ଯଦି ଆପଣ ସ୍ଵପ୍ନରେ ମରି ଯାଇଥିବା ପରିବାରର କୌଣସି ସଦସ୍ୟକୁ ଦେଖୁଛନ୍ତି, ତ ଜାଣି ନିଅନ୍ତୁ ଏହାର କଣ ଅର୍ଥ

ସ୍ଵପ୍ନ ମଧ୍ୟରେ ଏମିତି ବହୁତ ସ୍ଵପ୍ନ ବିଷୟରେ କୁହାଯାଇଛି ଯାହାର ଅର୍ଥ ଅଶୁଭ ହୋଇଥାଏ । କହିବାକୁ ଗଲେ ସ୍ଵପ୍ନର ବହୁତ ଶ୍ରେଣୀ ହୋଇଥାଏ । ଏଥି ମଧ୍ୟରୁ ଆମେ କିଛି ସ୍ଵପ୍ନ ଖୁସିରେ ଦେଖିଥାଉ, ତ କିଛି ସ୍ଵପ୍ନ ମନକୁ ମନ ଆସିଥାଏ ଓ ଏହା ସହିତ ଏମିତି କଛି ସ୍ଵପ୍ନ ବି ଆସିଥାଏ ଯାହାକୁ ଦେଖି ଆମେ ଭୟଭୀତ ହୋଇଯାଉ । ସେହି ସ୍ଵପ୍ନ ମଧ୍ୟରେ ଆମେ ପ୍ରାୟତଃ ସେହି ଲୋକମାନଙ୍କୁ ଦେଖିଥାଉ ଯେଉଁମାନେ ବର୍ତ୍ତମାନ ଏହି ଦୁନିଆରେ ଆଉ ନାହାନ୍ତି । ସେଥିରେ ଆମର ମୃତ ସମ୍ପର୍କୀୟ କିମ୍ବା ବନ୍ଧୁ ଥାନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ କହିବୁ କି ଯଦି ଆପଣଙ୍କ ସ୍ଵପ୍ନରେ କୌଣସି ମୃତ ପରିଜନଙ୍କୁ ଦେଖୁଛନ୍ତି ତେବେ ଏହାର ଅର୍ଥ କଣ ଅଟେ ।

ଯଦି ପରିବାରର କୌଣସି ସଦସ୍ୟଙ୍କ ରୋଗରେ ପୀଡିତ ହୋଇ ମୃତ୍ୟୁ ହୋଇ ଯାଇଛି ଓ ସେ ସ୍ଵପ୍ନରେ ବହୁତ ସୁସ୍ଥ ନଜର ଆସୁଛନ୍ତି, ତେବେ ଏହାର ଅର୍ଥ ସେ ମୃତ୍ୟୁ ପରେ ଏକ ଭଲ ସ୍ଥାନରେ ଜନ୍ମ ହୋଇଛନ୍ତି ।

ଯଦି ଜଣେ ସୁସ୍ଥ ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ଯାଇଛି ଓ ସେ ସ୍ଵପ୍ନରେ ରୋଗରେ ପୀଡିତ ଅବସ୍ଥାରେ ନଜର ଆସୁଛନ୍ତି, ତେବେ ଏହାର ଅର୍ଥ ଏହା ଅଟେ କି ତାଙ୍କର କିଛି ଇଚ୍ଛା ରହି ଯାଇଛି ଓ ସେ ଆପଣଙ୍କ ମାଧ୍ୟମରେ ସେହି ଇଚ୍ଛାକୁ ପୁରା କରିବାକୁ ଚାହୁଁଛନ୍ତି ।

ସ୍ଵପ୍ନରେ ମୃତକର ସମ୍ପର୍କୀୟ ନଜର ଆସୁଛନ୍ତି, କିନ୍ତୁ ସେ କିଛି କହୁ ନାହାନ୍ତି, ତେବ ଏହାର ଅର୍ଥ ଆମର ପରିବାରରେ ଚାଲୁଥିବା ସମସ୍ତ ଗତିବିଧି ବିଷୟରେ ଚେତାବନୀ ଦେଉଛନ୍ତି ।

ଯଦି ସ୍ଵପ୍ନରେ ମୃତ ବ୍ୟକ୍ତି ଆସୁଛନ୍ତି ଓ ଆପଣଙ୍କୁ ଆଶୀର୍ବାଦ ଦେଉଛନ୍ତି, ତେବେ ଏହାର ଅର୍ଥ ଏହା ଅଟେ କି ଆପଣ ଯାହା ବି କାମ କରିବାକୁ ଚିନ୍ତା କରୁଛନ୍ତି ସେଥିରେ ଆପଣଙ୍କୁ ସଫଳତା ନିଶ୍ଚିତ ମିଳିବ ।

ଯଦି କୌଣସି ଜୀବିତ ବ୍ୟକ୍ତିକୁ ମୃତ ଦେଖୁଛନ୍ତି, ତେବେ ସେହି ବ୍ୟକ୍ତିର ବୟସ ବଢିଯାଏ ଓ ଏହା ଶୁଭ ହୋଇଥାଏ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।