ମୋର ବାହାଘର ବୟସ ହୋଇଗଲାଣି କହି ସଲମାନ ଖାନ ପ୍ରପୋଜ କରିଥିଲେ କ୍ୟାଟ୍ରିନାଙ୍କୁ, କିନ୍ତୁ କ୍ୟାଟ୍ରିନା କହିଦେଲେ ଏହିକଥା, ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

ବଲିଉଡ ଅଭିନେତା ସଲମାନଙ୍କ ବିବାହ କେବେହେବ ? ଏହାର ଜବାବ ତ ଭଗବାନ ଦେଇପାରିବେ ନାହିଁ । ଭାଇଜାନ ସଲମାନ ଖାନ ଙ୍କୁ 54 ବର୍ଷ ବୟସ ହୋଇଗଲାଣି କିନ୍ତୁ ବାହାଘରର କୌଣସି ଠିକ ଠିକଣା ନାହିଁ । କଥା ନୁହେଁ କି ତାଙ୍କ ଜୀବନରେ କେହି ଝିଅ ଆସିନାହାନ୍ତି ,ଭାଇଜାନ ନିଜର ଫିଲ୍ମ ଜୀବନ ରେ ବହୁତ ଅଭିନେତ୍ରୀ ମାନଙ୍କୁ ଡେଟ କରିଛନ୍ତି ,ପୁଣି ସେ ଐଶ୍ୱରୟା ରାୟ ହୁଅନ୍ତୁ ନଚେତ ଜ୍ୟାକ୍ଲିନ ଫରଣାଣ୍ଡିସ । ଏମିତିରେ ଭାଇଜାନ ସଲମାନଙ୍କର ସବୁଠାରୁ ଅଧିକ ସମ୍ପର୍କ ଅଭିନେତ୍ରୀ କ୍ୟାଟ୍ରିନାଙ୍କ ସହ ଥିଲା । କିନ୍ତୁ ଉଭୟ ଆଜିର ଦିନରେ କେବଳ ମାତ୍ର ବନ୍ଧୁ ହୋଇ ରହିଗଲେ । ଏହାପୂର୍ବରୁ ଏମିତି ଏକ ସମୟ ଥିଲା ଯେଉଁ ସମୟରେ ଉଭୟ ଗାର୍ଲଫ୍ରେଣ୍ଡ ଓ ବୟଫ୍ରେଣ୍ଡ ଭାବରେ ସାରା ଇଣ୍ଡଷ୍ଟ୍ରିରେ ପରିଚିତ ଥିଲେ । ସେହି ସମୟରେ ସମସ୍ତଙ୍କୁ ଏମିତି ଲାଗିଲା କି ପରସ୍ପର ବିବାହ କରିବେ ।

ସଲମାନ ଓ କ୍ୟାଟ୍ରିନା ଉଭୟ ବଲିଉଡ ଇଣ୍ଡଷ୍ଟ୍ରିକୁ ବହୁତ ହିଟ ଫିଲ୍ମ ମଧ୍ୟ ଦେଇଛନ୍ତି । ସେହି ଫିଲ୍ମ ଗୁଡିକ ମଧ୍ୟରୁ ,”ମେନେ ପ୍ୟାର କ୍ୟୁ କିୟା” ,ୟୁଭରାଜ , “ଟାଇଗର ଜିନ୍ଦା ହେ” ସାମିଲ ଅଟେ । ଏହି ଫିଲ୍ମ ଗୁଡିକରେ ଉଭୟଙ୍କ ଯୋଡି ଦର୍ଶକମାନଙ୍କୁ ବହୁତ ପସନ୍ଦ ଆସିଥିଲା । କିଛି ଅଳ୍ପ ଲୋକ ଜାଣିଛନ୍ତି ଯେ କି ସଲମାନ ଖାନ ,କ୍ୟାଟ୍ରିନା ଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ । ଏହି ଘଟଣାର ଏକ ଭିଡ଼ିଓ ଯାହାକି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓ ମାଧ୍ୟମରେ ଯେତେବେଳେ ସଲମାନ ,କ୍ୟାଟ୍ରିନା ଙ୍କୁ ପ୍ରପୋଜ କରନ୍ତି ତ ସେତେବେଳେ କ୍ୟାଟ୍ରିନା ଙ୍କ ରିଆକ୍ସନ କିଛି ଦେଖିବା ଭଳି ଥିଲା ।

ମୋର ବୟସ ହୋଇଗଲାଣି ବିବାହ କରିବା ପାଇଁ କହିଥିଲେ – ସଲମାନ

ଏହି ଭିଡ଼ିଓ ଟି ସଲମାନ ଙ୍କ ଫ୍ୟାନ ପେଜରେ ପୋଷ୍ଟ ହୋଇଛି ଏହି ଭିଡ଼ିଓ ରେ ସଲମାନ ଏକ ଖୁସି ମିଜାଜ ରେ କ୍ୟାଟ୍ରିନା ଙ୍କୁ ପଚାରୁଛନ୍ତି କି ” ବର୍ତମାନ ମୋର ବିବାହ ବୟସ ହୋଇଗଲାଣି ଓ ମତେ ବାହାହେବା ପାଇଁ ବହୁତ ଇଚ୍ଛା ,କଣ ତମେ ମତେ ବିବାହ କରିବ ” । ସଲମାନ ଙ୍କ ଏହି ପ୍ରୋପୋଜାଲ କୁ କ୍ୟାଟ୍ରିନା ମଜା ଭାବରେ ନେଇ ହସିଦେଇଥିଲେ । ଯଦି କ୍ୟାଟ୍ରିନା ଏହାକୁ ସିରିୟସ ଭାବରେ ନେଇଥାନ୍ତେ ,ତାହେଲେ ଭାଇଜାନ ଆଜି ମ୍ୟାରେଡ଼ ମ୍ୟାନ ହୋଇଥାନ୍ତେ । ପ୍ରଶ୍ନ ଉଠୁଛି ଏହି ଭିଡ଼ିଓ ଆପଣ କେଉଁଠି ଦେଖିପାରିବେ ?

ଲୋକମାନଙ୍କୁ ପସନ୍ଦ ଆସୁଛି ଭିଡିଓ

ସୋସିଆଲ ମିଡିଆରେ ସଲମାନଙ୍କ ଏହି ପ୍ରୋପଜାଲ ଭିଡ଼ିଓ ବହୁତ ଭାଇରାଲ ହେବାରେ ଲାଗିଛି । ଖାଅସ୍ କରି ସଲମାନଙ୍କ ଫ୍ୟାନ ଏହି ଭିଡ଼ିଓ କୁ ଅତିମାତ୍ରାରେ ଲାଇକ କରୁଛନ୍ତି । ସୋସିଆଲ ମିଡିଆରେ ବର୍ତମାନ 84 ହଜାର ରୁ ଉର୍ଦ୍ଧ୍ବ ଲୋକ ଏହି ଭିଡ଼ିଓକୁ ଦେଖିସାରିଛନ୍ତି । ଓ କିଛି ଲୋକ ଏହା ମଧ୍ୟ କହୁଛନ୍ତି କି ଯଦି କ୍ୟାଟ୍ରିନା ତାଙ୍କ ପ୍ରୋପଜାଲ କୁ ଗ୍ରହଣ କଟିଥାନ୍ତେ , ତାହେଲେ ଆଜି ତାଙ୍କ କୋଳରେ ଏକ ଛୋଟ ପିଲାଟି ଥାନ୍ତା ।

ଦିୱାଲୀ ଆସିପାରେ ଫିଲ୍ମ ରାଧେ

ସଲମାନ ଙ୍କ ନୂଆ ଫିଲ୍ମ ରାଧେ “ୟୋର ଦ ମୋଷ୍ଟ ୱାନଟେଡ଼ ହିରୋ ” ଏହି ଇଦ ରେ ରିଲିଜ ହେବାକୁ ଥିଲା । କିନ୍ତୁ ଏହା ଲକଡାଉନ ପାଇଁ ହୋଇପାରିଲା ନାହିଁ । କିନ୍ତୁ ଏବେ ଶୁଣିବାକୁ ମିଳୁଛି ଯେ ଏହି ଫିଲ୍ମର ଡ଼ାଇରେକ୍ଟର ପ୍ରଭୁ ଦେବା ଦିୱାଲୀ ରେ ଫିଲ୍ମ ରିଲିଜ ହ୍ୱବା ନେଇ ସୂଚିତ କରିଛନ୍ତି । ଏହି ଫିଲ୍ମରେ ସଲମାନଙ୍କ ବ୍ୟତୀତ ଦିଶା ପଟାନି ଓ ରନଦୀପ ହୁଡା ମୁଖ୍ୟ ଭୂମିକାରେ ରହିଛନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।