ସୁପ୍ରିମକୋର୍ଟଙ୍କ ରଥଯାତ୍ରା ବନ୍ଦ ନିଷ୍ପତ୍ତି ପରେ ଶଙ୍କରାଚାର୍ଯ୍ୟ କହିଲେ ଏହି ବଡ଼ କଥା

ବିଶ୍ୱ ପ୍ରସିଧ ରଥଯାତ୍ରା ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି । ଏହାକୁ ବିରୋଧ କରି ନିଜ ମତ ଦେଇଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ । ପୁରୀର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଲାନନ୍ଦ ସରସ୍ୱତୀ ଏବଂ ଜଗନ୍ନାଥ ମନ୍ଦିରର ଅନ୍ୟ ପୁରୋହିତମାନେ ଶୁକ୍ରବାର ଦିନ ରଥଯାତ୍ରା ବନ୍ଦ କରିବା ଉପରେ ବିଚାର କରିବା ଏବଂ ଆବଶ୍ୟକ ସତର୍କତା ସହ ଏହି ଉତ୍ସବକୁ ଅନୁମୋଦନ କରିବାକୁ ସୁପ୍ରିମକୋର୍ଟକୁ କହିଛନ୍ତି ।

କୋଭିଡ -19 କୁ ଦୃଷ୍ଟିରେ ରଖି ରଥଯାତ୍ରା ବନ୍ଦ କରିବାକୁ ସୁପ୍ରିମକୋର୍ଟ ନିଷ୍ପତ୍ତି ଉପରେ ଟିପ୍ପଣୀରେ ସେ କହିଛନ୍ତି ଯେ ଏହା କେବଳ ଅଳ୍ପ କିଛି ସେବକଙ୍କ ସହ ସମାରୋହକୁ ଅନୁମତି ଦିଆଯାଇପାରେ, ଯଦିଓ ଏହାର ପୁନର୍ବିଚାର କରାଯାଏ ତାହାଲେ ଏବର୍ଷ ରଥଯାତ୍ରା ବନ୍ଦ ହେବ ନାହିଁ ।

 

ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳା ନନ୍ଦ ସରସ୍ୱତୀ ଏହା କହିଛନ୍ତି ଯେ ରଥଯାତ୍ରା ବନ୍ଦ କରିବା ସମସ୍ୟା ର ସମାଧାନ ନୁହଁ । ସେ ଏହା ମଧ୍ୟ କହିଛନ୍ତି ଯେ ଭକ୍ତମାନେ ଏହି ଉତ୍ସବକୁ ଚଳିତ ବର୍ଷ କେବଳ ଟିଭିରେ ଦେଖିପାରିବେ,ପୁରୀ ବଡ଼ ଦାଣ୍ଡ କୁ ଆସିବାର କୌଣସି ଆବଶ୍ୟକତା ନାହିଁ । ନଅ ଦିନ ଧରି ଚାଲିଥିବା ଏହି ପର୍ବ ରଥ ଯାତ୍ରା ସହିତ ଆରମ୍ଭ ହୋଇଥାଏ ଏବଂ ବାହୁଡ଼ା ଯାତ୍ରା ସହ ଶେଷ ହୋଇଥାଏ । ,ଯେଉଁଥିରେ ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳରାମ ଏବଂ ଦେବୀ ସୁଭଦ୍ରାଙ୍କୁ ଏଠାରେ ଗୁଚିଚା ମନ୍ଦିରକୁ ଆଣି ଏହି ଆଷାଢ଼ ମାସ ସମୟରେ ରଥଯାତ୍ରା କରାଯାଏ ।

ପୂର୍ବରୁ ଇତିହାସ ରେ 283 ବର୍ଷ ତଳେ ବନ୍ଦ ହୋଇଥିଲା । ରଥଯାତ୍ରା ଗୋଟିଏ ବର୍ଷ ବନ୍ଦ ହେଲେ କୁହାଯାଏ 12 ବର୍ଷ ପର୍ଯ୍ୟନ୍ତ ରଥଯାତ୍ରା ବନ୍ଦ ହେବ । ମହାବାହୁ ଅଣସର ଘରୁ ବାହାରି ପାରିବେ ନାହିଁ ଏବଂ ରତ୍ନ ସିଂହାସନ ରେ ବିଜେ କରି ପାରିବେ ନାହିଁ । ଯେ ପର୍ଯ୍ୟନ୍ତ ମାଉସୀ ମାଆ ଘରୁ ଯାଇ ଦୁଇ ଭାଇ ଭଉଣୀ ବୁଲି ଫେରି ନଆସିଛନ୍ତି । ସେପର୍ଯ୍ୟନ୍ତ ମହାବାହୁ ରତ୍ନ ସିଂହାସନ କୁ ଫେରିବେ ନାହିଁ । ତେଣୁ ଥରେ ଯଦି କୌଣସି କାରଣରୁ ରଥଯାତ୍ରା ବନ୍ଦ ହୁଏ ତେବେ ଏହା 12 ବର୍ଷ ପର୍ଯ୍ୟନ୍ତ ବନ୍ଦ ରହିବ । ସୁପ୍ରିମକୋର୍ଟ ର ଆଦେଶ ଉପରେ ମୁକ୍ତି ମଣ୍ଡପ ଏ ପର୍ଯ୍ୟନ୍ତ ବିଚାର କରୁଛି ।

କେରଳ ସ୍ୱାମୀ ଅୟପା ଙ୍କ ଯାତ୍ରା କୁ ମଧ୍ୟ ସୁପ୍ରିମକୋର୍ଟ ବନ୍ଦ କରିବାକୁ ଆଦେଶ ଦେଇଥିଲେ କିନ୍ତୁ ଏହା ସେଠାରେ ଧୂମ ଧାମ ରେ ପାଳନ୍ ହୋଇଥିଲା । ରାଜ୍ୟ ସରକାର ଚାହିଁଥିଲେ ନିଜେ ଏହି ସମସ୍ୟା କୁ ସମାଧାନ କରିପାରିଥାନ୍ତେ କିନ୍ତୁ ସରକାର ଏହାକୁ କେନ୍ଦ୍ର ସୁପ୍ରିମକୋର୍ଟ କୁ ନେଇ ରଥଯାତ୍ରା କୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି ! ଆଗକୁ କଣ ହେଉଛି ତାହା କେବଳ ଦେଖିବା ବାକି ରହିଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।