କେନ୍ଦ୍ରୀୟ କର୍ମଚାରୀ ଓ ପେନସନ ପାଉଥିବା ବ୍ୟକ୍ତିଙ୍କ ପାଇଁ ଜରୁରୀ ଖବର, ଡ଼ିଏ ଦେୟ ପାଇଁ ଆବେଦନ ଉପରେ କୋର୍ଟ ଦେଲେ ଏହି ନିଷ୍ପତ୍ତି

କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନ ପାଉଥିବା ବ୍ୟକ୍ତିଙ୍କ ପାଇଁ ଏହା ଜରୁରୀ ଖବର ଅଟେ । କେନ୍ଦ୍ର ସରକାର ଗତ କିଛି ଦିନରେ ଭତ୍ତା ବୃଦ୍ଧିକୁ ନେଇ ରୋକ ଲଗାଇ ଥିଲେ । ସରକାରଙ୍କର ଏହି ନିଷ୍ପତ୍ତିକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ ଦିଆଯାଇ ଥିଲା । ଏଥିରେ ଡ଼ିଏ ପାଉଥିବା ବ୍ୟକ୍ତିଙ୍କ ଉପରେ ଲାଗିଥିବା ରୋକକୁ ଖାରଜ କରିବା ପାଇଁ ଦାବି କରାଯାଇ ଥିଲା । ହାଇକୋର୍ଟ ଏହା ଉପରେ ନିଜର ନିଷ୍ପତ୍ତି ଶୁଣାଇ ଦେଇଛି । ଆଦେଶ ଅନୁସାରେ କୋର୍ଟ ଏହି ଆବେଦନକୁ ଖାରଜ କରି ଦେଇଛି । ଏହାଦ୍ୱାରା ଦେଶର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନ ପାଉଥିବା ବ୍ୟକ୍ତିଙ୍କୁ ପୁଣିଥରେ ନିରାଶ ହେବାକୁ ପଡିଛି ।

ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କ କର୍ମଚାରୀ ଏବଂ ପେନସନଭୋଗୀ ସହିତ ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ଜାରି କରିବା ପାଇଁ କେନ୍ଦ୍ରକୁ ନିର୍ଦେଶ ଦେବାର ଆବେଦନ ଖାରଜ କରିଦେଇଛି । କେନ୍ଦ୍ର ସରକାର ଗତ ଜାନୁୟାରୀ ୨୦୨୦ରେ କେନ୍ଦ୍ରୀୟ କର୍ମଚାରୀ ମାନଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ଆଦେଶ ଦେଇଥିଲେ କିନ୍ତୁ ମାର୍ଚ ମାସରେ କରୋନା ସଙ୍କଟ ସମୟରେ ଘୋଷଣା କରାଯାଇ ଥିବା ଲକଡାଉନ ପରେ ଏହି ଡ଼ିଏ ର ଦେୟ ଉପରେ ରୋକ ଲଗାଇ ଦିଆଯାଇଥିଲା । ଏହି ରୋକ ଜୁନ ୨୦୨୧ ପର୍ଯ୍ୟନ୍ତ ଲଗାଯାଇଛି । ଏହି ବିଜ୍ଞପ୍ତି ପ୍ରତ୍ୟାହାର କରିବାକୁ ମଧ୍ୟ ଆବେଦନ କରାଯାଇ ଥିଲା ।

କୋର୍ଟ ଏହା କହି ଆବେଦନକୁ ଖାରଜ କରିଦେଇଛି କି ମହଙ୍ଗା ଭତ୍ତାରେ ବୃଦ୍ଧି ହୋଇଥିବା ରାଶିକୁ ଜାରି କରିବା ପାଇଁ ସମୟ ସୀମାକୁ ନେଇ କୌଣସି ଆଇନ ନାହିଁ । ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାରଙ୍କୁ ଏହି ନିୟମ ଅନୁସାରେ କୌଣସି ବି ଆଦେଶ ଦିଆଯାଇ ପାରିବ ନାହିଁ । ତେଣୁ କେନ୍ଦ୍ରୀୟ କର୍ମଚାରୀଙ୍କ ଡ଼ିଏ ବୃଦ୍ଧି ଉପରେ ଲଗାଯାଇ ଥିବା ପ୍ରତିବନ୍ଧକ ଆବେଦନକୁ ଖାରଜ କରିଦିଆ ଯାଇଛି ।

ଏହି ଆବେଦନକୁ ଖାରଜ କରି ହାଇକୋର୍ଟ କହିଛନ୍ତି କି ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ମହଙ୍ଗା ଭତ୍ତା ବୃଦ୍ଧିକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ କୌଣସି ବାଧ୍ୟତାମୂଳକତା ନାହିଁ । ଉଚ୍ଚ ନ୍ୟାୟାଳୟ ଆଦେଶରେ କୁହାଯାଇଛି ଅଲ ଇଣ୍ଡିଆ ସର୍ଭିସେସ ନିୟମର ନିୟମ ୩, କେନ୍ଦ୍ର ସରକାରଙ୍କ ଅଧିକାରୀଙ୍କ ଦ୍ଵାରା ମହଙ୍ଗା ଭତ୍ତା ପ୍ରଦାନ କରାଯାଇ ପାରିବ, ତାହାକୁ ରଖିବା ପାଇଁ କେନ୍ଦ୍ର ସରକାରଙ୍କୁ ହିଁ ଅଧିକାର ଦିଆଯାଇ ଥାଏ ।