ବର୍ତ୍ତମାନ ଦିନରେ କରୋନା ମହାମାରୀ ଠାରୁ ମୁକ୍ତି ପାଇଁ ଗୋଟିଏ ମାତ୍ର ଉପାୟ ଅଛି ତାହା ହେଉଛି ଆପଣ ନିଜର ଇମ୍ୟୁନିଟୀ ଶକ୍ତିକୁ ବଢାନ୍ତୁ । ଏହି କଥା ଉପରେ ସରକାର ବି ଜୋର ଦେଉଛନ୍ତି । ଏହି କ୍ରମରେ ଆଜି ଆମେ ଦକ୍ଷିଣ ଭାରତୀୟମାନଙ୍କ ଏକ ଖାଦ୍ୟ ପଦାର୍ଥ ରସମ ବିଷୟରେ କହିବାକୁ ଯାଉଛୁ । ଏହା ଏକ ପ୍ରକାରର ଗରମ ସୁପ ଅଟେ, ଯାହା ପାଚନ ତନ୍ତ୍ର ପାଇଁ ବହୁତ ଭଲ ଅଟେ ଓ ଏହାର ସେବନ କରିବା ଦ୍ଵାରା ଆପଣଙ୍କ ଇମ୍ୟୁନିଟୀ ଶକ୍ତି ବି ବଢିଥାଏ ।
୧) ଡାଲି ବାଲା ରସମ କରିବା ପାଇଁ ବୁଟ ଡାଲିକୁ ସିଝାଇ ଦିଅନ୍ତୁ । ଏହା ପରେ ଗୋଟିଏ କଢେଇରେ ତେଲରେ ସୋରିଷ, ଭୁଶଙ୍ଗ ପତ୍ର, ହିଂଗ, ଲଙ୍କା ଇତ୍ୟାଦିକୁ ତଡକା ଲଗାନ୍ତୁ । ଟମାଟର ଦେଇ ଏକ ମିନିଟ ରୋଷେଇ କରନ୍ତୁ । ଏହା ପରେ ଡାଲି ଦେଇ ଅଳ୍ପ ଆଞ୍ଚରେ ୧୦ – ୧୫ ମିନିଟ ପର୍ଯ୍ୟନ୍ତ ରୋଷେଇ କରନ୍ତୁ । ଏଥିରେ ତେନ୍ତୁଳିର ପେସ୍ଟକୁ ସ୍ଵାଦ ଅନୁସାରେ ମିଶାନ୍ତୁ । ଜୀରା, ରସୁଣ, ଅଦା, ଗୋଲମରିଚକୁ ଗ୍ରାଇଡିଙ୍ଗ କରି ଡାଲିରେ ପକାଇ ଦିଅନ୍ତୁ ।
ସ୍ଵାଦ ଅନୁସାରେ ଲୁଣ ଦିଅନ୍ତୁ । ରସମ ଗାଢା ଲାଗିବ ତ ଅଳ୍ପ ପାଣି ମିଶାଇ ଦିଅନ୍ତୁ । ଅଲଗା ରୂପରେ ଛଙ୍କା ଲଗାଇବା ପାଇଁ ଅନ୍ୟ ଏକ କଢେଇରେ ତେଲ କିମ୍ବା ଘିଅ ଗରମ କରନ୍ତୁ । ଏଥିରେ ସୋରିଷ, ଭୁଶଙ୍ଗ ପତ୍ର, ହିଂଗ, ଗୋଲମରିଚର ତଡକା ଲଗାନ୍ତୁ । ଏହି ତଡକା ଗରମ ହୋଇଗଲା ପରେ ଡାଲିରେ ମିଶାଇ ଘୋଡାଇ ଦିଅନ୍ତୁ ଓ ଗରମ ଗରମ ରସମ ସେବନ କରନ୍ତୁ ।
୨) ଏହି ରସମରେ ଡାଲି ରହିବା ଜରୁରୀ ନୁହେଁ । ଏଥିରେ ଗୋଲମରିଚ, ଜୀରା, ରସୁଣ ଓ ଭୁଶଙ୍ଗ ପତ୍ର ହୋଇଥାଏ ଯାହା ରୋଗ ପ୍ରତିରୋଧକ କ୍ଷମତାକୁ ବଢାଇଥାଏ । ଏହା ପାଚନ ତନ୍ତ୍ରକୁ ବି ସୁଧାରୀ ଥାଏ, ଏହା ଫୋଲିକ ଏସିଡ, ଭିଟାମିନ ଏ, ବି-3, ସୀ, ଜିଂକ, କପର, ମୈଗ୍ନୀଶିୟମ, ସେଲେନିୟମ, ଆୟରନ ଓ କ୍ୟାଲସିୟମ ଭଳି ପୋଷକ ତତ୍ଵର ଭଲ ସ୍ରୋତ ହୋଇଥାଏ । କେତେକ ଲୋକମାନେ ଏଥିରେ ପନି ପାରିବା ବି ମିଶାଇ ରଖନ୍ତି ।
୩) ତାମିଲ ଷ୍ଟାଇଲ ବାଲା ରସମରେ ଗୋଲମରିଚ, ଜୀରା, ରସୁଣ ଓ ଅଦାକୁ ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ । ତେନ୍ତୁଳି ରସକୁ ଟମାଟର ସହ ମିଶାନ୍ତୁ । ଏହା ପରେ ତେଲ ଗରମ କରି ସୋରିଷ, ହିଂଗ, ଗୋଲମରିଚ, ପିଆଜ ଦେଇ ରୋଷେଇ କରନ୍ତୁ । ରସୁଣ ବାଲା ପେସ୍ଟ ବି ଦିଅନ୍ତୁ । ପୁଣି ତେନ୍ତୁଳି ରସ ଦେଇ କିଛି ସମୟ ରୋଷେଇ କରନ୍ତୁ । ତିନି ଚାରି କପ ପାଣି, ଲୁଣ, ଧନିଆ, ହଳଦୀ ମିଶାଇ ଅଳ୍ପ ଆଞ୍ଚରେ ଗରମ କରନ୍ତୁ । ଭୁଶଙ୍ଗ ପତ୍ର ବି ଦିଅନ୍ତୁ । ଏହା ପରେ ସେବନ କରନ୍ତୁ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।