ପେଟର ରୋଗୀ ବାହାରିଲା କରୋନା ପଜିଟିବ, ରିପୋର୍ଟ ଆସିବା ପୂର୍ବରୁ ହିଁ ସେ ପଳାଇଯାଇଥିଲା ଗାଁକୁ, ଆଉ ତା ପରେ

ବିହାରରେ ଦିନକୁ ଦିନ କରୋନା ସଂକ୍ରମିତ ଲୋକମାନଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏମିତିରେ ବର୍ତ୍ତମାନ କରୋନା ସମ୍ବନ୍ଧିତ ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସୁଛି । କହିବାକୁ ଗଲେ ତାଜା ମାମଲା ଅନୁସାରେ ସାରଣ ଜିଲ୍ଲାର ଅମନୌର ପ୍ରଖଂଡର ଭାଗବତପୁର ଗ୍ରାମରେ ଜଣେ ପେଟ ରୋଗୀ କରୋନା ପଜିଟିବ ବାହାରିଛି । ଗତ ବୁଧବାର ଦିନ ସେ ପେଟ ଅପରେସନ ପାଇଁ ପଟନାର ଆଇଜୀଆଇଏମଏସରେ ଭର୍ତି ହୋଇଥିଲା ।

କିନ୍ତୁ ସେହି ବ୍ୟକ୍ତିକୁ ଯେତେବେଳେ ଜଣା ପଡିଲା କି ସେ କରୋନା ପଜିଟିବ ଅଟେ ତେବେ ସେ ନିଜର ପରିଜନମାନଙ୍କ ସାହାର୍ଯ୍ୟରେ ଛପରା ସାଂସଦ ନିଧିରୁ ଚାଲୁଥିବା ମାଗଣା ଆମ୍ବୁଲାନ୍ସ ସେବା ଦ୍ଵାରା ଚୁପଚାପ ଫେରାର ହୋଇଗଲା । କିନ୍ତୁ ଶୁକ୍ରବାର ଦିନ ସନ୍ଧ୍ୟା ସମୟରେ ଯେତେବେଳେ ସିଭିଲ ସର୍ଜନଙ୍କୁ ସେହି ରୋଗୀର କରୋନା ପଜିଟିବର ଖବର ମିଳିଲା ତେବେ ସେହି ରୋଗୀକୁ ଖୋଜା ଗଲା ।

ଏହା ପରେ ସେହି ରୋଗିର ଠିକଣା ଜଣା ପଡିବା ପରେ ସ୍ୱାସ୍ଥ୍ୟ ବିଭାଗର ଟିମ ତାର ଗ୍ରାମରେ ପହଞ୍ଚିଲେ ଓ ସେହି ରୋଗୀକୁ ପ୍ରଥମେ ଛପରା ହସ୍ପିଟାଲକୁ ନେଇ ଆସିଲେ ।  ଶୁକ୍ରବାର ରାତିରେ ତାକୁ କରୋନା ହସ୍ପିଟାଲ ହୋଇଥିବା ପଟନା ନାଲଂଦା ମେଡିକଲ କଲେଜ (ଏନଏମସୀଏଚ)କୁ ପଠାଇ ଦେଲେ । ଏହା ପରେ ଜଣେ ଆଶା କର୍ମୀ ସହିତ ତାହାର ପରିବାରର ୨୨ ଜଣ ଲୋକଙ୍କୁ ହସ୍ପିଟାଲରେ କ୍ୱାରଂଟାଇନ ୱାର୍ଡରେ ରଖା ଯାଇଛି ।

ସମସ୍ତଙ୍କର ସ୍ପେଶାଲ ଯାଞ୍ଚ କରାଯାଉଛି । ଏହା ସହିତ ସେହି ଆମ୍ବୁଲାନ୍ସର ଡ୍ରାଇଭରକୁ ବି ଖୋଜା ଚାଲିଛି ଯିଏ ସେହି ରୋଗୀକୁ ନେଇ ଛପରା ଯାଇଥିଲା । ଅନ୍ୟ ପଟେ ଏହି ଘଟଣା ପରେ ପଟନା ଆଇଜୀଆଇଏମଏସରେ ରୋଗୀମାନଙ୍କ ମଧ୍ୟରେ ହଙ୍ଗାମା ହୋଇ ଯାଇଛି । ଏହି ଘଟଣାକୁ ହସ୍ପିଟାଲର ନଜରଅନ୍ଦାଜ ରୂପରେ ଦେଖା ଯାଉଛି । ବର୍ତ୍ତମାନ ସେହି ରୋଗୀ ହସ୍ପିଟାଲର ଯେଉଁ ଯେଉଁ ବ୍ୟକ୍ତି ସହ ମିଶିଥିଲା ଯେମିତି କି ରୋଗୀ ଇମରଜେଂସୀ ସହ ଅନ୍ୟ କେତେକ ବିଭାଗରେ ବି ଭର୍ତ୍ତି ଥିଲା ।

ଏହା ସହିତ ସେହି ରୋଗୀକୁ ଦେଖା କରିଥିବା ଡାକ୍ତର ଓ ହସ୍ପିଟାଲ ସ୍ଟାଫମାନଙ୍କୁ ବି ଚିହ୍ନଟ କରା ଯାଇଛି । ଏହା ସହିତ ପୁରା ହସ୍ପିଟାଲକୁ ସ୍ୟାନିଟାଇଜ କରାଯାଉଛି । ଆପଣଙ୍କୁ କହିଦେଉଛୁ କି ଏହିଭଳି ମାମଲା ଏହି ହସ୍ପିଟାଲର ଦ୍ଵିତୀୟ ମାମଲା ଅଟେ । ଏହି କାରଣରୁ ହସ୍ପିଟାଲକୁ ସିଲ ମଧ୍ୟ କରାଯାଇ ପାରେ । ଏହା ପୂର୍ବରୁ ଜଣେ ଟିବି ରୋଗୀ କରୋନା ପଜିଟିଭ ବାହାରିଥିଲା ।

ଛପରାର ସିଭିଲ ସର୍ଜନ ଡା. ମାଧବେଶ୍ୱର ଝା କହିଲେ କି ଭାଗବତପୁର ଗ୍ରାମ ନିବାସୀ ଜଣେ ବୃଦ୍ଧ ବ୍ୟକ୍ତି ପେଟ ରୋଗରେ ପୀଡିତ ଥିଲା । ତାହାର ଲିଭର ସଠିକ ରୂପରେ କାମ କରୁ ନ ଥିଲା । ସେ ୯ ଏପ୍ରିଲରେ ପୀଏମସୀଏଚରେ ଭର୍ତି ହୋଇଥିଲା ଓ ଏହା ପରେ ସେ ୧୫ ଏପ୍ରିଲରେ ଆଇଜୀଆଇଏମଏସ ଚାଲିଗଲା । ସେଠି ହିଁ ତାହାର ଅପରେସନ ହେଲା ।

ଅପରେସନ ପରେ ସେ ୨୩ ଏପ୍ରିଲକୁ ଆମ୍ବୁଲାନ୍ସ ଦ୍ଵାରା ଚୁପଚାପ ନିଜ ଗ୍ରାମକୁ ଚାଲିଗଲା । ଗ୍ରାମରେ ଆସି ସେ ଘରେ ଚୁପଚାପ ରହୁଥିଲା । କିନ୍ତୁ ଶୁକ୍ରବାର ରାତିରେ ଯେତେବେଳେ ତାହାର କରୋନା ରିପୋର୍ଟ ପଜିଟିବ ଆସିଲା ତେବେ ଏହାର ସୂଚନା ଆଇଜୀଆଇଏମଏସ ରୁ ତାଙ୍କୁ ମିଳିଲା, ରାତିରେ ହିଁ ପୁରା ସୁରକ୍ଷିତର ସହ ସେହି ବ୍ୟକ୍ତିକୁ ଆମ୍ବୁଲାନ୍ସ ଦ୍ଵାରା ହସ୍ପିଟାଲ ନିଆଗଲା । ଦେଶର ସବୁ ଖବର ସହିତ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।