ଅମିତାଭ ଓ ଅଭିଷେକଙ୍କ ପରେ ଐଶ୍ୱର୍ୟା ଓ ଆରାଧ୍ୟା ବି ହେଲେ କରୋନା ପଜିଟିବ, ‘ଜଲସା’ ବିଲଡିଙ୍ଗ ସିଲ

ବର୍ତ୍ତମାନ ହିଁ ବଚ୍ଚନ ପରିବାରର ଦୁଇ ଜଣ ସଦସ୍ୟ ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନ କରୋନା ପଜିଟିବ ହୋଇଛନ୍ତି । ଦୁଇ ଜଣଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରା ଯାଇଛି । ଏହା ପରେ ତାଙ୍କର ପୁରା ପରିବାରର କରୋନା ଟେସ୍ଟ କରା ଯାଇଛି । ବର୍ତ୍ତମାନର ରିପୋର୍ଟ ଅନୁସାରେ ଐଶ୍ୱର୍ୟା ରାୟ ବଚ୍ଚନ ଓ ତାଙ୍କର ଝିଅ ଆରାଧ୍ୟା ବଚ୍ଚନ ବି କରୋନା ପଜିଟିବ ଆସିଛନ୍ତି । କିନ୍ତୁ ଜୟା ବଚ୍ଚନଙ୍କ ସହିତ ତାଙ୍କର ଝିଅ ଶ୍ଵେତା ନନ୍ଦା ଓ ନାତି ଅଗସ୍ତ୍ୟ ନନ୍ଦାଙ୍କ କରୋନା ରିପୋର୍ଟ ନେଗେଟିବ ଆସିଛି ।

ବଚ୍ଚନ ପରିବାରରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଜଣଙ୍କ କରୋନା ରିପୋର୍ଟ ପଜିଟିବ ଆସିଛି । ଆପଣଙ୍କୁ କହିଦେଉଛୁ କି ଏହା ପୂର୍ବରୁ ଶନିବାର ଦିନ ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କ କରୋନା ରିପୋର୍ଟ ପଜିଟିବ ଆସିଥିଲା । ଏହା ପରେ ତାଙ୍କ ଘରେ ଉପସ୍ଥିତ ଥିବା ସମସ୍ତ ପରିବାରର ସଦସ୍ୟ ଓ କର୍ମଚାରୀମାନଙ୍କ କରୋନା ଟେସ୍ଟ କରାଗଲା । ଶ୍ଵାବ ଟେସ୍ଟରେ ଅମିତାଭ ଓ ଅଭିଷେକଙ୍କୁ ଛାଡି ବଚ୍ଚନ ପରିବାରର ସମସ୍ତ ସଦସ୍ୟଙ୍କ ରିପୋର୍ଟ ପ୍ରଥମେ ନେଗେଟିବ ଆସିଥିଲା ।

ଅନ୍ୟ ପଟେ ରବିବାରକୁ ହୋଇଥିବା କରୋନା ଟେସ୍ଟର ଫାଇନାଲ ରିପୋର୍ଟରେ ଐଶ୍ୱର୍ୟା ରାୟ ବଚ୍ଚନ ଓ ତାଙ୍କର ଝିଅ ଆରାଧ୍ୟା ବଚ୍ଚନର କୋବିଡ – ୧୯ ରିପୋର୍ଟ ପଜିଟିବ ଆସିଛି । କରୋନାର ଏହି ଫାଇନାଲ ଯାଞ୍ଚ ରିପୋର୍ଟରେ ଜୟା ବଚ୍ଚନ, ଶ୍ଵେତା ବଚ୍ଚନ, ତାଙ୍କର ପିଲାମାନେ ଅଗସ୍ତ୍ୟ ଓ ନବ୍ୟା ନବେଲୀଙ୍କ କରୋନା ରିପୋର୍ଟ ନେଗେଟିବ ଆସିଛି । କିନ୍ତୁ ପରିବାରର ସବୁଠୁ ଛୋଟ ସଦସ୍ୟ ଆରାଧ୍ୟା ବଚ୍ଚନଙ୍କ କରୋନା ପଜିଟିବ ଖବର ଆସିବା ପରେ ସମସ୍ତେ ଆଚମ୍ବିତ ହୋଇ ଯାଇଛନ୍ତି ।

କୁହାଯାଉଛି କି କରୋନା ପଜିଟିବ ହୋଇଥିବା ବଚ୍ଚନ ପରିବାରର ସବୁ ସଦସ୍ୟଙ୍କ ମଧ୍ୟରେ କରୋନାର ଅଳ୍ପ ଲକ୍ଷଣ ମିଳିଛି । ଆପଣଙ୍କୁ କହିଦେଉଛୁ କି ଅମିତାଭ ଓ ଅଭିଷେକ ବଚ୍ଚନଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରା ଯାଇଛି । ତାଙ୍କର ପରିବାରର ବାକି ସଦସ୍ୟ ଘରେ ହିଁ କ୍ୱାରଂଟାଇନରେ ଅଛନ୍ତି । ଜୁହୁ ସ୍ଥିତ ବଚ୍ଚନ ପରିବାର ର ଦୁଇଟି ବଙ୍ଗଳାର ସୁରକ୍ଷାକୁ ବଢାଇ ଦିଆ ଯାଇଛି । ଆପଣଙ୍କୁ କହିଦେଉହୁ କି ଅମିତାଭ ଓ ଅଭିଷେକଙ୍କ କରୋନା ସଂକ୍ରମଣର ଖବର ଶୁଣି ଲୋକମାନେ ବହୁତ ଦୁଖିତ ହୋଇଯାଇଛନ୍ତି ।

ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ