ଆଜିର ରାଶିଫଳ, 21 ଜୁନ 2020, ରବିବାର, ସୂର୍ଯ୍ୟଦେବଙ୍କ କୃପା ରହିବ ଏହି ୪ଟି ରାଶି ଉପରେ, ମିଳିବ ଭାଗ୍ୟର ସାଥ ଓ ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୧ ଜୁନ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆପଣଙ୍କ ଆଜିର ଦିନ ସାମାନ୍ୟ ରୂପରେ ଲାଭଦାୟକ ରହିବ । ମାନସିକ ରୂପରେ ଆପଣ ସୁସ୍ଥ ଅନୁଭବ କରିବେ ଓ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ବି ଦୂର ହୋଇଯିବ । ଅସନ୍ତୁଳିତ ଖାଦ୍ୟପାନ ଠାରୁ ଦୂରେଇ ରୁହନ୍ତୁ ନଚେତ ସ୍ୱାସ୍ଥ୍ୟ ଖରାପ ହୋଇପାରେ । କାମରେ ସଫଳତା ମିଳିବାରେ ବିଳମ୍ବ ହୋଇପାରେ । ସେଥିପାଇଁ ନିଜର କାମ ଉପରେ ଧ୍ୟାନ ଦିଅନ୍ତୁ । ଆୟ ବଢିବ । ପ୍ରେମ ଜୀବନ ପାଇଁ ଆଜିର ଦିନ ଅନୁକୂଳ ଅଟେ ଓ ଗୃହସ୍ତ ଜୀବନରେ ଜୀବନସାଥି ଆପଣଙ୍କୁ ଲାଭର ମାର୍ଗ ଦର୍ଶାଇବେ । ଆପଣଙ୍କ ସମ୍ପର୍କରେ ଖୁସି ଆସିବ ।

ବୃଷ

ଆପଣଙ୍କ ପାଇଁ ଆଜିର ଦିନ ବହୁତ ଭଲ ରହିବ । ଆପଣ ମାନସିକ ରୂପରେ ଖୁସିରେ ରହିବେ । ଅଳ୍ପ ବହୁତ ସମସ୍ୟା ବି ଆସିବ କିନ୍ତୁ ଆପଣ ତାକୁ ହସି ହସି ସମାଧାନ କରି ନେବେ । ପ୍ରେମ ମାମଲାରେ ଆଜିର ଦିନ ଭଲ ରହିବ । ନିଜର ପ୍ରିୟ ସାଥିଙ୍କ ସହ ରୋମାନ୍ସର ଚାନ୍ସ ମିଳିବ । ଯେଉଁ ଲୋକମାନେ ବିବାହିତ ଅଛନ୍ତି ତାଙ୍କ ଗୃହସ୍ତ ଜୀବନ ସାମାନ୍ୟ ରହିବ । କାମ କରିବା ପାଇଁ ଆଜି ଆପଣଙ୍କୁ କିଛି ଅସୁବିଧାର ସାମ୍ନା କରିବାକୁ ପଡିପାରେ । ଆପଣଙ୍କୁ ଅନୁଭବ ହେବ କି ଆପଣଙ୍କ ପରିଶ୍ରମର ଫଳ ଆପଣଙ୍କୁ ମିଳୁ ନାହିଁ । ସ୍ୱାସ୍ଥ୍ୟ ଭଲ ରହିବ ।

ମିଥୁନ

ଆପଣଙ୍କ ପାଇଁ ଆଜିର ଦିନ ବହୁତ ଭଲ ରହିବ ଓ ପରିବାରକୁ ସମୟ ବି ଦେବେ । ତାଙ୍କ ଦରକାର ଜିନିଷକୁ ବି ବୁଝି ପାରିବେ । ଏହି କାରଣରୁ ପରିବାର ଲୋକମାନଙ୍କ ନଜରରେ ଆପଣଙ୍କ ସମ୍ମାନ ବଢିବ । ଆପଣ ନିଜର ବିରୋଧୀଙ୍କ ଉପରେ ହାବି ରହିବେ ଓ ଆପଣଙ୍କୁ ଚାକିରିରେ ଭଲ ପରିଣାମ ମିଳିବ । ଯଦି ଆପଣ କୌଣସି ବ୍ୟାପାର କରିବାକୁ ଚାହୁଁଛନ୍ତି ତେବେ ସେଥିରେ ଆଜିର ଦିନ ସାମାନ୍ୟ ରହିବ । ନିଜର ଶଶୁରଘର ପକ୍ଷ ଲୋକମାନଙ୍କ ସହ କଥାବାର୍ତ୍ତା କରନ୍ତୁ । ଭାଗ୍ୟ କମଜୋର ରହିବ । ଯେଉଁ କାରଣରୁ ପରିଶ୍ରମ ଅଧିକ କରିବାକୁ ପଡିପାରେ । କାମ ପାଇଁ ସ୍ଥିତି ସାମାନ୍ୟ ରହିବ । ସ୍ୱାସ୍ଥ୍ୟ ନରମ ରହିବ ।

କର୍କଟ

ଆଜି ଆପଣଙ୍କୁ କିଛି ସୁବିଧା ଓ ସୁଯୋଗ ମିଳିବ । କିଛି ଗୁପ୍ତ କାର୍ଯ୍ୟ ଉପରେ ବି ଟଙ୍କା ଖର୍ଚ ହୋଇପାରେ । ବିରୋଧୀ ମାନଙ୍କ ଠାରୁ ସମସ୍ୟା ହେବ ନାହିଁ କିନ୍ତୁ ଆପଣ ଚିନ୍ତିତ ଅବଶ୍ୟ ରହିବେ । ଦାମ୍ପତ୍ୟ ଜୀବନ ପାଇଁ ଆଜିର ଦିନ ଭଲ ରହିବ । ପ୍ରେମ ଜୀବନରେ କିଛି ଅସୁବିଧାର ସାମ୍ନା କରିବାକୁ ପଡିପାରେ । ପତ୍ନୀ କୌଣସି କଥାକୁ ନେଇ ଆପଣଙ୍କ ଉପରେ ରାଗି ପାରନ୍ତି । ଚାକିରି ପରିବର୍ତ୍ତନ କରିବାର ବିଚାର ଆସିପାରେ ।

ସିଂହ

ଆପଣଙ୍କ ପାଇଁ ଆଜିର ଦିନ ଭଲ ରହିବ । ଅଟିକିଥିବା କାର୍ଯ୍ୟ ପୁରା ହୋଇଯିବ । କାମରେ ସଫଳତା ମିଳିବ । ପାରିବାରିକ ଜୀବନରେ ସୁଖମୀୟ ସ୍ଥିତି ଆସିବ । ଗୃହସ୍ତ ଜୀବନରେ ଖୁସି ଆସିବ । ଜୀବନସାଥିଙ୍କ ସହ ସମ୍ପର୍କ ଭଲ ହେବ । ଯେଉଁ ଲୋକମାନେ କାହା ସହିତ ପ୍ରେମ କରୁଛନ୍ତି ତାଙ୍କୁ କିଛି ଅସୁବିଧା ହୋଇପାରେ । ଶିକ୍ଷାରେ ଅସୁବିଧା ଆସିପାରେ । ସ୍ୱାସ୍ଥ୍ୟ ଭଲ ରହିବ ।

କନ୍ୟା

ସହଯୋଗୀ ମାନଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ବ୍ୟବସାୟୀମାନଙ୍କୁ ଉତ୍ତମ ଲାଭ ପ୍ରାପ୍ତି ହେବ । କୌଣସି ଦୂର ସ୍ଥାନକୁ ଯାତ୍ରା କରି ପାରିବେ ନାହିଁ । ସରକାରୀ କର୍ମଚାରୀମାନଙ୍କ ଉନ୍ନତି ହୋଇପାରେ । ପରିବାର ଲୋକଙ୍କ ଉନ୍ନତିରେ ଆନନ୍ଦିତ ହେବେ ଓ ଆର୍ଥିକ ସ୍ଥିତି ଭଲ ରହିବ । ଶତୃମାନେ ମିତ୍ରଭାବ ଆଚରଣ କରିବେ । ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ । ସାକ୍ଷାତ୍କାରରେ ବିଜୟୀ ହେବେ ।

ତୁଳା

କାର୍ଯ୍ୟ ସ୍ଥିତିରେ ସୁଧାର ଆସିବାରୁ ମନ ବହୁତ ଖୁସି ରହିବ । ସାଧାରଣ ଲୋକ ସମ୍ପର୍କ ଭଲ ରହିବ । ନିଜକୁ ପ୍ରତିଷ୍ଠିତ କରିପାରିବେ । ବ୍ୟବସାୟରେ ପ୍ରଚୁର ଲାଭ ହେବ । ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ଭଲ ଓ ଘରୋଇ ସଂସ୍ଥାର କର୍ମ କ୍ଷେତ୍ରରେ ସହଯୋଗୀ ମାନେ ସହଯୋଗ କରିବେ । ଦୂର ଯାତ୍ରାର ସୁଯୋଗ ମିଳିବ ନାହିଁ । ମାନସିକ ଦୁଃଶ୍ଚିନ୍ତା ଦୂର ହେବ । ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ ।

ବିଚ୍ଛା

ଶାରିରୀକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ନୂତନ ନିଯୁକ୍ତିର ସୁଯୋଗ ପାଇବେ । କାର୍ଯ୍ୟ କ୍ଷେତ୍ରରେ ଶତୃମାନେ ପରାଜିତ ହେବେ । ବ୍ୟବସାୟୀମାନେ ଲାଭବାନ ହେବେ । ଛାତ୍ର-ଛାତ୍ରୀମାନେ ପାଠ ପଢ଼ାରେ ମନଯୋଗ ଦେବେ । ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ବିଜୟୀହେବେ ।

ଧନୁ

ଚାକିରି କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସାହାଯ୍ୟ ସହଯୋଗ ପାଇବେ । ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଦେଖାଦେବ । ପିଲାମାନଙ୍କ ପାଇଁ ବ୍ୟସ୍ତ ବିବ୍ରତ ହେବେ । ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱିତାରେ ସଫଳ ହେବେ । ଶତ୍ରୁମାନଙ୍କ ଉପରେ ନଜର ନ ରଖିଲେ କ୍ଷତିରେ ପଡିବେ । କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ପୁରାତନ ରୋଗରୁ ମୁକ୍ତି ମିଳିବ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । କମ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ ।

ମକର

ବ୍ୟବସାୟୀମାନଙ୍କ ପ୍ରାପ୍ୟ ସେମାନଙ୍କୁ ମିଳିଯିବ । କାର୍ଯ୍ୟରେ ସଫଳ ହେବେ । ଚାକିରୀ କରୁଥିବା ଲୋକମାନେ ନିଜର କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରି, ତଳୁ ଉପର ଯାଏଁ ଆଦର୍ଶ ସ୍ଥାନ ଗ୍ରହଣ କରିବେ । ନୂତନ କାର୍ଯ୍ୟ ପାଇଁ ଆଶାୟୀ ହେବେ । ପାରିବାରିକ ଜୀବନ ସୁଖମୟ ହେବ । ମାନସିକ ଅଶାନ୍ତି ଦୂର ହେବ । ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧିହେବ ଓ ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ହ୍ରାସ ହେବ ।

କୁମ୍ଭ

ପରୀକ୍ଷା ପ୍ରତିଯୋଗିତା ବିଜୟୀ ହେବେ । ବ୍ୟବସାୟରେ ଉଧାର ଦେଲେ ଫେରି ପାଇବା କଷ୍ଟ ହେବ । ଅନାବଶ୍ୟକ କାର୍ଯ୍ୟ କରିବାକୁ ପଡିବ । ବରିଷ୍ଠବ୍ୟକ୍ତି, ପଦାଧିକାରୀଙ୍କ ପ୍ରଶଂସାର ପାତ୍ର ହେବେ । ଶତୃ ବୃଦ୍ଧି ହେବେ । କର୍ମ କ୍ଷେତ୍ରରେ ବାଧା ଆସିବ । କର୍ମ ନିଯୁକ୍ତି ପାଇଁ ଚେଷ୍ଟା କରିବେ । କଥା ବାର୍ତ୍ତାରେ ନିୟନ୍ତ୍ରଣ ନ ରହିଲେ ବିପଦର ସମ୍ମୁଖୀନ ହେବେ । ରାଜନୀତିରେ କୂଟନୀତିର ଶୀକାର ହେବେ । ମାନସିକ ଅସ୍ଥିରତା ଦେଖାଦେବ ଓ କୌଣସି ଯୋଜନା କରିବା ପୂର୍ବରୁ ଗଭୀର ଚିନ୍ତା କରନ୍ତୁ ।

ମୀନ

ସୁନା, ରୂପା, ଅଳଙ୍କାର ଇତ୍ୟାଦି ବ୍ୟବସାୟରେ ଉନ୍ନତି ହେବ । ବ୍ୟବସାୟୀମାନେ କଠିନ ପରିଶ୍ରମର ମୂଲ୍ୟ ଫେରି ପାଇବେ । କର୍ମ କ୍ଷେତ୍ରରେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ଦେଖାଦେବ । କର୍ମାନୁଯାୟୀ ଫଳପ୍ରାପ୍ତି ହେତୁ କର୍ତ୍ତବ୍ୟ ପରାୟଣତା ରକ୍ଷା କରି ପାରିବେ । ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣ ହେବ । ମହିଳାମାନେ ବନ୍ଧୁ ମିତ୍ରଙ୍କ ସହଯୋଗ ପାଇବେ । ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।