ଧରା ପଡ଼ିଲା ପାକିସ୍ତାନୀ ଡ୍ରୋନ, ଭାରତରେ ଆସି କରୁଥିଲା ଗୁଇନ୍ଦା ଗିରି, କରୁଛି ବଡ଼ ଯୋଜନା

ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍ଏଫ୍ ଆର୍ମି) ଏକ ବଡ଼ ସଫଳତା ହାସଲ କରିଛି । ଭାରତୀୟ ସେନା ଭାରତ ର ଆକାଶରେ ଉଡୁଥିବା ଏକ କ୍ୟାମେରା ଖଞ୍ଜିତ ଡ୍ରୋନ କୁ ଠାବ କରିଛି । ପାକିସ୍ଥାନ ଭିତରେ ଭିତରେ କିଛି ଷଡଯନ୍ତ୍ର କରୁଥିବା ଆଶଙ୍କା କରାଯାଇଛି । କାଥୁଆ ଜିଲ୍ଲାର ହିରାନଗର ସେକ୍ଟରର ରଥୁଆ ଗ୍ରାମରେ ପାକିସ୍ତାନ ଡ୍ରୋନ୍ ଚଳାଇ ଭାରତ ର ଆର୍ମି ମାନଙ୍କ ଗତିବିଧି ଉପରେ ନଜର ରଖୁଥିଲା । ଭାରତ ସୀମାରେ ରେ ଗୁଇନ୍ଦା ଜାସୁଜି ଉଦ୍ଦେଶ୍ୟରେ ପଠାଯାଇଥିବା ପାକିସ୍ତାନୀ ଡ୍ରୋନକୁ ବିଏସଏଫ କର୍ମଚାରୀ ଠାବ କରିଛନ୍ତି ।

ଏହା ଛଡ଼ା ପାକିସ୍ଥାନର ଏକ ଗୁପ୍ତ କ୍ୟାମ୍ପ ଯାହା କି ଭାରତ ସୀମା ପାଖରେ ଥିଲା ସେଠାରୁ ଏହି ଡ୍ରୋନର ପ୍ରେରଣ ହୋଇଥିବା ଅନୁମାନ କରାଯାଉଛି । ଆମେରିକାର ନିର୍ମିତ ଏମ -4 ରାଇଫଲ, ଦୁଇଟି ଉର୍ଦୁ ପତ୍ରିକା, ଷାଠିଏ କାର୍ଟ୍ରିଜ୍, ସାତଟି ଗ୍ରେନେଡ ଏବଂ ଚାରିଟି ଚାଇନା ନିର୍ମିତ ବ୍ୟାଟେରୀ ଉଦ୍ଧାର କରାଯାଇଛି ।

ଶନିବାର ସକାଳେ କଠୁଆ ଜିଲ୍ଲାର ହିରାନଗର ସେକ୍ଟରର କାଠୁଆ ଗ୍ରାମରେ ବିଏସଏଫ କର୍ମଚାରୀଙ୍କ ଦ୍ୱାରା ଏକ ପାକିସ୍ତାନୀ ଡ୍ରୋନ୍ ଦେଖିବାକୁ ମିଳିଥିଲା । ଏହା ପରେ ସୈନିକମାନେ ସଙ୍ଗେ ସଙ୍ଗେ ଡ୍ୟୁଟି ରେ ଆସି ଡ୍ରୋନର ଉପରକୁ ଆଠ ରୁ ନଅ ରାଉଣ୍ଡ ଗୁଳି ଚଳାଇ ତାହାକୁ ନିଷ୍କ୍ରିୟ କରିଥିଲେ । ଆତଙ୍କବାଦୀଙ୍କ ଅନୁପ୍ରବେଶ ତଥା ପାକିସ୍ତାନୀ ଡ୍ରୋନର ବ୍ୟବହାରକୁ ନେଇ ବିଏସଏଫ ନିୟୋଜନ ଉପରେ ନଜର ରଖିବା ପାଇଁ ଡ୍ରୋନର ବ୍ୟବହାର କରୁଥିବାର ଅନୁମାନ କରାଯାଇଛି । ଏହା ପରେ BSF ସୁରକ୍ଷା ବାହିନୀ କୁ ସୀମା ରେ ମୃତୟନ କରାଯାଇଥିଲା ।

ଏହି ଘଟଣାର ଯାଞ୍ଚ କରି ଡିଜି ଦିଲବାଗ ସିଂ କହିଛନ୍ତି ଯେ ବିଏସଏଫ ନିଷ୍କ୍ରିୟ କରିଥିବା ଡ୍ରୋନକୁ ପାକିସ୍ତାନୀ ପୋଷ୍ଟ ପକ୍ଷରୁ ରଥୁଆ ଗ୍ରାମ ଆଡକୁ ପ୍ରେରଣ କରାଯାଉଛି । ଏହା ବିଏସ୍ଏଫ୍ ନିୟୋଜନ ଉପରେ ନଜର ରଖିବା ସହିତ ଭାରତୀୟ ସୀମାକୁ ଅସ୍ତ୍ର ପରିବହନ ପାଇଁ ବ୍ୟବହୃତ ହେଉଥିଲା ।

ସୂଚନା ଯୋଗ୍ୟ ଏହି ଡ୍ରୋନ ର ଓଜନ ଥିଲା 750 ଗ୍ରାମ ଏହା 5kg ର ଅସ୍ତ୍ର ଶସ୍ତ୍ର ପରିବହନ କରୁଥିଲା । ଜଣାନାହିଁ ଏହା ପୂର୍ବରୁ କେତେ ଅସ୍ତ୍ର ଶାସ୍ତ୍ର ପରିବହନ୍ କରି ସାରିଛି । ଏବଂ ଏହା କେଉଁଠାକୁ ଅସ୍ତ୍ରଶସ୍ତ୍ର ପରିବହନ କରୁଅଛି । ଆଶଙ୍କା ଏବଂ ଅନୁମାନ କରାଯାଉଛି ଯେ ଏହା ଭାରତରେ ଥିବା ଆତଙ୍କବାଦୀ ମାନଙ୍କ ପାଖକୁ କିମ୍ବା ପାକିସ୍ଥାନର ଅନ୍ୟ କେଉଁ ଆର୍ମି ପୋଷ୍ଟ କୁ ପଠା ଯାଉଥିଲା ।

ହୁଏ ତ କମ ଦୂରତା ପାଇଁ ଭାରତ ସୀମା ମଧ୍ୟ ଦେଇ ଏହାକୁ ପଠାଯାଉଥିଲା । ଏହି ଚେକ ପୋଷ୍ଟ ର ମୁଖ୍ୟ ମେଜର କହିଛନ୍ତି କି ଭୟଭିତ ହେବାର କୌଣସି କାରଣ ନାହିଁ । ଆର୍ମି ସବୁ ସମୟରେ ସୀମାରେ ମୃତୟନ ରହିଛି । ଶତ୍ରୁ କୁ ଦେଶ ମଧ୍ୟକୁ ଆସିବାକୁ ହେଲେ ଆମ ଜୀବନ ନେବାକୁ ପଡ଼ିବ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।