ମୋଟା ହେବା ଏକ ଜଟିଳ ରୋଗ ଅଟେ ଯାହାକୁ କେହି ବି ନିଜ ଶରୀରକୁ ଆସିବାକୁ ଦେବା ପାଇଁ ଚାହାଁନ୍ତି ନାହିଁ। କିନ୍ତୁ ଯେ କୌଣସି ପ୍ରକାରରେ ଏହା ବ୍ୟକ୍ତିର ଶରୀର ରେ ପ୍ରବେଶ କରି ହିଁ ଥାଏ । ବହୁତ ଲୋକମାନେ ଭାବନ୍ତି କି ବେଶୀ ଖାଇବା ଦ୍ଵାରା ଏବଂ ନିଜର ଅଳସୁଆ ଗୁଣ ଦ୍ଵାରା ଶରୀର ମୋଟା ହୋଇଥାଏ । କହିବାକୁ ଗଲେ ଏହା ପୁରାପୁରି ଭୁଲ ଅଟେ ।
କେବଳ ବେଶୀ ଖାଇବା ଦ୍ଵାରା ବଢେ ନାହିଁ
କେତେକ ଲୋକମାନେ ନିଜ ଶରୀରରେ ଓଜନ କମ କରିବା ପାଇଁ ଖାଇବା ପିଇବା ବନ୍ଦ କରି ଦିଅନ୍ତି । ଆଜି ଆମେ ଆପଣ ମାନଙ୍କୁ 5ଟି କଥା କହିବୁ, ଆପଣ ଯଦି ସେହି ଅଭ୍ୟାସ ଗୁଡିକୁ ବଦଳାଇଦେବେ ତେବେ ଆପଣଙ୍କର ଓଜନ କମି ଯିବ ।
ଆବଶ୍ୟକତା ଠାରୁ କମ ସମୟ ଶୋଇଲେ
ସବୁ ବ୍ୟକ୍ତି ପାଇଁ ୮ ଘଣ୍ଟା ଶୋଇବା ନିହାତି ଦରକାର ଏବଂ ବ୍ୟକ୍ତିକୁ ଏହା ଠାରୁ ବେଶୀ ଶୋଇବା ଦରକାର ନାହିଁ କିମ୍ବା କମ ଶୋଇବା ଦରକାର ନାହିଁ । କିନ୍ତୁ ଏହି ବ୍ୟସ୍ତ ବିବ୍ରତ ଜୀବନ ରେ ଲୋକମାନେ ଡେରି କରି ଶୁଅନ୍ତି ଏବଂ ଜଲ୍ଦି ଉଠନ୍ତି, ଯେଉଁ କାରଣରୁ ଆପଣଙ୍କ ନିଦ ପୁରା ହୁଏ ନାହିଁ। ଏବଂ ଆପଣଙ୍କ ଶରୀରରେ ଏହା ଖରାପ ପ୍ରଭାବ ପାକିଥାଏ ଓ ଧୀରେ ଧୀରେ ଆପଣଙ୍କ ଶରୀରର ଓଜନ ବଢିବାକୁ ଲାଗେ ।
ଦରକାର ଠାରୁ ଅଧିକ ଔଷଧ ଖାଇବା
କେବେ କେବେ ସ୍ଟ୍ରେସ କାରଣରୁ ଲୋକମାନେ ବେଶୀ ଔଷଧ ଖାଇବାକୁ ଲାଗନ୍ତି ଏବଂ କିଛି ଛୋଟ ଛୋଟ ରୋଗରେ ମଧ୍ୟ ଔଷଧ ନିଅନ୍ତି । ଯାହାଦ୍ଵାରା କିଛି ସାଇଡଇଫେକ୍ଟ ବାହାରିଥାଏ ଏବଂ ବ୍ୟକ୍ତିର ଓଜନ ବଢିବାକୁ ଲାଗେ ।
ଠିକ ସମୟରେ ନ ଖାଇବା
ସକାଳେ କିଛି ଲୋକମାନେ ବ୍ରେକଫାସ୍ଟ କରି ପାରନ୍ତି ନାହିଁ । ଆପଣଙ୍କର ଏହି ଭୁଲ ଆପଣଙ୍କର ମୋଟା ହେବାର କାରଣ ଅଟେ ।
ସକାଳେ ପାଣି ନ ପିଇବା
କେତେକ ଲୋକମାନେ ସକାଳୁ ଉଠି ବେଡ – ଟୀ ନିଅନ୍ତି ଏବଂ ପାଣି ପିଅନ୍ତି ନାହିଁ । ଖାଲି ପେଟରେ ଠିକ ସେ ପାଣି ନ ପିଇଲେ ପେଟ ସଫା ହୁଏ ନାହିଁ ଏବଂ ଓଜନ ବଢିବାକୁ ଲାଗେ । ସେଥିପାଇଁ ସକାଳୁ ଗୋଟିଏ ଗ୍ଳାସ ପାଣି ପିଇବା ଜରୁରୀ ଅଟେ ।
ଏକ୍ସରସାଇଜ ପାଇଁ ଟାଇମ ନ ବାହାର କରିବା
ଏକ୍ସରସାଇଜ କରିବା ଦେହ ପାଇଁ ଭଲ ଅଟେ । ଯଦି ଆପଣ ସବୁଦିନ ଏକ ଘଣ୍ଟା ଏକ୍ସରସାଇଜ କରିବେ ତେବେ ଆପଣଙ୍କ ଶରୀରର ଓଜନ ଧୀର ଧୀରେ କମି ଯିବ । ଆଶା କରୁଛୁ ଆପଣଙ୍କୁ ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ। ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ ଏବଂ କମେନ୍ଟ କରି ଆପଣଙ୍କ ମତାମତ ନିଶ୍ଚୟ ଦିଅନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।