ଏହି କାରଣରୁ ସଲମାନଙ୍କ ଭଉଣୀ ଅର୍ପିତାଙ୍କୁ ଗ୍ରହଣ କରାଯାଇଥିଲା ପୋଷ୍ୟ ସନ୍ତାନ ରୂପରେ, କାରଣ ଜାଣିଲେ ଆଖିରେ ଆସିଯିବ ଲୁହ

ଆଜି ଆମେ ବଲିଉଡ୍ ଷ୍ଟାର ଦବଙ୍ଗ ଖାନ ସଲମାନ ଖାନଙ୍କ ବିଷୟରେ ଜାଣିବା କି ଏହି ଅଭିନେତା କେଉଁ କାରଣରୁ ମିଡିଆରେ ଚର୍ଚ୍ଚାରେ ରହିକଥାନ୍ତି । ସେ ସବୁବେଳେ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଯାଆନ୍ତି । ସଲମାନ ବଲିଉଡ ର ଏକ ମାତ୍ର ଏମିତି କଳାକାର ଅଟନ୍ତି ଯିଏ ଅନ୍ୟମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ସବୁବେଳେ ଆଗକୁ ଆସିଥାନ୍ତି । ସଲମାନ ତାଙ୍କ ବାପା ସଲିମ ଖାନଙ୍କ ପରି କାମ କରିଥାନ୍ତି । ସଲିମ୍ ଖାନ ବହୁତ ବଡ ଦୟାଳୁ ଥିଲେ ବୋଲି ବହୁବର୍ଷ ପୂର୍ବରୁ ଗୋଟିଏ ଝିଅକୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିଥିଲେ । ଯେଉଁ ଝିଅର କଥା ଆମେ କହୁଛୁ ସେ ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନ ଅଟନ୍ତି।

କହିଦେଉଛୁ କି ସଲିମ ଖାନଙ୍କର ୩ଟି  ପୁଅ  ଓ ୨ଟି ଝିଅ ଅଟନ୍ତି । ସଲମାନ ଖାନଙ୍କ ଦୁଇଟି ଭାଇ ଅରବାଜ ଖାନ ଓ ସୋହେଲ ଖାନ ଏବଂ  ଦୁଇ ଭଉଣୀ  ଅର୍ପିତା ଖାନ ଓ ଅଲବିରା ଖାନ ଅଟନ୍ତି। ଭାଇ ଭଉଣୀଙ୍କ ସ୍ନେହଭାବ ଦେଖି ସମସ୍ତେ  ଭାବୁଥିଲେ ଅର୍ପିତା ଖାନ ସଲମାନଙ୍କ ନିଜ ଭଉଣୀ ହୋଇଥିବେ । କିନ୍ତୁ ଏହି ସତ୍ୟ ନୁହେଁ, ତାଙ୍କୁ  ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରାଯାଇଥିଲା ।

ଏହି କାରଣରୁ ଅର୍ପିତା ଖାନଙ୍କୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିଥିଲେ

ସଲମାନ ଖାନଙ୍କ ବାପା ମା ପ୍ରତିଦିନ ସକାଳୁ ବୁଲିବାକୁ ଯାଆନ୍ତି । ଦିନେ ସେ ବୁଲାବୁଲି କରି ଫେରୁଥିବା ସମୟରେ ବାଟରେ ଦେଖିଲେ ଯେ ଜଣେ ଭିକାରୀ ରାସ୍ତା କଡରେ ମରି ପଡିଛି ଓ ତା ନିକଟରେ ଗୋଟିଏ ଛୋଟ ଝିଅଟିଏ ବସିଛି । ସେହି ଝଟିକୁ ଦେଖି ସଲିମ ଖାନଙ୍କ ମନରେ ବହୁତ ଦୟା ଆସିଥିଲା ଓ ସେ ସେହି ଝିଅଟିକୁ ନିଜ ସାଙ୍ଗରେ ନେଇ ଘରକୁ ଆସିଥିଲେ।

ସେ ଝିଅଟିର ନାମ ଅର୍ପିତା ଖାନ ଦେଲେ । ଆଜି ସେ ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନଙ୍କ ନାମରେ ପରିଚିତ ।  ସଲିମ ଖାନ ତାଙ୍କ ପୁଅ ଝିଅଙ୍କ ମଧ୍ୟରେ କେବେ ବି ଭେଦଭାବ କରୁନଥିଲେ । ସେ ସମସ୍ତଙ୍କୁ ସମାନ ଭାବରେ ଦେଖୁଥିଲେ । ଏହା ପରେ ସଲିମ ଖାନଙ୍କ ଦ୍ୱିତୀୟ ପତ୍ନୀ ହେଲେନ ଅର୍ପିତାଙ୍କ ଦାୟିତ୍ତ୍ଵ ନେଇଥିଲେ । ଆଜି ଯିଏ ଅର୍ପିତାଙ୍କୁ ଦେଖୁଛି ସେ ତାର ଭାଗ୍ୟକୁ ପ୍ରଶଂସା କରୁଛି । ଏମିତି ବହୁତ କମ ଅନାଥ ଶିଶୁ ଅଛନ୍ତି ଯାହାଙ୍କ ଭାଗ୍ୟରେ ଏମିତି ବହୁତ କମ ଥାଏ । ଏବେ ଅର୍ପିତାଙ୍କ ବିବାହ ଆୟୁଷ ଶର୍ମାଙ୍କ ସହିତ ହୋଇଯାଇଛି ଓ ତାଙ୍କର ୨ଟି ସନ୍ତାନ ହୋଇଛନ୍ତି ।