ସମାଜ ସେବି ଆଦିତ୍ୟ ଦାସଙ୍କ ମୃତ୍ୟୁ ପଛରେ କଣ ରହିଛି ପ୍ରକୃତ କାରଣ? ଥାନାରେ ହଜାର ହେବେ ପପୁ ବିକାଶ

କହିବାକୁ ଗଲେ ସମାଜସେବୀ ଆଦିତ୍ୟ ଦାସଙ୍କ ଆତ୍ମହତ୍ୟାକୁ ଆଜି ବହୁ ଦିନ ବିତି ଯାଇଛି । ଏମିତିରେ ପ୍ରତ୍ୟକ ଦିନ ତାଙ୍କର ଆତ୍ମହତ୍ୟାକୁ ନେଇ ବିଭିନ୍ନ ପ୍ରକାରର ରହସ୍ୟ ସାମ୍ନାକୁ ଆସୁଛି । ଆଦିତ୍ୟ ଦାସଙ୍କ ସୁସାଇଡ ନୋଟ ଓ ସ୍ତ୍ରୀଙ୍କ ବୟାନ ପରେ ସମସ୍ତଙ୍କ ମନରେ ବିଭିନ୍ନ ପ୍ରକାରର ପ୍ରଶ୍ନ ଆସୁଥିଲା । ସମାଜର ସେବା ପାଇଁ ବିଭିନ୍ନ ପ୍ରକାରର କାର୍ଯ୍ୟ କରୁଥିବା ସମାଜ ସେବି ଓ ମୋଟିଭେସନାଲ ସ୍ପିକର ଆଦିତ୍ୟ ଦାସ ଯିଏକି ସମାଜକୁ ଶିକ୍ଷା ଦେଉଥିଲେ ଓ ଯିଏକି କହୁଥିଲେ କି ମୃତ୍ୟୁ ସବୁ ସମସ୍ୟାର ସମଧାନ ନୁହେଁ । କିନ୍ତୁ ସେ କାହିଁକି ଆତ୍ମହତ୍ୟା କରିଲେ ।

ଆଦିତ୍ୟ ଦାସଙ୍କ ମୃତ୍ୟୁ ପଛର ରହସ୍ୟ କଣ ଅଛି । ଏହା କାହାକୁ ବି ଜଣା ନାହିଁ । ସେ ନିଜେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି । ଏହା ସମସ୍ତଙ୍କ ପାଇଁ ଏକ ପ୍ରଶ୍ନ ଅଟେ । କିନ୍ତୁ ଅନ୍ୟ ପଟେ ପୋଲିସ ଏହି ମାମଲାର ଯାଞ୍ଚ ଜାରି ରଖିଛି । ଏହି ସହିତ ଆଜି ପୋଲିସ ପିପୁଲ ଫର ସେବାର ଦୁଇ ଜଣ ସଦସ୍ୟ ପପୁ ଓ ବିକାସକୁ ଜେରା କରିବେ । ଆପଣଙ୍କୁ କହିଦେଉଛୁ କି ଏହି ଦୁଇ ଜଣଙ୍କ ନାମ ଆଦିତ୍ୟ ଦାସଙ୍କ ଶେଷ ସୁସାଇଡ ନୋଟରେ ଉଲ୍ଲେଖ ଥିଲା ।

କହିବାକୁ ଗଲେ ବର୍ତ୍ତମାନ ସମୟରେ ଆଦିତ୍ୟ ଦାସଙ୍କ ଆତ୍ମହତ୍ୟା ମାମଲାରେ ଏକ ନୂଆ ମୋଡ ଆସିଛି । ବର୍ତ୍ତମାନ ଆଦିତ୍ୟଙ୍କ ଫୋନ ରେକର୍ଡର ଯାଞ୍ଚ ଚାଲିଛି । ଜୁନ ୧ରୁ ଜୁଲାଇ ୬ ପର୍ଯ୍ୟନ୍ତ ଫୋନ ରେକର୍ଡ ଯାଞ୍ଚକୁ ଆଧାର କରି ପପୁ ଓ ବିକାସକୁ ପ୍ରଶ୍ନ କରାଯିବ । ଏହା ସହିତ ପିପୁଲ୍ସ ଫର ସେବାର ଦୁଇ ସଦସ୍ୟ ଥିବା ପପୁ ଓ ବିକାସ ଯିଏକି ଏହି ଗୃପର ଆର୍ଥିକ କାରୋବାରକୁ ବୁଝୁ ଥିଲେ, ଏମିତିରେ ତାଙ୍କର ପିପୁଲ୍ସ ଫର ସେବାର ଗୃପର ଆର୍ଥିକ କାରୋବାରକୁ ନେଇ ବି ଯାଞ୍ଚ ଚାଲିଛି ।

ପପୁ ଓ ବିକାସଙ୍କ ସହ ଆଦିତ୍ୟଙ୍କ ସମ୍ପର୍କ କେଉଁ ଭଳି ଥିଲା ଓ ଏହିଭଳି ବିଭିନ୍ନ ପ୍ରକାର ପ୍ରଶ୍ନ ତାଙ୍କୁ କରାଯାଇ ପାରେ । ଆପଣଙ୍କୁ କହିଦେଉଛୁ କି ପିପୁଲ୍ସ ଫର ସେବାର କିଛି ସଦସ୍ୟମାନେ କିଛି ଦିନ ପୂର୍ବେ ହିଁ ଆଦିତ୍ୟଙ୍କ ମାମଲାକୁ ହତ୍ୟା ବୋଲି କହି କେସ ରୁଜୁ କରିଥିଲେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।