ବିଶ୍ଵାସ ନିଜେ ଉପର କର, ଅନ୍ୟ ଖା ଉପରେ ନୁହେଁ, ଏହି କଥା ଜାଣିଲେ ଜୀବନ ବଦଳିଯିବ

ବିଶ୍ଵାସ ଆମ ଜୀବନରେ ସବୁଠୁ ବଡ ମହତ୍ଵ ରଖିଥାଏ । କହିବାକୁ ଗଲେ ଗଛର ଡାଳ ଉପରେ ବସିଥିବା ପକ୍ଷୀ କେବେ ବି ଡାଳ ଭାଙ୍ଗିବାକୁ ଭୟ କରେ ନାହିଁ । କାରଣ ତାକୁ ବିଶ୍ଵାସ ଡାଳର ମଜବୁତି ଉପରେ ନୁହେଁ ନିଜ ଉପରେ ଥାଏ । କାରଣ ସେ ନିଜ ପର ଦ୍ଵାରା ଉଡି ବଞ୍ଚି ପାରିବ । ସେଥିପାଇଁ ଅନ୍ୟ କାହା ଉପରେ ବିଶ୍ଵାସ କରିବା ବଦଳରେ ନିଜ ଉପରେ ବିଶ୍ଵାସ ରଖନ୍ତୁ ।

ଆପଣଙ୍କ ଜୀବନରେ କେଉଁ ଭଳି ପ୍ରକାରର ସମସ୍ୟା ଆସିବ ଏହା ଆପଣ ବାଛି ପାରିବେ ନାହିଁ କିନ୍ତୁ ସେହି ସମସ୍ତ ସମସ୍ୟାକୁ ପାର କେମିତି କରିବେ ଏହା ଆପଣଙ୍କୁ ହିଁ ଠିକ କରିବାର ଅଛି । କାରଣ ଆପଣଙ୍କ ଜୀବନ ସହ ଜଡିତ ନିଷ୍ପତି ଆପଣଙ୍କ ଛଡା ଆଉ କେହି ବି ନେଇ ପାରିବେ ନାହିଁ । ନିଜ ଜୀବନରେ ଆସୁଥିବା ସମସ୍ୟାକୁ ଦେଖି କେବେ ଭୟଭିତ ହେବା ଉଚିତ ନୁହେଁ । ସମସ୍ୟା ପ୍ରାୟତଃ ଭଲ ଲୋକମାନଙ୍କ ଭାଗ୍ୟରେ ହିଁ ଆସି ଥାଏ ।

ଅସଫଳ ବ୍ୟକ୍ତିଙ୍କ ରାସ୍ତାରୁ ସମସ୍ଯା ନିଜେ ହିଁ ଚାଲି ଯାଏ । ଯେତେବେଳେ ପକ୍ଷୀ ଉଡିବା ପାଇଁ ଚିନ୍ତା କରି ନିଏ ତେବେ ପବନ ବି ତାକୁ ଅଟକାଇ ପାରେ ନାହିଁ । ସେଥିପାଇଁ ଆପଣ ନିଜର ଲକ୍ଷକୁ ପାଇବା ପାଇଁ ଇଛାଶକ୍ତିକୁ ସୃଢୃଧ କରି ନିଅନ୍ତୁ । ସେତେ ଦିନ ପର୍ଯ୍ୟନ୍ତ ଲକ୍ଷକୁ ପାଇବାର ଇଚ୍ଛା ରଖିଥାନ୍ତୁ ଯେତେ ଦିନ ପର୍ଯ୍ୟନ୍ତ ଆପଣ ନିଜ ଲକ୍ଷ ପାଖକୁ ପହଞ୍ଚି ନ ଯାଇଛନ୍ତି । ଯଦି କ୍ଳାନ୍ତ ହୋଇ ଯାଉଛନ୍ତି କିମ୍ବା ମନ ହାରିବାକୁ ଲାଗୁଛି, ହାତ ଗୋଡ କାମ କାରିବା ବନ୍ଦ କରି ଦେଉଛି ।

ତଥାପି ଅଟକିବେ ନାହିଁ କେବଳ ପୁଣି ଥରେ ପ୍ରୟାସ କରନ୍ତୁ । ଜୀବନରେ କେବେ ବି ହାରି ଯିବେ ନାହିଁ । ବାରମ୍ବାର ଚେଷ୍ଟା କରନ୍ତୁ । କାରଣ ଚାବି ପନ୍ଥାର ଶେଷ ଚାବି ବି ତାଲା ଖୋଲି ପାରିବ । ସବୁବେଳେ ମନେ ରଖିବେ କି ପଡିବା ବଡ କଥା ନୁହେଁ ପଡି କି ଉଠିବା ବଡ କଥା ଅଟେ । ବଡ କଥା ଏହା ନୁହେଁ କି ଆପଣ କେତେ ଥର ତଳକୁ ପଡ଼ୁଛନ୍ତି ବଡ କଥା ଏହା ଅଟେ କି ଆପଣ ଉଠିବା ପାଇଁ କେତେ ସମୟ ନେଉଛନ୍ତି ।

ଯିଏ ୧୦୦ ଥର ପଡି ବି ଉଠିବା ପାଇଁ ସାହସ ରଖିଥାଏ ତାକୁ କେହି ବି ତଳକୁ କରି ପାରିବ ନାହିଁ ଓ ଯିଏ କେବେ ବି ହାର ମାନେ ନାହିଁ ତାକୁ ବି କିଏ ପରାଜୟ କରି ପାରିବ ନାହିଁ । ଗୋଟିଏ କଥା ମନେ ରଖନ୍ତୁ ଯଦି ଆପଣ ସହଜ କାମ କରିବେ ତେବେ ଆପଣଙ୍କ ଜୀବନ ନିଶ୍ଚିତ କଷ୍ଟ ଦାୟକ ହେବ । କିନ୍ତୁ ଯଦି ଆପଣ ସେହି କାମ କରିବେ ଯାହା କଷ୍ଟ ଅଟେ ତେବେ ଆପଣଙ୍କ ଜୀବନ ସହଜ ହୋଇଯିବ ।

ସେଥିପାଇଁ କଷ୍ଟରୁ ମୁହଁ ମୋଡିବା ପରିବର୍ତ୍ତେ କଷ୍ଟର ସାମ୍ନା କରନ୍ତୁ । କାରଣ କଷ୍ଟ ହିଁ ଆପଣଙ୍କ ଜୀବନକୁ ସହଜ କରି ଦେବ । କଷ୍ଟ ସହ ଳଢନ୍ତୁ କଷ୍ଟ ଆପଣଙ୍କ ସାମ୍ନାରେ ରହିବ ନାହିଁ । କଷ୍ଟ ହାର ମାନି ଯିବ ଓ ଆପଣ ଜିତି ଯିବେ ।