ଏହି 3 ପ୍ରକାର ଲୋକଙ୍କ ସାଥ କେବେବି ଛାଡିବେ ନାହିଁ, ନହେଲେ ସବୁବେଳେ ଦୁଃଖରେ ରହିଥିବେ, ବର୍ବାଦ ହେଇଯିବେ

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଜୀବନରେ ଏମିତି ବହୁତ ଲୋକଙ୍କର ଆମ ସହିତ ସାଥ ଅଛି ଯାହାଦ୍ୱାରା ଆମ ଜୀବନ ପୁରା ବର୍ବାଦ ହୋଇଯାଇଥାଏ । ଏବଂ ଏମିତି ଲୋକ ମଧ୍ୟ ଆମ ଜୀବନକୁ ଆସିଥାନ୍ତି ଯିଏ ଆମ ଜୀବନରେ ଖୁସି ଭରିଦେଇଥାନ୍ତି । ପ୍ରତ୍ୟେକ ଟି ମୁହୂର୍ତ୍ତ କୁ ଖୁସି କରିଦେଇଥାନ୍ତି । ହେଲେ ବନ୍ଧୁଗଣ ଆମ ଜୀବନ କୁ ବର୍ବାଦ କରୁଥିବା ଲୋକଙ୍କ ର ତାଲିକା ବହୁତ ଅଧିକ ହିଁ ଅଛି ଆମ ଜୀବନରେ କିନ୍ତୁ ତାଙ୍କ ବ୍ୟବହାର ର ଛବି ଆପଣ ଜାଣିବା ଦରକାର ।

ଯାହାକୁ ଆମେ ସାଙ୍ଗରେ ନେଇକି ଆସିଛୁ । ଯଦି ଆପଣଙ୍କ ଜୀବନରେ ଏମିତି କେହି ଲୋକ ଅଛନ୍ତି କାହା ସହିତ ଯଦି ଝଗଡା ହେଇଯାଉଛି ତେବେ ଆପଣ ତାଙ୍କ ଉପରେ ରାଗିକି ତାଙ୍କ ନମ୍ବର ଡିଲିଟ କରିବା କିମ୍ବା ତାଙ୍କୁ ବ୍ଲକ କରିବା ଉଚିତ ନୁହେଁ । ଏମିତି ଆପଣ ବିଲକୁଲ ବି କରନ୍ତୁ ନାହିଁ ।

ଆହୁରି ଆପଣ ଚେଷ୍ଟା କରିବା ଉଚିତ ଯେ ତାଙ୍କ ସହ ଆହୁରି କେମିତି ରହିପାରିବେ । କାରଣ କିଛି ସମୟର ଅଭିମାନ ଚଳିବ କିନ୍ତୁ ଏମିତି ଲୋକଙ୍କ ସହ ସମ୍ପର୍କ ଭାଙ୍ଗିବା ଉଚିତ ନୁହେଁ ।ସବୁଠୁ ପ୍ରଥମେ ହେଲା ଏମିତି ଲୋକ ଆପଣଙ୍କ ର ବହୁତ ଯତ୍ନ କରିଥାନ୍ତି। ଜଣେ ତ ଏମିତି ହୋଇଥାନ୍ତି ଯିଏ କୁହନ୍ତି କି ଆମେ ତୋ ସହିତ ସବୁବେଳେ ଅଛୁ ଆମେ ଏଇଠି ବି ଅଛୁ ସେଇଠି ବି ଅଛୁ । ଆଉ ଜଣେ ଏମିତି ବି ଥାନ୍ତି ଯିଏ ଆପଣଙ୍କ ସାଙ୍ଗରେ ହି ରହିଥାଏ ସବୁବେଳେ ।

ଆପଣଙ୍କୁ ତାର ଦରକାର ବହୁତ ସମୟରେ ହୋଇଥାଏ ଏବଂ ଆପଣ ଯେତେବେଳେ ତାଙ୍କୁ କୁହନ୍ତି ତେବେ ସେ କୌଣସି ବାହାନା କରନ୍ତି ନାହିଁ ଆହୁରି କେଉଁଠୁ ଯୋଗାଡ଼ କରିକି ଆପଣଙ୍କ ପାଖରେ ପହଞ୍ଚି ଯାଇଥାନ୍ତି । ଆଉ ଆପଣଙ୍କ ର ସାହାଯ୍ୟ କରିଥାନ୍ତି । ଏମାନେ ହେଉଛନ୍ତି ପ୍ରକୃତ ବନ୍ଧୁ । ଆଉ ଏମାନେ ନିରନ୍ତର ରେ ଆପଣଙ୍କ ସହିତ ସଂଯୋଗ ରଖିଥାନ୍ତି ।

ଏମିତି ବହୁତ ଲୋକ ଅଛନ୍ତି ଯାହାକୁ ଆପଣ କିଛି ଦିନ ଯଦି ଫୋନ କିମ୍ବା ମେସେଜ ନ କରିବେ ତେବେ ସେ ତାଙ୍କର ସ୍ୱାଭିମାନ କୁ ନେଇ ଯାଇଥାନ୍ତି । ଆଉ କୁହନ୍ତି ହଁ ତମର ତମେ ତ ବଡ ଲୋକ ହେଇଗଲଣି ଫୋନ କି ମେସେଜ କରୁନାହଁ । ତେବେ ଆପଣ ଙ୍କ ସହ ବନ୍ଧୁ ଭଲରେ ରହିବା ଉଚିତ ନା କି ଏମିତି ରହିବା ଉଚିତ । ଯେଉଁମାନେ ବୁଦ୍ଧିମାନ ହୋଇଥାନ୍ତି ସେମାନଙ୍କୁ ଆପଣ ଫୋନ କିମ୍ବା ମେସେଜ ନ କଲେ ମଧ୍ୟ ସିଏ ନିଜେ କରି ଆପଣଙ୍କ ଖବର ବୁଝିଥାନ୍ତି ।

ଏହା ହୋଇଥାଏ ଠିକ ବୁଝାମଣା । ଆପଣ ଯଦି କେବେ ରାଗିକି କିଛି କହି ବି ଦେବେ ତେବେ ସେ ତାକୁ ବହୁତ ସମୟ ପର୍ଯ୍ୟନ୍ତ ଧରି କି ବସନ୍ତି ନାହିଁ । ଏମାନେ ଆପଣଙ୍କ ସହିତ ପୂର୍ବ ପରି କଥା ହୋଇଥାନ୍ତି । ସେ ଆପଣଙ୍କ ଉପରେ ରାଗିଥିଲେ ମଧ୍ୟ କେବେ କହି ନ ଥାନ୍ତି କି ତୁ ମତେ ଏମିତି କି ସେମିତି କହିଥିଲୁ । ଏମାନେ ଆପଣଙ୍କ ସହିତ କେବେ ନିଜ ସ୍ୱାର୍ଥ ପାଇଁ ରହି ନ ଥାନ୍ତି ।

ଆପଣଙ୍କୁ ବହୁତ ସମୟରେ ବହୁତ ଲୋକଙ୍କ ଠାରୁ ଏହା ଅନୁଭବ କରିଥିବେ କି ସେ ଆପଣଙ୍କ ସହିତ ଆପଣଙ୍କ ପଇସା ପାଇଁ ଅଛି ନ ହେଲେ ତାର କୌଣସି ସ୍ୱାର୍ଥ ପାଇଁ ରହିଛି । କିନ୍ତୁ ଯେଉଁ ଲୋକ ସଚ୍ଚା ହୋଇଥିବ ଆପଣ ତା ପାଖରେ ଖୁସି ଏବଂ ସୁରକ୍ଷିତ ମନେ କରିବେ । ଏହି ଲୋକମାନେ ସବୁବେଳେ ଆପଣଙ୍କ ର ସ୍ୱପ୍ନ ସାକାର କରିବା ପାଇଁ ଏବଂ ଭଲ ଲୋକଙ୍କ ସହ ମିସେଇବାକୁ ଚେଷ୍ଟା କରିଥାନ୍ତି । ଆଶା କରୁଛି ଏହିସବୁ କଥା ଆପଣ ଭଲରେ ବୁଝିପାରିଥିବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।