ସହ ସମ୍ପର୍କ ରଖି ନିଜର ସତିତ୍ୱ ହରେଇ ଦେଉଛନ୍ତି ।

ପରନ୍ତୁ ମହାଭାରତ କାଳ ରେ ଏହା ହୋଇଥିଲା କି ଜଣେ ସ୍ୱାମୀ ନିଜର ବଂଶ ବୃଦ୍ଧି ପାଇଁ ନିଜ ସ୍ତ୍ରୀ କୁ ଅନ୍ୟ ପୁରୁଷ ଙ୍କ ସହ ସମ୍ପର୍କ ରଖିବାକୁ କହିଥିଲା । ସେତେବେଳେ ଏହାକୁ ନିୟୋଗବିଧି କୁହା ଯାଉଥିଲା ।

ସମାଜ ମଧ୍ୟ ଏହାକୁ ନ୍ୟାୟ ଚିତ୍ତ ମାନୁଥିଲା । ତେବେ ଚାଲନ୍ତୁ ବିସ୍ତାର ରୂପ ରେ ଏହି ବିଷୟ ରେ ଜାଣିନେବା । ମହାଭାରତ ଗ୍ରନ୍ଥରେ ଆଦି ପର୍ବ ରେ ବର୍ଣ୍ଣିତ କଥନ ଅନୁସାରେ । ଦିନେ ରାଜା ପାଣ୍ଡୁ ଶିକାର ପାଇଁ ଯାଉଥିଲେ ଏବଂ କିଛି ଦୂରରେ ତାଙ୍କୁ କାହାର ଥିବା ର ଆଭାସ ହେଲା ଏବଂ ସେ ହରିଣ ଭାବି ତା ଉପରେ ଲଗାତାର ତୀର ମାରିଚାଲିଲେ । ଏବଂ ସେଠାରେ ପହଁଚି ଦେଖିଲେ କି ସେ ହରିଣ ନୁହେଁ ସେ ଜଣେ ଋଷି ଯିଏ ନିଜ ପତ୍ନୀ ଙ୍କ ସହ ସମାଗମ କରୁଥିଲେ ।

ଏବଂ ୠଷି କ୍ରୋଧିତ ହୋଇ ପାଣ୍ଡୁ ଙ୍କୁ ଅଭିଶାପ ଦେଲେ ଓ କହିଲେ କି ତୋର ଅନ୍ତ ମଧ୍ୟ ଏହି ପରି ହେବ ଯେବେ ତୁ ନିଜ ପତ୍ନୀ ଙ୍କ ସହ ଚରମ ସୁଖ ଭୋଗ କରୁଥିବୁ ସେହି ମୁହୂର୍ତ୍ତରେ ହିଁ ତୋର ଜୀବନ ଶେଷ ହେଇଯିବା । ଅଭିଶାପ ପାଇଁ ସାରିବା ପରେ ପାଣ୍ଡୁ ନିଶ୍ଚୟ କଲେ କି ଯେ ସେ କେବେ ବି କେଉଁ ନାରୀ ସହ ସମାଗମ କରିବେ ନାହିଁ ଏବଂ ନିଜର ସମସ୍ତ ହସ୍ତିନା ପୁର ରାଜ୍ୟର ଭାର ନିଜ ଅନ୍ଧ ଭାଇ ଧୃତରାଷ୍ଟ୍ର ଙ୍କୁ ଦେଇ ନିଜ ଦୁଇ ପତ୍ନୀ କୁନ୍ତୀ ଓ ମାଦ୍ରୀ ଙ୍କ ସହ ବନରେ ବାସ କରିବେ ଓ ଏପରି ମଧ୍ୟ କରିଥିଲେ ।

କିନ୍ତୁ ସେ ବହୁତ ଦୁଖୀ ମଧ୍ୟ ଥିଲେ କି ସେ କେବେବି ସନ୍ତାନ ଜନ୍ମ କରି ପାରିବେ ନାହିଁ । ଏବଂ ସେହି ସମୟରେ ତାଙ୍କୁ ନିୟୋଗ ଵିଧି କଥା ମନ ପଡିଲା । ଏବଂ ତାଙ୍କ ପତ୍ନୀ କୁନ୍ତୀ ଙ୍କୁ ବୁଝେଇବା କୁ ଲାଗିଲେ କି କୌଣସି ୠଷି ଙ୍କ ସାହାର୍ଯ୍ୟ ରେ ସନ୍ତାନ ଜନ୍ମ କରିବାକୁ ପଡିବ । କିନ୍ତୁ କୁନ୍ତୀ ଏପରି କରିବେନି ବୋଲି ମନା କରିଦେଲେ । କାରଣ ସେ ନିଜ ସତିତ୍ୱ ହରେଇବାକୁ ଚାହୁଁନଥିଲେ । ତେବେ ପାଣ୍ଡୁ ତାଙ୍କୁ ଏକ କାହାଣୀ ଶୁଣାଇ ବାକୁ ଲାଗିଲେ । ପାଣ୍ଡୁ କହିଲେ କି ପ୍ରାଚୀନ କାଳ ରେ ନାରୀ ମାନେ ସ୍ୱତନ୍ତ୍ର ଥିଲେ ସେ ଯାହା ସହ ଇଚ୍ଛା ତାହା ସହଶାରୀରିକ ସମ୍ପର୍କ ରଖୁଥିଲେ ।

ଯେମିତି କି ପଶୁ ପକ୍ଷୀ କରୁଛନ୍ତି । ସେ ସମୟରେ ଏହା ହିଁ ଧର୍ମ ଥିଲା ଏବଂ ନାରୀ ମାନଂକୁ ପୁରା ସ୍ୱାତନ୍ତ୍ର୍ୟ ଦେଉଥିଲା । ଏବଂ ସବୁ ନାରୀ ଖୁସି ରେ ଏହାକୁ ପାଳନ ମଧ୍ୟ କରୁଥିଲେ । କିନ୍ତୁ ପରେ ଶ୍ୱେତକେତୁ ନାମକ ଜଣେ ୠଷି ବଦଳେଇ ଦେଲେ । ଶ୍ୱେତକେତୁ ନିଜ ମାତା ପିତାଙ୍କ ସହ ବସିଥିଲେ । ସେହି ସମୟରେ ଜଣେ ବ୍ୟକ୍ତି ଆସନ୍ତି ଓ ତାଙ୍କ ମାତା ଙ୍କୁ ନିଜ ସାଙ୍ଗରେ ଆସିବାକୁ କୁହନ୍ତି । ଏହା ଶୁଣି ଶ୍ୱେତକେତୁ ବହୁତ ରାଗି ଯାଆନ୍ତି କିନ୍ତୁ ତାଙ୍କ ବାପା ତାଙ୍କ ବୁଝାନ୍ତି ଓ କୁହନ୍ତି କି ଏହା ହିଁ ନିୟମ ଅଛି ନାରୀ ମାନେ ନିଜ ଇଚ୍ଛାରେ ଯାହା ସହ ଚାହିଁବେ ତା ସହ ଯାଇପାରିବେ ।

କିନ୍ତୁ ଶ୍ୱେତକେତୁ ଏହା ଶୁଣି ସନ୍ତୁଷ୍ଟ ହେଲେ ନାହିଁ । ଏବଂ ସେ ନିୟମ କଲେ କି ସ୍ତ୍ରୀ ମାନେ ନିଜ ସ୍ୱାମୀ ଙ୍କ ପ୍ରତି ସଚ୍ଚୋଟ ରହିବେ ଏବଂ ଅନ୍ୟ ପୁରୁଷ ଙ୍କ ସହ ସମ୍ପର୍କ ରଖିବେ ନାହିଁ । ସେ ପର ପୁରୁଷ ଙ୍କ ସହ ସମ୍ପର୍କ ସ୍ଥାପନ କରିବା ବ୍ରହ୍ମହ ତ୍ୟାସହ ତୁଳନା କରିଥିଲେ । ସେବେଠାରୁ ସଭ୍ୟ ସମାଜ ପାଇଁ ଜୋର ଦିଆଗଲା । ସଭ୍ୟ ପରିବାର ଠାରୁ ସଭ୍ୟ ସମାଜ ସୃଷ୍ଟି ହେଲା । ଏହି ପ୍ରକାର ରେ ରାଜା ପାଣ୍ଡୁ ନିଜ କାହାଣୀ ଶେଷ କରିଲେ ।

ଏବଂ କୁନ୍ତୀ କହିଲେ ତାଙ୍କୁ ୠଷି ଦୁର୍ବାସାଙ୍କ ଠାରୁ ସନ୍ତାନ ଉତ୍ପନ୍ନ କରିବା ର ମନ୍ତ୍ର ଦେଇଥିଲେ । ଏବଂ ସେ ନ୍ୟାୟ ର ଦେଵତା ଧର୍ମ ରାଷ୍ଟ୍ର ଙ୍କ ଠାରୁ ଯୁଧିଷ୍ଠିର, ପବନ ଦେବତା ଙ୍କ ଠାରୁ ଭୀମ ଓ ଦେବରାଜ ଇନ୍ଦ୍ର ଙ୍କ ଠାରୁ ଅର୍ଜୁନ ଙ୍କୁ ଜନ୍ମ ଦେଇଥିଲେ । ମାଦ୍ରୀ କୁନ୍ତୀ ଙ୍କ ସହାୟତା ରେ ଅଶ୍ୱିନୀ କୁମାର ଙ୍କ ଠାରୁ ନକୁଳ ଓ ସହଦେଵ ଦୁଇ ସନ୍ତାନ ଙ୍କୁ ଜନ୍ମ ଦେଇଥିଲେ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।