୨୦୧୯ର ସବୁଠୁ ଅଧିକ ସ୍ୟାଲେରୀ ନେଇଥିବା ବ୍ୟକ୍ତି ହେଇଗଲେ ସୁନ୍ଦର ପିଚାଇ, ଆସନ୍ତୁ ଜାଣିବା ତାଙ୍କର ପୁରା ସ୍ୟାଲେରୀ ଷ୍ଟ୍ରକ୍ଚର

ଗୁଗୁଲ ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । ବର୍ତ୍ତମାନ ସମୟରେ ଗୁଗଲ ପୁରା ବିଶ୍ଵରେ ବିସ୍ତାର କରି ସାରିଛି । ଯଦି ଆମେ ଗୁଗଲ କମ୍ପାନୀର CEO ବିଷୟରେ କଥାବାର୍ତ୍ତା କରିବା ତେବେ ସେହି କମ୍ପାନୀର CEO ଜଣେ ଭାରତୀୟ ଅଟନ୍ତି ଓ ତାଙ୍କ ନାମ ହେଉଛି ସୁନ୍ଦର ପିଚାଇ । ଯାହାଙ୍କ ବିଷୟରେ ପ୍ରାୟତଃ ଲୋକମାନେ ଜାଣି ନାହାନ୍ତି । ସୁନ୍ଦର ପିଚାଇଙ୍କ ଜନ୍ମ ଜୁନ ୧୦, ୧୯୭୨ ମସିହାରେ ମଦୁରାଇ ତାମିଲନାଡୁରେ ହୋଇଥିଲା ଓ ବର୍ତ୍ତମାନ ତାଙ୍କୁ ୪୭ ବର୍ଷ ହୋଇ ଯାଇଛି ।

କହିବାକୁ ଗଲେ ଆଜି ଆମେ ତାଙ୍କର ସ୍ୟାଲେରୀ ବିଷୟରେ ଚର୍ଚା କରିବା । ଆପଣଙ୍କୁ କହିଦେଉଛୁ କି ଗୁଗଲ ଓ ଅଲ୍ଫାବେଟର ସିଇଓ ସୁନ୍ଦର ପିଚାଇଙ୍କୁ ବର୍ଷ ୨୦୧୯ରେ କମ୍ପେସେଶନ ରୂପରେ ୨୮୧ ମିଲିୟନ ଡଲାର (୨୦୦୦ କୋଟି ଟଙ୍କାରୁ ବି ଅଧିକ) ଟଙ୍କା ମିଳିଛି । ଯାହାକି ବିଶ୍ଵର କୌଣସି ବି ଏଗ୍ଜିକ୍ୟୁଟିଭକୁ ମିଳିଥିବା ସବୁଠୁ ଅଧିକ କମ୍ପେସେଶନ ଅଟେ । ସୁନ୍ଦର ପିଚାଇ ଗତ ବର୍ଷ ହିଁ ଗୁଗଲର ସିଇଓ ଠାରୁ ପ୍ରମୋଟ ହୋଇ ଅଲ୍ଫାବେଟର ସିଇଓ ହୋଇ ଯାଇଥିଲେ । ଏମିତିରେ ସେ ବର୍ତ୍ତମାନ ଗୁଗଲ ଓ ଅଲ୍ଫାବେଟ ଦୁଇଟି ହିଁ କମ୍ପାନୀର ସିଇଓ ଅଟନ୍ତି ।

ଏହା ସହିତ ତାଙ୍କର ସ୍ୟାଲେରୀର ଏକ ବଡ ଅଂଶ ସ୍ଟକ ଅଟେ । ଯାହା ଏହି କଥା ଉପରେ ନିର୍ଭର କରିଥାଏ କି S&P 100 indexରେ ଅନ୍ୟ କମ୍ପାନୀମାନଙ୍କ ତୁଳନାରେ ଅଲ୍ଫାବେଟ ସ୍ଟକ ଉପରେ କଣ ରିଟର୍ନ ମିଳିଥାଏ । ଏମିତିରେ ତାଙ୍କର ସ୍ୟାଲେରୀ ୨୮୧ ମିଲିୟନ ଡଲାର ଠାରୁ ବଢି ବି ପାରେ ଓ କମ ମଧ୍ୟ ହୋଇପାରେ ।

ଏକ ସୂଚନା ଅନୁସାରେ ୨୦୧୯ରେ ସୁନ୍ଦର ପିଚାଇଙ୍କ ବର୍ଷକୁ ସ୍ୟାଲେରୀ ୬.୫ ଲକ୍ଷ ଡଲାର (୪.୫ କୋଟି ଟଙ୍କାରୁ ବି ଅଧିକ) ଥିଲା । ଯାହା ଏହି ବର୍ଷ ବଢି ୨୦ ଲକ୍ଷ ଡଲାର (୧୪ କୋଟି) ହୋଇଯିବ । କମ୍ପାନୀ ତରଫରୁ ମିଳିଥିବା ସୂଚନା ଅନୁସାରେ, CEOକୁ ମିଳୁଥିବା କମ୍ପେସେଶନ ଅଲ୍ଫାବେଟର ଆଭରେଜ ସ୍ୟାଲେରୀର ୧୦୮୫ ଗୁଣ ହୋଇଥାଏ ।

ସୁନ୍ଦର ପିଚାଇଙ୍କୁ ୨୦୧୯ରେ ହିଁ ଗୁଗଲ ଠାରୁ ପ୍ରମୋଟ କରି ଅଲ୍ଫାବେଟ କମ୍ପାନୀର CEO କରି ଦିଆଯାଇଥିଲା । ସେ ଲ୍ୟାରୀ ପେଜର ସ୍ଥାନ ନେଇଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ସୁନ୍ଦର ପିଚାଇଙ୍କ ପାଖରେ କରୋନା କ୍ରାଇସିସ ବହୁତ ବଡ ଚ୍ୟାଲେଞ୍ଜ ଅଟେ । ଏହା ସହିତ କମ୍ପାନୀ ପୂର୍ବରୁ ହିଁ କହି ସାରିଛି ସେ ନୂଆ କର୍ମଚାରୀ ରଖିବ ନାହିଁ । ଏହା ସହିତ ନୂଆ ସ୍ଥାନରେ ନିବେଶ ବି କରିବ ନାହିଁ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।