ମଣିଷ ମାନଙ୍କୁ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ ଯାହାର ଚିକିତ୍ସା ପାଇଁ ସେମାନେ ଡକ୍ଟର ପାଖକୁ ଯାଇଥାନ୍ତି ଏବଂ ସେମାନଙ୍କ ଠାରୁ ପରାମର୍ଶ ମଧ୍ୟ ନେଇଥାନ୍ତି । ମଣିଷ ମାନଙ୍କୁ ହେଉଥିବା ସବୁ ରୋଗର ଚିକିତ୍ସା ତାଙ୍କ ଶରୀରରେ ହିଁ ଅଛି । ଖାଲି ତାକୁ ଜାଣିବା ବହୁତ ଜରୁରୀ ଅଟେ, ଆଜି ଆମେ ଆପଣଙ୍କୁ ଶରୀରର ଏମିତି ୩ଟି ଅଙ୍ଗ ବିଷୟରେ କହିବାକୁ ଯାଉଛୁ ଯାହାକୁ କେବଳ ଆପଣ ୩୦ ସେକେଣ୍ଡ ଦବାଇବା ଦ୍ଵାରା ଆପଣଙ୍କୁ କେତେକ ବଡ ବଡ ରୋଗରୁ ମୁକ୍ତି ମିଳିଯିବ । ତାହେଲେ ଆସନ୍ତୁ ଜାଣିବା ଏହି ୩ଟି ଅଙ୍ଗ ବିଷୟରେ ।
ପ୍ରଥମ ଅଙ୍ଗ
ଆପଣ ମାନେ ଦିନସାରା କାମରେ ବହୁତ ବ୍ୟସ୍ତ ରହୁଛନ୍ତି ଯାହାଦ୍ୱାରା ଆପଣଙ୍କୁ କ୍ଳାନ୍ତ ଲାଗିଥାଏ । ଯଦି ଆପଣ ଦିନ ସାରା କାମ କରି କ୍ଳାନ୍ତ ହୋଇ ପଡ଼ୁଛନ୍ତି ତାହେଲେ ପ୍ରତିଦିନ କେବଳ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଆଙ୍ଗୁଠି ଦ୍ଵାରା ଆଙ୍ଗୁଠି ଆଙ୍ଗୁଠି ମଝିରେ ଥିବା ସ୍ଥାନକୁ ଦାବିବା ଆରମ୍ଭ କରନ୍ତୁ । ଏମିତି କରିବା ଦ୍ଵାରା ଆପଣଙ୍କର ସବୁ କ୍ଲାନ ଦୂର ହୋଇଯିବ ।
ଦ୍ଵିତୀୟ ଅଙ୍ଗ
ଯଦି ଆପଣ କୋଷ୍ଠକାଠିନ୍ୟ ସମସ୍ୟାରେ ଚିନ୍ତାରେ ଅଛନ୍ତି ତାହେଲେ ଆପଣଙ୍କୁ ଆପଣଙ୍କର ଓଲଟା ହାତର କହୁଣି ମଧ୍ୟ ଭାଗକୁ ଦବାଇବାକୁ ପଡିବ । ସେହି ଜାଗାକୁ ଆପଣ ୧୫ ରୁ ୧୮ ଥର ଦବାଇବେ । ଏହି ପ୍ରକ୍ରିୟାକୁ ଆପଣ ଦିନରେ ଯେତେ ଥର ଚାହିଁବେ ସେତେ ଥର କରି ପାରିବେ । ଏହି ପ୍ରକ୍ରିୟା କରିବା ଦ୍ଵାରା ଆପଣଙ୍କର ହଜମ ପକ୍ରିୟା ସଠିକ ଭାବରେ କାମ କରିବାକୁ ଲାଗିଥାଏ । ଯାହା ଦ୍ଵାରା ଆପଣଙ୍କର କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ ।
ତୃତୀୟ ଅଙ୍ଗ
ଯଦି ଆପଣ ନିଜର ଓଜନ କମ କରିବା ପାଇଁ ଚାହୁଁଛନ୍ତି ତାହେଲେ ସୂର୍ଯ୍ୟ ମୁଦ୍ରା କରିବା ନିହାତି ଆବଶ୍ୟକ ଅଟେ । ସୂର୍ଯ୍ୟ ମୁଦ୍ରା କରିବା ପାଇଁ ଆପଣଙ୍କୁ ଆପଣଙ୍କର ଓଲଟା ହାତର ଅନାମିକା ଆଙ୍ଗୁଠିକୁ ପାପୁଲି ଆଡକୁ ମୋଡି ଆଙ୍ଗୁଠିରେ ଦାବି ରଖିବାକୁ ହେବ ଏବଂ ବାକି ଆଙ୍ଗୁଠିକୁ ସିଧା ରଖିବେ ।
ଏମିତି କରିବା ଦ୍ଵାରା ଆପଣଙ୍କର ଓଜନ କମ ହେବା ସହିତ ଆପଣଙ୍କର କୋଲେଷ୍ଟ୍ରୋଲ ବି ଠିକ ରହିବ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।